Latest Odisha News

BREAKING NEWS

ଅର୍ଚ୍ଚନାଙ୍କ ଜାମିନ ଆବେଦନ ରାୟ ସଂରକ୍ଷିତ, ବେଲ୍ ମିଳିବ କି ଜେଲ୍?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲାକୁ ନେଇ ଆଲୋଚନା ଚାଲିଥିବା ବେଳେ ତାଙ୍କୁ ବେଲ ମିଳିବ କି ଜେଲ ଯିବେ ତାକୁ ନେଇ ଚର୍ଚା ଜୋର ଧରିଛି । ଅର୍ଚ୍ଚନାଙ୍କ ଜାମିନ ଆବେଦନ ଉପରେ  ଶୁଣାଣି ଶେଷ ହୋଇଥିବା ବେଳେ ରାୟକୁ ସଂରକ୍ଷିତ ରଖିଛନ୍ତି ଜଜ୍ । ଓକିଲଙ୍କ ଯୁକ୍ତି ଶୁଣିବା ପରେ ବେଲ ମିଳିବ କି ଜେଲରେ ରହିବେ ସେହି ରାୟ ସଂରକ୍ଷିତ ରଖିଲେ କୋର୍ଟ । ଅର୍ଚ୍ଚନା ବିରୋଧରେ  ଯେଉଁ ସବୁ ଦଫା ଲଗାଯାଇଛି ସେଥିରେ ତାଙ୍କୁ ବେଲ ମିଳିବା ପାଇଁ ଯୁକ୍ତି ରଖିଥିଲେ ଅର୍ଚ୍ଚନାଙ୍କ ଓକିଲ । ସରକାରୀ ଓକିଲ ଏଭଳି ମାମଲାରେ ବେଲ ମିଳିବାକୁ ନେଇ ବିରୋଧ କରିଥିଲେ ।

ଅର୍ଚ୍ଚନା ବିରୋଧରେ ଲାଗିଛି 16ଟି ସଙ୍ଗୀନ ଦଫା ଲାଗିଛି । ହନିଟ୍ରାପ ସହ ଧମକ, ଷଢ଼ଯନ୍ତ୍ର ଆଦି ବିଭିନ୍ନ ଦଫା ଲାଗିଥିବାରୁ ତାଙ୍କୁ ବେଲ ମିଳୁଛି କି ନାହିଁ ତାହା ପରେ ଜଣାପଡିବ ।

ଆଜି ଭୁବନେଶ୍ବର ଏସଡିଜେଏମ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ଅର୍ଚନାଙ୍କ ଓକିଲା । ଜାମିନ ଆବେଦନର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ପୂର୍ବରୁ ଭିସି ଜରିଆରେ ଅର୍ଚ୍ଚନା ନିଜର ମତ ରଖିଥିଲେ ।

ଏହି ମାମଲାକୁ ନେଇ ବିରୋଧୀ କଂଗ୍ରେସ ଏବଂ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହି ମାମଲାରେ ଅନେକ ସରକାରୀ ଦଳର ନେତା ଜଡ଼ିତ ଥିବାରୁ ସରକାର ଏହାକୁ ଗୁରୁତର ସହ ନେଉନାହାଁନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏପରିକି ବିରୋଧୀମାନେ ହାଇକୋର୍ଟ ଯିବା ସହ ଇଡି ତଦନ୍ତ ମଧ୍ୟ ଦାବି କରିଛନ୍ତି ।

Comments are closed.