ମୁମ୍ବାଇ: ଜାୟରା ୱସିମ୍ ଖୁବ୍ କମ୍ ବୟସରେ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ। ଏହି ଅଭିନେତ୍ରୀ ଆମୀର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ ରେ ଡେବ୍ୟୁ କରିଥିଲେ। ଆଜି ଜାୟରା ୱାସିମ ତାଙ୍କର ୨୨ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତ୍ରୀ ବହୁ ପୂର୍ବରୁ ଅଭିନୟ ଜଗତକୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି।
ଜାୟରା ୨୦୦୦ ମସିହାରେ ଶ୍ରୀନଗରରେ ଜନ୍ମଗ୍ରହଣ କରିଥିଲେ। ଜାୟରା ୱସିମ ପାଠ ପଢିବା କ୍ଷେତ୍ରରେ ବହୁତ ଭଲ। ସେ ପିଲାଦିନରୁ ଅଭିନେତ୍ରୀ ହେବାକୁ ଚାହୁଁଥିଲେ। ଜାୟରା ‘ଦଙ୍ଗଲ’, ‘ସିକ୍ରେଟ୍ ସୁପରଷ୍ଟାର’ ଏବଂ ‘ପିଙ୍କ ସ୍କାଏ’ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି। କିନ୍ତୁ ବର୍ତ୍ତମାନ ସେ ଅଭିନୟ ଜଗତରେ ଆଉ କାମ କରିବେ ନାହିଁ।
ଏହି ଅଭିନେତ୍ରୀ ତାଙ୍କ ପିତାମାତାଙ୍କ ସହିତ ତାଙ୍କର ଧାର୍ମିକ କାର୍ଯ୍ୟରେ ଅଧିକ ସମୟ ବିତାଇଥାନ୍ତି। ଜାୟରା ଧାର୍ମିକ କାର୍ଯ୍ୟରେ ବହୁତ ଆଗ୍ରହ ଦେଖାନ୍ତି। ଅଭିନେତ୍ରୀ ତାଙ୍କ ଜୀବନରେ ବହୁତ ଖୁସିରେ ଅଛନ୍ତି।
Comments are closed.