Latest Odisha News

BREAKING NEWS

ଆଜି ସଂସଦରେ କେନ୍ଦ୍ର ବଜେଟ୍ ଉପସ୍ଥାପନ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୯-୨୦ ଆର୍ôଥକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି । ଆଜି ଲୋକସଭାରେ ଦିନ ୧୧ଟାରୁ ୧୨ ମଧ୍ୟରେ ଉପସ୍ଥାପନ କରାଯିବା ନେଇ ସୂଚନା ମିଳିଛି ।

ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଏହା ହେବ ପ୍ରଥମ ବଜେଟ୍ ଉପସ୍ଥାପନ । ଏପରିକି ନୂଆ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ଏହା ମଧ୍ୟ ପ୍ରଥମ । ଅବଶ୍ୟ ମୋଦୀ ସରକାର ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏକ କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ । ମାତ୍ର ଆଜି ଯେଉଁ ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି ତାହା ହେବ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ।

Leave A Reply

Your email address will not be published.