Latest Odisha News

ଟ୍ରାଭେଲ ବଜାରର ଚତୁର୍ଥ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଟ୍ରାଭେଲ ବଜାରର ଉଦଘାଟନ ମେ ଫେୟାର ହୋଟେଲରେ  ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପର୍ଯ୍ୟଟନର ବିକାଶ ପାଇଁ  ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଜଣେ ପର୍ଯ୍ୟଟକ ଓଡ଼ିଶାରୁ ଭଲ ପର୍ଯ୍ୟଟନ ଅଭିଜ୍ଞତା ନେଇ ଫେରିପାରିବ ଏଥିପାଇଁ ଓଡ଼ିଶାର  ୧୭ଟି ସ୍ଥାନ ଚିହ୍ନଟ ହୋଇଥିବା ବେଳେ ଏହାକୁ ରାଜ୍ୟ ସରକାର ବିକଶିତ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ଓଡ଼ିଶା ‘ଟ୍ରାଭେଲ ବଜାର’ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି  ଆମ ପର୍ଯ୍ୟଟନ କ୍ଷେତ୍ରକୁ ପରିଚିତ କରାଇବା  ।

 ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ  “ସମୁଦ୍ର କୂଳ ,ଐତିହ୍ୟ ସ୍ମାରକୀ ଗୁଡ଼ିକର ପ୍ଲାନିଂ ଭିତ୍ତିକ ବିକାଶ ପାଇଁ ଆମେ କାର୍ଯ୍ୟ ଆରମ୍ଭ କରିବୁ । ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରିବା ପାଇଁ ସବୁ ପ୍ରକାର ବ୍ୟବସ୍ତା କରାଯିବ ।  ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଥିଲେ ଅତୀତରେ ଓଡ଼ିଶା ଭାରତର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଛି ଏବଂ ନିକଟରେ ଶେଷ ହୋଇଥିବା ଫିଫା ଅଣ୍ଡର 17 ମହିଳା ବିଶ୍ୱକପ ଭଳି ଆନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ କରିଛି ।

ବର୍ତ୍ତମାନ ପାଇଁ ଏଫଆଇଏଚ୍ ହକି ପୁରୁଷ ବିଶ୍ୱକପ ଆୟୋଜନ କରିବାର ବିରଳ ସୁଯୋଗ ପାଇଛି ଓଡ଼ିଶା। ଜାନୁୟାରୀ 2023 ରେ ଭୁବନେଶ୍ୱର ଏବଂ ରାଉରକେଲାରେ କ୍ରମାଗତ ଦ୍ୱିତୀୟ ଥର ଏଭଳି ଖେଳ ଖେଳାଯିବାକୁ ପ୍ରସ୍ତୁତି ଶେଷ ହୋଇଛି । ପର୍ଯ୍ୟଟନ ବିଭାଗର ମୁଖ୍ୟ ସଚିବ  ସୁରେନ୍ଦ୍ର କୁମାର କହିଛନ୍ତି ଯେ ଓଡିଶାରେ ପର୍ଯ୍ୟଟକଙ୍କ ପାଇଁ ଭରପୁର ସୁଯୋଗ ରହିଛି  ।
ଏହି କାର୍ଯ୍ୟକ୍ରମରେ ଓଟିଡିସି ଚେୟାରମ୍ୟାନ ଡକ୍ଟର ଲେନିନ୍ ମହାନ୍ତି, ସିଏମଡି ସ୍ବସ୍ତି ଗ୍ରୁପ୍ ଅଫ୍ ହୋଟେଲ  ଜେ.କେ ମହାନ୍ତି, ଡେପୁଟି ସେକ୍ରେଟେରୀ ଜେନେରାଲ୍ FICCI  ମାନବ ମଜୁମଦାର ମଧ୍ୟ ଉପସ୍ଥିତ ଥିଲେ। ଏହି 3 ଦିନିଆ ପ୍ରଦର୍ଶନୀରେ  ସେମାନଙ୍କର ପର୍ଯ୍ୟଟନ ଉତ୍ପାଦଗୁଡିକ ପ୍ରଦର୍ଶନ କରିବେ 83 ଘରୋଇ ଟୁର୍ ଅପରେଟର ।

Comments are closed.