ବାଲେଶ୍ବର: ୧୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ। ବାଲେଶ୍ବର ଜିଲ୍ଲାର ଫୁଲାଡି ଛକରୁ ୧୦ କିଲୋଗ୍ରାମରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ମୋଟ୍ ୬ ଜଣ ଗିରଫ ହୋଇଛନ୍ତି। ଏହି ଧଳା ଜହର କାରବାରର କିଙ୍ଗପିନ୍ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି। ଯିଏକି ଗିରଫ ହୋଇଛି। ପୋଲିସ ଅତର୍କିତ ରେଡ୍ କରି ନଗଦ ୨୦ ହଜାର ଟଙ୍କା ସହ ଦୁଇଟି ମୋଟର ସାଇକେଲ ଏବଂ ପାଞ୍ଚଟି ମୋବାଇଲ ଜବତ କରିଛି।
ଆଇଜି ହିମାଂଶ ଲାଲୁ କହିଛନ୍ତି, ବାଲେଶ୍ବର ଏସପିଙ୍କ ନେତୃତ୍ବରେ ଏହି ରେଡ୍ ହୋଇଥିଲା। ବାଲେଶ୍ବର ପୋଲିସ ୧୦ କେଜିରୁ ଅଧିକ ବ୍ରାଉନ ସୁଗାର ଜବତ କରିଛି। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଧଳା ଜହର କାରବାର ସମ୍ପର୍କରେ ଏସପି ଅକ୍ଟୋବର ୨୭ ରେ ସୂଚନା ପାଇଥିଲେ। ଏହାପରେ ଏକ ଡ୍ରଗ୍ସ ବେପାରୀଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଥିଲା। ଅଭିଯୁକ୍ତମାନଙ୍କ ମଧ୍ୟରେ ଆୟୁବ ମଧ୍ୟପ୍ରଦେଶର କିଙ୍ଗପିନ୍। ପୂର୍ବରୁ ଓଡିଶା ପୋଲିସ ଦ୍ବାରା ଜବତ ହୋଇଥିବା ବ୍ରାଉନସୁଗାର ତୁଳନାରେ ଏହା ସର୍ବାଧିକ।
ଏହି ଅବସରରେ ବାଲେଶ୍ବର ଏସପିଙ୍କ ଟିମଙ୍କୁ ପ୍ରଶଂସା କରି ଆଇଜି ହିମାଂଶୁ ଲାଲ କହିଛନ୍ତି ଯେ ସମଗ୍ର ଟିମ୍ ପ୍ରଶଂସନୀୟ କାମ କରିଛନ୍ତି। ଲକ୍ଷ ଲକ୍ଷ ଲୋକ ଡ୍ରଗ୍ସ ପାଇଁ ନିଜେ ବିପଦରେ ରହିବା ସହିତ ପରିବାରବର୍ଗଙ୍କୁ ବିପଦରେ ରଖିଛନ୍ତି। ବ୍ରାଉନ ସୁଗାରକୁ ଯଥା ସମ୍ଭବ ଜବତ କରିବାକୁ ପ୍ରୟାସ କରୁଛୁ। ଗିରଫ ହୋଇଥିବା ବ୍ରାଉନସୁଗାର ବେପାରୀଙ୍କୁ ଜେରା କଲେ ଅନେକ ତଥ୍ୟ ମିଳିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବିଭିନ୍ନ ସମୟରେ ଜିଲ୍ଲାର ଜଳେଶ୍ବର ଏବଂ ବାଲେଶ୍ୱର ଉପକଣ୍ଠରେ ବ୍ରାଉନସୁଗାର କାରବାର ହେଉଥିବା ବେଳେ ଅବକାରୀ ବିଭାଗ ରେଡ୍ କରିଥିବାର ନଜିର ରହିଛି। ପଡୋଶୀ ରାଜ୍ୟର ସୀମାବର୍ତ୍ତି ଜିଲ୍ଲା ହୋଇଥିବାରୁ ବାଲେଶ୍ବର ବ୍ରାଉନସୁଗାର ବେପାରୀଙ୍କ ଚରାଭୂଇଁ ପାଲଟିଥିବା ସୂଚନା ରହିଛି।
Comments are closed.