Latest Odisha News

ସ୍ବାଣ୍ଟେ ପାବୋଙ୍କୁ ନୋବେଲ ପୁରସ୍କାର

ଷ୍ଟକହୋମ:  ଚଳିତ ବର୍ଷ ପାଇଁ ମେଡିକାଲ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନୋବେଲ ପୁରସ୍କାର ପାଇବେ ବୈଜ୍ଞାନିକ ସ୍ବାଣ୍ଟେ ପାବୋ । ଏନେଇ ପାବୋଙ୍କ ନାମ ଘୋଷଣା କରାଯାଇଛି ।  ଚିକିତ୍ସା କ୍ଷେତ୍ରରେ ଗବେଷଣା କରି ନୂଆ ତଥ୍ୟ ପାଇଥିବା ପାବୋଙ୍କୁ  ନୋବେଲ ପୁରସ୍କାର ଘୋଷଣା କରାଯାଇଛି ।  ପ୍ରାକ ମଣିଷରୁ ଆଧୁନିକ ମଣିଷର ଜିନ ବିବର୍ତ୍ତନବାଦ ଉପରେ ଗବେଷଣା କରି ସେ ନୂଆ ତଥ୍ୟ ବାହାର କରିଥିଲେ । ଯେଉଁଥିପାଇଁ ତାଙ୍କ ନାମ ପୁରସ୍କାର ପାଇବାକୁ ମନୋନୀତ କରାଯାଇଛି । 70 ହଜାର ବର୍ଷ ପୂର୍ବେ ବର୍ଷ ପୂର୍ବେ କିଭଳି ପ୍ରାକ ମଣିଷର ଜିନ ଆଧୂନିକ ମଣିଷ ହେବାରେ ପରିବର୍ତ୍ତନ ହୋଇଥିଲା ତାହାର ଗବେଷଣା କରିଥିଲେ ପାବୋ । ଜର୍ମାନୀସ୍ଥିତ ମାକ୍ସ ପ୍ଲାଙ୍କ୍ ଇନଷ୍ଟିଚ୍ୟୁଟ୍ ଅଫ ଇଭୋଲ୍ୟୁସନାରୀ ଆନ୍ଥ୍ରୋପଲୋଜୀରେ ବହୁ ବର୍ଷ ଧରି ଗବେଷଣା କରୁଛନ୍ତି ପାବୋ ।

ଗବେଷଣା କରି ପାବୋ ଜାଣିବାକୁ ପାଇଥିଲେ ଯେ  ପ୍ରାକ୍ ମଣିଷର  ହୋମିନିନରୁ ହୋମୋ ସାପିଏନ୍ସ  ଆଧୁନିକ ମାନବ ଶରୀରକୁ ଆସିଛି । ଯାହା ଧ୍ବାରା ଆଧୁନିକ ମଣିଷ ଅଧିକ ବିକଶିତ ହୋଇପାରିଛି ।

1955 ଏପ୍ରିଲ 20ରେ ସ୍ବିଡେନରେ ଜନ୍ମଗ୍ରହଣ କରିଥିଲେ ପାବୋ ।  ନିୟଣ୍ଡରଥାଲ ମାନବ ବିଷୟରେ ମଧ୍ୟ ଗବେଷଣା କରୁଥିଲେ ପାବୋ । ଗବେଷଣା ପାଇଁ ସେ ଅନେକ ଆନ୍ତର୍ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।

Comments are closed.