Latest Odisha News

BREAKING NEWS

ଜନ୍ମଦିନରେ ହାଇଦ୍ରାବାଦ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଅକ୍ଟୋବର ୧୬ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଆସନ୍ତାକାଲି ନବୀନ ୭୬ ବର୍ଷରେ ପାଦ ଥାପିବେ । ଗତ କିଛିବର୍ଷ ହେଲା ଜନ୍ମଦିନ ପାଳୁ ନଥିବା ନବୀନ ରବିବାର ଜନ୍ମଦିନରେ ହାଇଦ୍ରାବାଦ ଅଭିମୁଖେ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପୂର୍ବରୁ ଅନ୍ତିମ ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ ।

FICCI ସହଯୋଗରେ ନବୀନ ପଟ୍ଟନାୟକ ହାଇଦ୍ରାବାଦରେ ଜଣଙ୍କ ପରେ ଜଣେ ଶିଳ୍ପପତିଙ୍କ ସହ ଆଲୋଚନା କରିବେ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ହୋଟେଲ ତାଜ କ୍ରିଷ୍ଣାରେ ଇନଭେଷ୍ଟର୍ସଙ୍କ ସହିତ କଥା ହେବେ । ଓଡ଼ିଶାରେ ଶିଳ୍ପ କଲେ କଣ କଣ ସୁବିଧା ମିଳିବ କହିବେ ମୁଖ୍ୟମନ୍ତ୍ରୀ ।

ନବୀନଙ୍କ ଏହି ହାଇଦ୍ରାବାଦ ଗସ୍ତ ବେଳେ ସାଙ୍ଗରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ଶିଳ୍ପ ସଚିବ ହେମନ୍ତ ଶର୍ମା ଯିବେ । ଏହା ପୂର୍ବରୁ ସେପ୍ଟେମ୍ବର ୨୮ରେ ବେଙ୍ଗଳୁରୁରେ ଆୟୋଜିତ ଇନଭେଷ୍ଟର୍ସ ମିଟରେ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲେ । ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଆୟୋଜିତ ହେବ ।

Leave A Reply

Your email address will not be published.