ପୁରୀ: ପୁରୀ-ହାୱଡା ଏକ୍ସପ୍ରେସର ୩ଟି ଖାଲି ଥିବା ଏସି ବଗି ଲାଇନଚ୍ୟୁତ। ପୁରୀ ମାଳତୀପାଟପୁର ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି। ମାଳତୀପାଟପୁରରୁ ପୁରୀ ଯାଉଥିବା ବେଳେ ବେଳେ ଏହି ଦୁର୍ଘଟଣା ଘଟିଛି । ଲୁପଲାଇନରୁ ମେନ ଲାଇନକୁ ଟ୍ରେନଟି ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତ ପରେ ଜଣାପଡିଛି। ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତିରେ ବଗିକୁ ବଗି ଗୁଡିକୁ ଟ୍ରାକକୁ ଆଣିବା ପାଇଁ ଉଦ୍ୟମ ହୋଇଥିଲା। ଏବେ ଟ୍ରାକରେ ଟ୍ରେନ ଚଳାଚଳ ସ୍ୱାଭାବିକ ରହିଛି। କିନ୍ତୁ କିଛି ଟ୍ରେନ ବିଳମ୍ବରେ ଚାଲୁଛି। ବଗ ଲାଇନ ଚ୍ୟୁତ ହୋଇଥିବା ନେଇ ଖବର ପାଇବା ପରେ ରେଳବାଇ କର୍ତୃପକ୍ଷ ଘଟଣାସ୍ଥଳରେ ପଂହଚି ତଦନ୍ତ କରିଛନ୍ତି।
ପୁରୀଠାରୁ ରାତ୍ରି ୮ ଘଣ୍ଟା୧୫ ମିନିଟରେ ଛାଡିବାକୁ ଥିବା ୧୨୮୩୮ ପୁରୀ -ହାଓ୍ୱାଡା ଏକ୍ସପ୍ରେସ ୨୩ ତାରିଖ ଭୋର ୪ଟାରେ ଛାଡିବ। ସେହିପରି, ପୁରୀ ଠାରୁ ରାତି ୯ଘଣ୍ଟା ୧୫ମିନିଟରେ ଛାଡିବାକୁ ଥିବା ୨୨୮୯୦ ପୁରୀ – ଦିଘା ଏକ୍ସପ୍ରେସ ମଧ୍ୟ ରାତ୍ରି ଗୋଟାଏରେ ଛାଡିବ।
Comments are closed.