ଭୁବନେଶ୍ୱର: ଆସୁଛି ଲଘୁଚାପ, ବର୍ଷାରେ ଭିଜିବ ଓଡ଼ିଶା । ୧୮ ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ମୁହାଁଇ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୨୦ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।
#୧୮ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ #ଘୁର୍ଣ୍ଣିବଳୟ ସମ୍ଭାବନା
ପରବର୍ତ୍ତୀ ସମୟରେ ଏହା ପଶ୍ଚିମ -ଉତ୍ତରପଶ୍ଚିମ ଦିଗରେ ମୁହାଁଇ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ #୨୦ତାରିଖ ବେଳକୁ ଏକ #ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି |
— Meteorological Centre, Bhubaneswar (@mcbbsr) October 15, 2022
ପ୍ରଭାବରେ ରାଜ୍ୟରେ ଆସନ୍ତା ସପ୍ତାହରେ ବର୍ଷା ହେବ । ତେବେ ଲଘୁଚାପ ଘନୀଭୂତ ହୋଇ ଅବପାତ ପରେ ବାତ୍ୟାର ରୂପ ନେବ କି ନାହିଁ ସେନେଇ ପାଣିପାଗ ବିଭାଗ କୌଣସି ଆକଳନ କରି ନାହିଁ । ତେବେ ୧୮ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।
🔜ରାଜ୍ୟରୁ ଆରମ୍ଭ ହେବ #ମୌସୁମୀ ଅପସାରଣ ପ୍ରକ୍ରିୟା !!!
✔️ଫେରିଯିବ #ମୌସୁମୀ !!!
✔️ଆଗାମୀ ୨ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ହେବା ପାଇଁ ପାଗ ଅନୁକୂଳ ରହିଛି
— Meteorological Centre, Bhubaneswar (@mcbbsr) October 15, 2022
ଅନ୍ୟପଟେ ରାଜ୍ୟରୁ ଆରମ୍ଭ ହେବ ମୌସୁମୀ ଅପସାରଣ ପ୍ରକ୍ରିୟା । ଆଗାମୀ ୨ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ହେବା ପାଇଁ ପାଗ ଅନୁକୂଳ ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
Comments are closed.