Latest Odisha News

BREAKING NEWS

ଦିଲ୍ଲୀ ଯିବା ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିବେ ଗେହଲଟ୍, ପଦରୁ ଇସ୍ତଫା ଦେବେ ?

ନୂଆଦିଲ୍ଲୀ: ଦିଲ୍ଲୀ ଯିବା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜଭବନକୁ ଯିବାର ସୂଚନା ରହିଛି। କୁହାଯାଉଛି ଯେ ସେ କିଛି ସମୟ ପରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିବାକୁ ଯାଉଛନ୍ତି। ଗେହଲଟ ରାଜ ଭବନକୁ ଯାଉଥିବା ସୂଚନା ମିଳିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ବଢିଛି।

କଂଗ୍ରେସ ସଭାପତି ନିର୍ବାଚନରେ ​​ଗେହଲଟ୍ ପ୍ରାର୍ଥୀ ପତ୍ର ଦାଖଲ କରିବାର ସମ୍ଭାବନା ରହିଛି। ଦଳ ସ୍ପଷ୍ଟ କରିଛି ଯେ ‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ସୂତ୍ର ଅନୁଯାୟୀ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦରୁ ଗେହଲଟଙ୍କୁ ଇସ୍ତଫା ଦେବାକୁ ପଡିବ।

ଗେହଲଟ୍ କଂଗ୍ରେସ ସଭାପତି ଆସନରେ ବସିବା ସହିତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଚାହୁଁଥିଲେ। କିନ୍ତୁ ଉଦୟପୁରରେ ନିଆଯାଇଥିବା ସଂକଳ୍ପକୁ ବଜାୟ ରଖିବାକୁ ହେବ ବୋଲି ରାହୁଲ ଗାନ୍ଧୀ ସ୍ପଷ୍ଟ କରିଛନ୍ତି। ଏହା ପରେ ଗେହଲଟ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଜାତୀୟ ପଦର ଭୂମିକା ଉଭୟ ପଦରେ ରହି ନ୍ୟାୟ ଦେବା ସମ୍ଭବ ହେବ ନାହିଁ।

ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପର୍ଯ୍ୟବେକ୍ଷକ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଯେଉଁଥିରେ କଂଗ୍ରେସ ନେତୃତ୍ୱ ଗେହଲଟକୁ କ୍ଲିନ ଚିଟ୍ ଦେଇଛନ୍ତି। ଏହାପରେ ଗେହଲଟ ପୁଣିଥରେ କଂଗ୍ରେସ ସଭାପତି ଦୌଡରେ। ଚବିଶ ତାରିଖରୁ ଦଳର ସଭାପତି ପଦ ପାଇଁ ନାମାଙ୍କନ ପକ୍ରିୟା ଆରମ୍ଭ ହୋଇଛି। ହେଲେ ଏବେ ସୁଦ୍ଧା କେହି ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି। ସାଂସଦ ଶଶୀ ଥରୁର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପବନ ବଂଶଲ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ନେଇଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଗେହଲଟଙ୍କ ଶିବିରର ବିଧାୟକ ସ୍ପଷ୍ଟ କରିଛନ୍ତି ଯେ ୨୦୨୦ରେ ଗେହଲଟଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିବା ସଚିନ ପାଇଲଟଙ୍କୁ ସେମାନେ ଗ୍ରହଣ କରିବେ ନାହିଁ। ଅଶୋକ ଗେହଲଟ ଚାହୁଁଛନ୍ତି ଯେ ତାଙ୍କ ଉତ୍ତରାଧିକାରୀ ଭାବେ ସିପି ଯୋଶୀ କିମ୍ବା ଅନ୍ୟ କୌଣସି ନେତାଙ୍କୁ ସୁଯୋଗ ଦିଆଯାଉ।

Leave A Reply

Your email address will not be published.