Latest Odisha News

BREAKING NEWS

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା, ମମତାଙ୍କ ଦଳର ଆଉ ଜଣେ ବିଧାୟକ ଗିରଫ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଆଉ ଜଣେ ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ। ଇଡି ଏହି ବିଧାୟକଙ୍କୁ ଗିରଫ କରିଛି। ଏହାପୂର୍ବରୁ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଗିରଫ ହୋଇ ଜେଲରେ ରହିଛନ୍ତି। ମାଣିକ ଭଟ୍ଟାଚାର୍ଯ୍ୟ ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ଥିଲେ। ଚଳିତ ବର୍ଷ ଜୁନ୍ ମାସରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଛି। ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା, ଏହାପରେ ହାଇକୋର୍ଟରେ ମାମଲା ପହଞ୍ଚିବା ପରେ ତାଙ୍କୁ ପଦରୁ ହଟିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ମାଣିକ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ଦ୍ୱିତୀୟ ଟିଏମସି ବିଧାୟକ। ଏହାପୂର୍ବରୁ ପାର୍ଥ ଚାଟାର୍ଜୀଙ୍କୁ ଜୁଲାଇରେ ଗିରଫ କରାଯାଇଥିଲା। ସେ ଟିଏମସିର ଜଣେ ବରିଷ୍ଠ ନେତା ଥିଲେ, କିନ୍ତୁ ତାଙ୍କୁ ଇଡି, ସିବିଆଇ ଘେରିବା ପରେ ମମତା ବାନାର୍ଜୀ ତାଙ୍କୁ ଦଳ ତଥା ମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ। ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଦୁଇଟି ଫ୍ଲାଟରୁ ଇଡି ୫୦ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା।

ବର୍ତ୍ତମାନ ଇଡି ମାଣିକଙ୍କୁ ଗିରଫ କରିବା ପରେ ଏହି ଦୁର୍ନୀତି ମାମଲାରେ ଆଉ କିଛି ନୂଆ ତଥ୍ୟ ସାମ୍ନାକୁ ଆସିପାରେ ତଦନ୍ତକାରୀ ସଂସ୍ଥା। ଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ସୁପ୍ରି କୋର୍ଟରୁ ମିଳିଥିବା ଆଶ୍ବସ୍ତି ଥିଲା ସିବିଆଇ ପ୍ରସଙ୍ଗରେ। ଇଡି ଆଉ ଏକ ଅଲଗା ତଦନ୍ତକାରୀ ସଂସ୍ଥା। ଆଜି ମାଣିକଙ୍କୁ ପିଏମଏଲଏ କୋର୍ଟରେ ଇଡି ହାଜର କରିବ।

ଚଳିତ ବର୍ଷ ମେ ମାସରେ କୋଲକାତା ହାଇକୋର୍ଟ ଶିକ୍ଷକ ନିଯୁକ୍ତି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ଇଡି ମଧ୍ୟ ଏହି ମାମଲାରେ ତଦନ୍ତ କରୁଛି। ଏହି ମାମଲାରେ ପ୍ରଥମ ଚାର୍ଜସିଟ୍ ସେପ୍ଟେମ୍ବରରେ ଇଡି ଦାଖଲ କରିଥିଲା।

Comments are closed.