ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ଥିବା ଛାତ୍ରୀନିବାସ ପରିସରରେ ୧୨ଟି କୁକୁରର ଗୋଡ଼ ଓ ମୁହଁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ପିଅନ ଏବଂ ୩ ଜଣ ସୁରକ୍ଷା କର୍ମୀଙ୍କୁ ପରିବର୍ତ୍ତି ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟରୁ ଅନ୍ତର କରାଯାଇଛି। କୁକୁରକୁ ବନ୍ଧା ଯିବା ଘଟଣା ସାମ୍ନାକୁ ଆସିବା ପରେ କୁଳପତି ପ୍ରଫେସର ଗିତାଞ୍ଜଳୀ ଦାସଙ୍କ ପକ୍ଷରୁ ଏହାକୁ ଗୁରୁତର ସହ ନିଆଯାଇଥିଲା । ତଥ୍ୟ ଅନୁସନ୍ଧାନ ନିମନ୍ତେ ଏକ ତିନି ଜଣିଆ କମିଟି ଗଠନ କରାଯାଇଥିଲା।କମିଟି ପକ୍ଷରୁ ଗୁରୁବାର ରିପୋର୍ଟ ପ୍ରଦାନ ପରେ କୁଳପତି ଦାସଙ୍କ ପକ୍ଷରୁ ଛାତ୍ରୀ ନିବାସରେ କାର୍ଯ୍ୟରତ ଥିବା ଅସ୍ଥାୟୀ କର୍ମଚାରୀ ତଥା ପିଅନ ମୁନା ପାଢ଼ୀ ସମେତ ୩ ସୁରକ୍ଷା କର୍ମୀଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟରୁ ଅନ୍ତର କରାଯାଇଥିବା କୁଳପତି ପ୍ରଫେସର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥି ସହିତ ହଷ୍ଟେଲ ୱାର୍ଡନ ପ୍ରଫେସର ସୁଶାନ୍ତ ବରାଳଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଗୁରୁବାର ଜୀବ ସୁରକ୍ଷା ସଂଘର ସଭାନେତ୍ରୀ ରୋନାଲି ପାଣିଗ୍ରାହି, ସଭ୍ୟା ବିଷ୍ଣୁ ପ୍ରିୟା ପାତ୍ର ଭଞ୍ଜବିହାରରେ ପହଞ୍ଚି କୁଳପତି ପ୍ରଫେସର ଦାସଙ୍କୁ ସାକ୍ଷାତ କରିଥିଲେ । ସମସ୍ତ ବିଷୟ ଉପରେ ଆଲୋଚନା ହୋଇଥିଲା।
ଏଠାରେ ସୂଚନା ଯୋଗ୍ୟ ଯେ, ଗତ ମଙ୍ଗଳବାର ବିଶ୍ବବିଦ୍ୟାଳୟ ପରିସରରେ ୧୨ଟି କୁକୁରକୁ ବାନ୍ଧି ରଖାଯାଇଥିଲା । ସେମାନଙ୍କ ଗୋଡ଼ ଏବଂ ମୁହଁକୁ ଅତି ଅମାନବୀୟ ଭାବେ ବନ୍ଧା ଯାଇଥିଲା । ଖବର ପାଇ ଜୀବ ସୁରକ୍ଷା ସଂଘ ତରଫରୁ ପହଞ୍ଚି କୁକୁରକୁ ଉଦ୍ଧାର କରାଯାଇଥିଲା।
BREAKING NEWS
- ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ…
- Khandagiri Jatra:ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ ନିୟମ ଜାରି କଲା ଖଣ୍ଡଗିରି ପୋଲିସ
- Padma Awards 2026: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ର, ସିବୁ ସୋରେନ, ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ…
- କିଟ୍ ଓ କିସର ମିନି ମାରାଥନ; ଶାଢ଼ି ପିନ୍ଧି ଦୌଡ଼ିଲେ ୬ ହଜାର ମହିଳା
- ‘ଫିଙ୍ଗର ଅନ୍ ଦି ଟ୍ରିଗର’; ଯୁଦ୍ଧ ମୁହାଁ ଆମେରିକା-ଇରାନ
- ବରିଷ୍ଠ ସାମ୍ବାଦିକ ମାର୍କ ଟୁଲିଙ୍କ ଦେହାନ୍ତ; ଭାରତରେ ବିତାଇଥିଲେ…
- ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ପିଲାଙ୍କୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ
- ଆଇସିସିର ନିଷ୍ପତି ମାନିନେଲା ବିସିବି, ଆଉ କରିବନି ଆବେଦନ
- କଟକ ଖାନନଗରରେ ‘ଆମ ବସ୍’ ଭଙ୍ଗାରୁଜା ଘଟଣା; ଆଇନ୍ ହାତକୁ ନନେବାକୁ କ୍ରୁଟର ଅପିଲ…
- ଜାପାନରେ ଆଉ ଦେଖିବାକୁ ନ ମିଳିପାରେ ପାଣ୍ଡା
Comments are closed.