Latest Odisha News

BREAKING NEWS

ଧାମନଗର ଉପନିର୍ବାଚନ, ବିଜେପି ପରେ ନିର୍ବାଚନ କମିଶନଙ୍କୁ ଆଜି ଫେରାଦ ହେବ ବିଜେଡି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନକୁ ନେଇ ବିଜେପି, ବିଜେଡି ମୁହାଁମୁହିଁ ହୋଇଛନ୍ତି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନିର୍ବାଚନ କମିଶନଙ୍କୁ ଭେଟିଥିଲେ । ଅଭିଯୋଗ କରିଥିଲେ, ବିଜେଡି ଭୋଟରଙ୍କୁ ଟଙ୍କା ବାଣ୍ଟି ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ।

ବିଜେପି ଅଭିଯୋଗର ଦିନକ ପରେ ଆଜି ବିଜୁ ଜନତା ଦଳ (ବିଜେଡିର) ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଅପରାହ୍ଣରେ ଭେଟିବ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ଉଭୟ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକାଧିକ ଥର ଭେଟିବା ସହ ଦାବିପତ୍ର ଦେଇ ପରସ୍ପରକୁ ଦୋଷାରୋପ କରୁଥିଲେ । ଏବେ ଧାମନଗର ଉପରନିର୍ବାଚନ ଲଢ଼େଇକୁ ଦୁଇ ଦଳ ଦିଲ୍ଲୀକୁ ଟାଣିଛନ୍ତି ।

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ୬ ତାରିଖରେ ହେବ ଗଣତି । ମୁଖ୍ୟତଃ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ବିଜେଡି ପ୍ରାର୍ଥି ଅବନ୍ତୀ ଦାସ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଉଛି ।

ନିର୍ବାଚନ ପ୍ରଚାର ସରଗରମ ହେଉଥିବା ବେଳେ ସୋସିଆଲ୍ ମିଡିଆରେ ବିଭିନ୍ନ ଟଙ୍କା ବଣ୍ଟା ଭିଡିଓ ଭାଇରାଲ୍ ହେଉଛି । ଧାମନଗର ନିର୍ବାଚନ ପ୍ରଚାର ବେଳେ ଟଙ୍କା ବାଣ୍ଟିବା ଅଭିଯୋଗରେ ଥାନାରେ ବି ୨ ମହିଳାଙ୍କ ନାଁରେ ମାମଲା ହୋଇଛି ।

Leave A Reply

Your email address will not be published.