ବ୍ରହ୍ମପୁର: ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ଚିକିରିପଡ଼ା ଶାସନରେ ପିଲାମାନଙ୍କ ଝଗଡ଼଼ାକୁ ନେଇ ଜଣେ ବୃଦ୍ଧାଙ୍କୁ ବିୟର ବୋତଲରେ ଭୁସି ହତ୍ୟା କରାଯାଇଛି। ହତ୍ୟା ପରେ ଅଭିଯୁକ୍ତ ଜଣକ ଥାନାରେ ଆତ୍ମସମର୍ପଣ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ବିପ୍ର ସାହୁ ଏବଂ ବସନ୍ତ ସାହୁ ହେଲେ ପଡ଼ୋଶୀ। ପୂର୍ବରୁ ଉଭୟ ପରିବାର ମଧ୍ୟରେ ଝଗଡ଼଼ା ଲାଗି ରହିଥିଲା। ରବିବାର ଉଭୟ ପରିବାରର ପିଲାମାନେ ଟିଉସନ୍ ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରବିବାର ସକାଳେ ଏହାକୁ ନେଇ ଉଭୟ ପରିବାର ଭିତରେ ପୁଣି ଥରେ ଝଗଡ଼଼ା ସୃଷ୍ଟି ହୋଇଥିଲା। ଅପରାହ୍ନରେ ବିପ୍ରଙ୍କ ସ୍ତ୍ରୀ ଜମୁ(୫୮) ଏବଂ ୨୨ ବର୍ଷୀୟା ନାତୁଣି ସନ୍ତୋଷିନୀ ଘରେ ଥିଲେ। ଉଭୟଙ୍କୁ ଏକୁଟିଆ ପାଇ ବସନ୍ତ ଘରେ ପହଞ୍ଚି ଏକ ଭଙ୍ଗା ବିୟର ବୋତଲରେ ଜମୁଙ୍କୁ ଭୁସି ଦେଇଥିଲେ। ଜମୁଙ୍କୁ ବଞ୍ଚାଇବାକୁ ସନ୍ତୋଷିନୀ ଆସୁଥିବା ବେଳେ ବସନ୍ତ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହା ପରେ ଘଟଣା ସ୍ଥଳରୁ ବସନ୍ତ ଫେରାର୍ ହୋଇଯାଇଥିଲେ। ଅନ୍ୟପଟେ ଗୁରୁତର ଅବସ୍ଥାରେ ଜମୁଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆହତ ସନ୍ତୋଷିନୀଙ୍କୁ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ଘଟଣା ପରେ ବସନ୍ତ ଥାନାରେ ଆତ୍ମସମର୍ପଣ କରିଥିଲେ। ଘଟଣାର ତଦନ୍ତ ଚାଲିଥିବା ପୋଲସରା ଆଇଆଇସି ଜିତେନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।
BREAKING NEWS
- Spying For Pakistan: ପାକ୍ ଗୁପ୍ତଚରଙ୍କୁ ଗୋପନୀୟ ତଥ୍ୟ ପଠାଉଥିବା ଅଭିଯୋଗରେ ଅବସରପ୍ରାପ୍ତ IAF ଅଧିକାରୀ ଗିରଫ
- Odisha Masters 2025:ଡିସେମ୍ବର ୧୪ରେ ଫାଇନାଲ ମ୍ୟାଚ; ଏହି ଭାରତୀୟ ଖେଳାଳୀ ଦେଖାଇବେ ଦମ୍
- କୃଷିର ନିରନ୍ତର ଅଭିବୃଦ୍ଧି ପାଇଁ ଶୀତଳ ଭଣ୍ଡାର ଏକ ସହାୟକ ପରିବେଶ ସୃଷ୍ଟି କରିବ: କୃଷି ମନ୍ତ୍ରୀ
- ପରଲୋକରେ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର
- ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଛାତ୍ରଛାତ୍ରୀ; ଯିବେ ISRO
- ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ପରେ ଅନ୍ୟ ଟ୍ରେନରେ ବି ହେବ ଉପଲବ୍ଧ…
- ସତରେ କଣ ଘରର ସୁନା ଯୋଗିଥାଏ ସାପ ? କ’ଣ କହୁଛି ଧର୍ମ…
- ଆପଣଙ୍କ ଶରୀରରେ ରହିଛିକି ଭିଟାମିନ ଡି ଅଭାବ: ସାବଧାନ! ମନକୁ ଆସିପାରେ ଆତ୍ମତ୍ୟା କରିବାର ଚିନ୍ତା…
- ନିଜ ଦେହର ମାଂସ ଖାଇଗଲେ କଏଦୀ ! ଛାତିଥରା ଘଟଣା
- ଆପଣଙ୍କ ପାସୱାର୍ଡ ଆଉ ଜଣଙ୍କ ପାଖରେ! ଜାଣନ୍ତୁ କିଏ…
Comments are closed.