Latest Odisha News

ବର୍ଷକ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ହାର ଡବଲ୍ ହେଲାଣି !

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟିଛି। ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅଗଷ୍ଟରେ ଏହି ଖୁଚୁରା ମୁଦ୍ରାସ୍ଫୀତି ୭% ଥିବା ବେଳେ ଜୁଲାଇରେ ଏହା ୬.୭୧% ରହିଥିଲା। ଯାହାକି ୫ ମାସ ମଧ୍ୟରେ ସର୍ବାଧିକ। ତେବ ବର୍ଷକ ପୂର୍ବରୁ କିନ୍ତୁ ସେପ୍ଟେମ୍ବର ୨୦୨୧ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୩୫ ପ୍ରତିଶତ ଥିଲା। ଅର୍ଥାତ୍ ବର୍ଷକ ମଧ୍ୟରେ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ହାର ପାଖାପାଖି ଡବଲ ବଢିଛି।

ଯଦି ଖାଦ୍ୟ ସାମଗ୍ରୀର ଦାରଦାମ ଦେଖିବା ତାହେଲେ ସେପ୍ଟେମ୍ବର ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୬୦ ପ୍ରତିଶତରେ ପହଞ୍ଚିଛି। ଯାହା ଅଗଷ୍ଟରେ ୭.୬୨ ପ୍ରତିଶତ ଥିଲା। ସେପ୍ଟେମ୍ବର ମାସରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଛି। ଜୁଲାଇରେ ଖାଦ୍ୟ ମୁଦ୍ରାସ୍ଫୀତି ୬.୭୫ ପ୍ରତିଶତ ଏବଂ ଜୁନରେ ୭.୭୫ ପ୍ରତିଶତ ଥିଲା। ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ସେପ୍ଟେମ୍ବର ମାସରେ ପନିପରିବାର ମୁଦ୍ରାସ୍ଫୀତି ହାର ୧୮.୦୫ ପ୍ରତିଶତ ଥିବାବେଳେ ଅଗଷ୍ଟ ୨୦୨୨ ରେ ୧୩.୨୩ ପ୍ରତିଶତ ଥିଲା।

ସେପ୍ଟେମ୍ବର ମାସରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତିରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ସହରାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ୬.୭୨ ପ୍ରତିଶତ ତୁଳନାରେ ୭.୨୭ ପ୍ରତିଶତ ଥିଲା ।ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ୭.୫୬ ପ୍ରତିଶତ ଥିବାବେଳେ ଅଗଷ୍ଟରେ ୭.୧୫ ପ୍ରତିଶତ ରହିଥିଲା। ସହରାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି ଅଗଷ୍ଟରେ ୭.୫୫ ପ୍ରତିଶତ ତୁଳନାରେ ୮.୬୫ ପ୍ରତିଶତ ରହିଥିଲା। ଯେତେବେଳେ କି, ଗ୍ରାମାଂଚଳରେ ମୁଦ୍ରାସ୍ଫୀତି ସେପ୍ଟେମ୍ବର ମାସରେ ୮.୫୩ ପ୍ରତିଶତ ଥିଲା, ଯାହାକି ଅଗଷ୍ଟ ମାସରେ ୭.୬୦ ପ୍ରତିଶତ ରହିଥିଲା।

ଖୁଚୁରା ମୁଦ୍ରାସ୍ଫୀତି ୭ ପ୍ରତିଶତରୁ ଅଧିକ ରହିଛି, ଯାହା ଆରବିଆଇର ଗୋଟିଏ ସ୍ତରଠାରୁ ୬ ପ୍ରତିଶତ ଅଧିକ। ମୁଦ୍ରାସ୍ଫୀତି ହେତୁ ଆରବିଆଇ ୫ ମାସ ମଧ୍ୟରେ ରେପୋ ହାରକୁ ୧.୯୦ ପ୍ରତିଶତ ବୃଦ୍ଧି କରିସାରିଛି, ଯେଉଁ କାରଣରୁ ଲୋକମାନେ ଇଏମଆଇ ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇଛନ୍ତି । ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପରେ ସାଧାରଣ ଲୋକ ମହଙ୍ଗା ଇଏମଆଇରୁ ଆଶ୍ୱସ୍ତ ପାଇବେ କି ନାହିଁ ଆଶଙ୍କା କମିଯାଇଛି।

Comments are closed.