Latest Odisha News

BREAKING NEWS

୬୭ଟି ପର୍ଣ୍ଣ ୱେବସାଇଟକୁ ବ୍ଲକ କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣିଥରେ ଅଶ୍ଳୀଳ ୱେବସାଇଟକୁ ବ୍ୟାନ କରିଛନ୍ତି। ୨୦୨୧ରେ ଜାରି ହୋଇଥିବା ନୂଆ ଆଇଟି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୬୭ ଟି ପର୍ଣ୍ଣ ୱେବସାଇଟକୁ ବ୍ଲକ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ପଠାଯାଇଥିବା ଏକ ଇମେଲରେ ଟେଲିକମ୍ ବିଭାଗ (DOT) ପୁଣେ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ୬୩ଟି ୱେବସାଇଟକୁ ହଟାଇବାକୁ କହିଛନ୍ତି। ସେହିପରି ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଚାରୋଟି ୱେବସାଇଟକୁ କମ୍ପାନୀ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ, ସରକାରଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ବ୍ୟବସ୍ଥାଟି ସାଧାରଣତଃ ଜଣେ ବ୍ୟକ୍ତିଙ୍କ ସହମତି ବିନା ପୋଷ୍ଟ କରାଯାଇଥିବା ଅଶ୍ଳୀଳ ଭିଡିଓ ଉପରେ ଏହି ନିୟମ ଲାଗୁ ହେବ। ସରକାର ଏହାକୁ ଜଣେ ବ୍ୟକ୍ତିର ଚରିତ୍ରକୁ ପ୍ରତିଶୋଧ ମୂଳକ ଭାବେ ବଦନାମ କରିବାକୁ ବୁଝାଏ । କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ଠାରୁ ଅଭିଯୋଗ ପାଇବା ପରେ ସରକାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କି ତାହା ଅସ୍ପଷ୍ଟ ରହିଛି।

୨୦୧୫ରେ ସରକାର ୮୦୦ରୁ ଅଧିକ ଅଶ୍ଳୀଳ ଓ୍ୱେବସାଇଟକୁ ସାମୟିକ ଭାବେ ବ୍ୟାନ୍ କରିଦେଇଥିଲେ । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ସ୍ଥାନଗୁଡିକ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନର ଅଂଶବିଶେଷ ଥିଲା। ଯଦିଓ କୋର୍ଟ ସ୍ପଷ୍ଟ ଭାବେ ନିଷେଧାଦେଶ ଜାରି କରିନାହାନ୍ତି, ଭାରତର ଅତିରିକ୍ତ ସଲିସିଟର ଜେନେରାଲ୍ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ସାଇଟ୍ଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରେ ସରକାର ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିଥିଲେ। ଏବଂ କେବଳ ଚାଇଲ୍ଡ ପର୍ଣ୍ଣକୁ ବ୍ଲକ କରିବା ଆବଶ୍ୟକ ବୋଲି କହି ସାଇଟ୍ ଗୁଡିକ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଥିଲା।

Comments are closed.