ଓଡ଼ିଶୀ ନୃତ୍ୟ ସହିତ କୁଚିପୁଡ଼ି ନୃତ୍ୟରେ ଦର୍ଶକ ହେଲେ ବିଭୋର
୧୬ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟା
ଭୁବନେଶ୍ୱର -ତ୍ରିଧାରା ଅନୁଷ୍ଠାନ ଦ୍ୱାରା ଆୟୋଜିତ ୧୬ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଓଡ଼ିଶୀ ଦଳଗତ, ଦୈତ୍ୟ ଓ ଏକକ ନୃତ୍ୟ ସହିତ କୁଚିପୁଡ଼ି ନୃତ୍ୟର ଏକ ସୁନ୍ଦର ମିଶ୍ରଣ ରବୀନ୍ଦ୍ର ମଣ୍ଡପରେ ଦେଖିବାକୁ ମିଳିଥିଲା ।
ଦ୍ୱିତୀୟ ସନ୍ଧ୍ୟାର ପ୍ରଥମ ଉପସ୍ଥାପନା ଥିଲା ଜାପାନରୁ ଆସିଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ ଆୟା କସକିନା ଓ ମଞ୍ଜୁଙ୍କ ଦ୍ୱାରା ଦୈତ୍ୟ ଓଡ଼ିଶୀ ନୃତ୍ୟ । ସେମାନଙ୍କର ପ୍ରସ୍ତୁତିରେ ଥିଲା ବସନ୍ତ ପଲ୍ଲବୀ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁକେଳୁ ଚରଣ ମହାପାତ୍ର ପରେ ପରେ ଜାପାନର ହାନା ମୋମିୟାୟୁମି କୋଚଟନୀଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ । ତାଙ୍କ ପ୍ରସ୍ତୁତିରେ ଥିଲା ଗୀତ ଗୋବିନ୍ଦରୁ ଉଦ୍ଧୃତ ଅଷ୍ଟପଦୀ କୁରୁ ଯଦୁ ନନ୍ଦନ ଯାହାର ସଙ୍ଗୀତ ସଂଯୋଜନା ପଣ୍ଡିତ ଭୁବନେଶ୍ୱର ମିଶ୍ରଏବଂ ନୃତ୍ୟ ସଂରଚନା ଗୁରୁ କେଳୁଚରଣ ମହାପାତ୍ର କରିଥିଲେ । ପରବର୍ତ୍ତୀ ପ୍ରସ୍ୁତିଟି ଥିଲା ଦୀପିକା ରେଡ୍ଡୀଙ୍କ ଦ୍ୱାରା ଦଳଗତ କୁଚିପୁଡ଼ି ନୃତ୍ୟ । ସେମାନଙ୍କର ପ୍ରଥମ ଉପସ୍ଥାପନ ଥିଲା କୁଚିପୁଡ଼ି ବନ୍ଦନା ଯାହା ରାଗରାଗ ମାଳିକା ଓ ତାଳତାଳ ମାଳିକା ଉପରେ ନିବଦ୍ଧ ଥିଲା ।
ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଜୈାତିର୍ଶମ ଏବଂ ଶେଷ ଉପସ୍ଥାପନଟି ଥିଲା ଗୋଟିଏ ପିତଳ ଥାଳି ଉପରେ କୁଚିପୁଡ଼ି ନୃତ୍ୟ ପରିବେଷଣ ଯାହାକୁ ଦର୍ଶକ ମନଭରି ଉପଭୋଗ କରିଥିଲେ ଓ ପ୍ରଶଂସା ମଧ୍ୟ କରିଥିଲେ । ସମସ୍ତ ନୃତ୍ୟର ସଂରଚନା ନିଜେ ଦୀପିକା ରେଡ୍ଡୀ ଏବଂ ସଙ୍ଗୀତ ସଂଯୋଜନା ଡି଼.ଏସ୍.ଭିଶାସ୍ତ୍ରୀ କରିଥିଲେ ।
ପରବର୍ତ୍ତୀ ପରିବେଷଣଟି ଥିଲା ଗୁରୁ ଦେବପ୍ରସାଦ ଦାସଙ୍କ ନାତୁଣୀ ବାଗ୍ମିଶ୍ରୀ ଦାସଙ୍କ ଦ୍ୱାରା ଓଡ଼ିଶୀ ଏକକ ନୃତ୍ୟ । ତାଙ୍କ ପ୍ରସ୍ତୁତିରେ ଥିଲା କବି ଭାଗିରଥୀଙ୍କ ରଚନା ମିନ ନୟନା କ୍ଷିଣ ହେବନି ମୋ ବିନା ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଗଜେନ୍ଦ୍ର ପଣ୍ଡା । ପରେ ପରେ
ସଂଧ୍ୟାର ଅନ୍ତିମ ପ୍ରସ୍ତୁତିରେ ଥିଲା କଟକ କଳା ବିକାଶ କେନ୍ଦ୍ରର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ । ସେମାନେ ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ୱାରା ଲିଖିତ ଅଭିନୟ ବିଘ୍ନ ବିନାଶନ ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କରଙ୍କ ସଂଗୀତ, ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ସଂଗୀତ ସଂଯୋଜନା ଏବଂ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡାଙ୍କ ନୃତ୍ୟ ସଂରଚନାରେ ଉପସ୍ଥାପିତ ହୋଇଥିଲା ।
ଦ୍ୱିତୀୟସଂଧ୍ୟାର ଅତିଥିମାନେ ଥିଲେ ବିଶିଷ୍ଟ କୁଚିପୁଡ଼ି ନୃତ୍ୟାଙ୍ଗନା ଦୀପିକା ରେଡ୍ଡୀ; ପାରାଦୀପ ଫସଫେଟ ଲିମିଟେଡ଼ର ଅଧିକାରୀ ସୁଧିରଞ୍ଜନ ମିଶ୍ର; ବିଶିଷ୍ଟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ୍; ଗୁରୁ ଦେବପ୍ରସାଦ ଦାସଙ୍କ ସୁପୁତ୍ର ଶୁଭେନ୍ଦୁ ଦାସ ଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା । କାର୍ଯ୍ୟକ୍ରମ କୁ ସଂଚାଳନା କରିଥିଲେଡ଼. ଶ୍ରୀନିବାସ ଘଟୁଆରୀ ।
Comments are closed.