କଟକ: କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ କୋଲକାତାସ୍ଥିତ ରାଷ୍ଟ୍ରୀୟ ଗତିଶୀଳ ଦିବ୍ୟାଙ୍ଗଜନ ସଂସ୍ଥାନ (ଏନ୍ଆଇଏଲ୍ଡି)ର ନିର୍ଦ୍ଦେଶକ ଦାୟିତ୍ୱ ଡକ୍ଟର ପତିତପାବନ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। କଟକ ଜିଲ୍ଲାର ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥାନ (ନିର୍ତାର)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିବା ଡକ୍ଟର ମହାନ୍ତି ଗତ ଗୁରୁବାର କୋଲକାତାଠାରେ ଏହି ଅତିରିକ୍ତ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ଚିଠି ଅନୁସାରେ ସେ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ। ଭୌତିକ ଚିକିତ୍ସା (ଫିଜିଓଥେରାପି) କ୍ଷେତ୍ରରେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଡକ୍ଟର ମହାନ୍ତିଙ୍କ ନୂତନ କାର୍ଯ୍ୟଭାର ଗ୍ରହଣକୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଛି।
BREAKING NEWS
- ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ
- ସାପରୁ କୋଟି କୋଟି ଟଙ୍କା ରୋଜଗାର !
- ପୁଣି ଖୋଲିବ ସ୍ମିତାରାଣୀ ମୃତ୍ୟୁ ରହସ୍ୟ
- ଲାଇଭ ରିପୋର୍ଟିଂ ଛାଡି ପାଣିକୁ ଡେଇଁଲେ, ବଞ୍ଚାଇଲେ ମହିଳାଙ୍କ ଜୀବନ
- କର୍ମଫଳ ଭୋଗୁଛି ପାକିସ୍ତାନ; ଜାତିସଂଘରେ ବର୍ଷିଲେ ଜୟଶଙ୍କର
- ଏୟାର ଇଣ୍ଡିଆର ଖାଦ୍ୟରେ ଅସରପା; ଯାତ୍ରୀ ଅସୁସ୍ଥ
- ‘୨୪ ବର୍ଷରେ ବିକାଶ ନାଁରେ ବିନାଶ କରିଛି ବିଜେଡି’-ମୁଖ୍ୟମନ୍ତ୍ରୀ
- ନିଯୁକ୍ତ ହେବେ ବୋର୍ଡ ଏବଂ ନିଗମ ଅଧ୍ୟକ୍ଷ, ସୁଯୋଗ ପାଇବେ ବରିଷ୍ଠ ଅବସରପ୍ରାପ୍ତ ଅଧିକାରୀ
- ମନ୍ କି ବାତ: ଏଇ ପାର୍ବଣରେ ମେଡ ଇନ ଇଣ୍ଡିଆ ଜିନିଷ କିଣିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ
- ଥାନାକୁ ଆସିଲା କଲ୍… ‘ଏକୁଟିଆ ଝିଅ, ସାହାଯ୍ୟ ଦରକାର’, ତା ପରେ ପୋଲିସ୍ ପହଞ୍ଚି ଯାହା ଦେଖିଲା…..
Comments are closed.