ନୂଆଦିଲ୍ଲୀ: ଲୋକଙ୍କୁ ସାହାଯ୍ୟ କରିବା ନାମରେ ରାଣା ଆୟୁବ ଠକୁଥିଲେ ବୋଲି ଇଡି ପ୍ରକାଶ କରିଛି । ଗାଜିଆବାଦର ସ୍ବତନ୍ତ୍ର ଅଦାଲତରେ ଇଡି ଚାର୍ଜସିଟ୍ ଦାଖଲ କରି କହିଛି ଯେ ରାଣା ଆୟୁବ ନିଜକୁ ସାମ୍ବାଦିକ ପରିଚୟ ଦେଉଥିଲେ ଏବଂ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଣୁଥିଲେ । ଗରିବ ଲୋକଙ୍କୁ ସାହାଯ୍ୟ କରିବା କହି ଅନଲାଇନରେ ମଧ୍ୟ ଚାନ୍ଦା ଆଦାୟ କରୁଥିଲେ । କିନ୍ତୁ ସେହି ଟଙ୍କା ସେ ଲୋକଙ୍କୁ ସାହାଯ୍ୟ ନଦେଇ ନିଜ ପରିବାର ଲୋକଙ୍କ ଉପରେ ଅଧିକ ଖର୍ଚ କରୁଥିଲେ । ଡୋନେସନ ନାମରେ ଟଙ୍କା ଆଦାୟ କରୁଥିଲେ ରାଣା ଆୟୁବ ବୋଲି ସିଧା ସିଧା ଇଡି ଚାର୍ଚସିଟ ରେ ଲେଖିଛି ।
ED filed Prosecution complaint against Rana Ayyub under PMLA in Spl Court, Ghaziabad on Oct 12
Case registered against her alleging she illegally acquired funds from general public in name of charity by launching fund-raiser campaigns on an online crowd funding platform-‘Ketto’— ANI (@ANI) October 13, 2022
ରାଣା ଆୟୁବ ଲୋକଙ୍କୁ ଠକୁଥିବା ଅଭିଯୋଗ 2021ରେ ହୋଇଥିଲା । କୋଟି କୋଟି ଟଙ୍କା ସେ ଆଦାୟ କରି ପରିବାର ଲୋକଙ୍କ ପାଇଁ ଖର୍ଚ କରିଥିବା ଅଭିଯୋଗ ପରେ ଇଡି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କରିବା ସମୟରେ ଏକ କୋଟି 77 ଲକ୍ଷ ଟଙ୍କା ଇଡି ତାଙ୍କଠାରୁ ଜବତ କରିଥିଲା ।
"ED has filed Prosecution complaint against Rana Ayyub under PMLA, 2002 in Hon’ble Special Court, Ghaziabad on 12.10.2022."
— ED (@dir_ed) October 13, 2022
ଚାର୍ଜସିଟରେ ଇଡି କହିଛି ଯେ ନିଜ ଭଉଣୀ ଏବଂ ବାପାଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ରାଣା ଆୟୁବ ପଠାଇଛନ୍ତି । କେଟୋ ନାମରେ ଅନଲାଇନ ପ୍ଲାଟଫର୍ମ କରି ସେଥିରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଜ୍ଞାପନ ଦିଆଯାଉଥିଲା । ଯେଉଁମାନେ ଟଙ୍କା ପଠାଉଥିଲେ ତାହାକୁ ସେ ନିଜ ବ୍ୟକ୍ତିଗତ ଆକାଉଁସକୁ ଟ୍ରାନସଫର କରିଥିବା ମଧ୍ୟ ଦେଖାଯାଇଥିଲା । ଲୋକଙ୍କ ପାଇଁ ଟଙ୍କା ଆଣି କୋଟି କୋଟି ଟଙ୍କା ବ୍ୟକ୍ତିଗତ ଆକାଉଣ୍ଟରେ ଜମା କରାଉଥିଲେ । ଯେଉଁମାନେ କେଟୋ ଅନଲାଇନ ଦାନ ଦେଉଥିଲେ ତାହା ମଧ୍ୟ ତାଙ୍କ ଆକାଉଁଟକୁ ଯାଉଥିଲା । ସେ ସବୁ ଟଙ୍କାକୁ ସେ ତାଙ୍କ ବାପା ଏବଂ ଭଉଣୀଙ୍କ ଆକାଉଁଟକୁ ଟ୍ରାନସଫର କରିଥିବା ଇଡି ପ୍ରମାଣ ପାଇଥିବା ଚାର୍ଜସିଟିରେ କହିଛି ।
ED investigation has established that Rana Ayyub had launched the fund raising campaigns with the sole intention to cheat the general public and acquired proceeds of crime in form of fixed deposits and balances in bank accounts projecting them as untainted, says the agency.
— ANI (@ANI) October 13, 2022
କୋଟି କୋଟି ଟଙ୍କାର ଜାଲ ବିଲ ମଧ୍ୟ ରାଣା ଆୟୁବ ଇଡିକୁ ଦେଖାଇଥିଲେ ତାହା ମଧ୍ୟ ଧରାପଡିଯାଇଥିଲା । ସାହାଯ୍ୟ ପାଇଁ ସେ ଯେଉଁ ବିଲ କରିଥିଲେ ତାହା ମଧ୍ୟ ଜାଲ ଥିଲା । ଇଡି କହିଛି ଯେ ପ୍ରମାଣ ପରେ ଜଣାପଡିଥିଲା ରାଣା ଆୟୁବ ପ୍ଲାନିଂ କରି ଏପରି ଲୋକଙ୍କୁ ଠକି ଚାଲିଥିଲେ । ଅଭିଯୋଗ କରେ ସେ ପିଏମ କେୟାର ଏବଂ ସିଏମ କେୟାରର 74 ଲକ୍ଷ ଟଙ୍କା ଜମା କରିଥିଲେ । କୋଭିଡ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ରାଣା ଆୟୁବ କୋଟି କୋଟି ଟଙ୍କା ଦାନ ସୂତ୍ରରେ ପାଇଥିଲେ । ଆସାମ, ବିହାର, ମହାରାଷ୍ଟ୍ରରେ ଲୋକଙ୍କୁ ସାହାଯ୍ୟ କରିବା ନାମରେ ସେ ମଧ୍ୟ ଅର୍ଥ ସଂଗ୍ରହ କରିଥିଲେ ବୋଲି ଇଡି ଚାର୍ଚସିଟରେ ଦର୍ଶାଇଛି ।
Comments are closed.