Latest Odisha News

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି-ବିଜେପିର ଫେରାଦ କାର୍ଯ୍ୟକ୍ରମ ଜାରି

ଭୁବନେଶ୍ୱର: ବିଜେଡି ଏସଏଚଜି ମହିଳା ମାନଙ୍କୁ ଧାମନଗର ଉପନିର୍ବାଚନ ଜିତିବା ପାଇଁ ଅସ୍ତ୍ର କରିଛି । ଏଭଳି ଅନେକ ଉଦାହରଣ ସାମ୍ନାକୁ ଆସିଲାଣି । କିନ୍ତୁ ଏସଏଚଜି ମହିଳା ମାନେ ଜାଣିପାରୁନାହାନ୍ତି ଯେ ବିଜେଡ଼ି ସେମାନଙ୍କୁ ବ୍ୟବହାର କରୁଛି । ତାଙ୍କ ଦ୍ୱାରା ଶାସକ ଦଳ ଅପରାଧ, ଟଙ୍କା ବଣ୍ଟିବା, ଦଳୀୟ ଉତ୍ତରୀୟ ପିନ୍ଧାଇ ବିଜେଡ଼ି ପାଇଁ ପ୍ରଚାର କରାଉଛି । ଧାମନଗର ଉପନିର୍ବାଚନରେ ଟଙ୍କା ବଣ୍ଟାକୁ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ବିଜେପି ଫେରାଦ ହେବା ପରେ  ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଏହା କହିଛନ୍ତି। ତାଙ୍କ ନେତୃତ୍ୱରେ ଦଳର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଏସଏଚଜି ମହିଳାଙ୍କୁ ଶାସକ ଦଳ ବ୍ୟବହାର କରୁଥିବା ଅଭିଯୋଗ ଆଣିଛି ଦଳ।

ସେ କହିଛନ୍ତି, ବିଜେଡ଼ି ବିନା ପ୍ରମାଣରେ ସିଇଓଙ୍କ ପାଖକୁ ଆସି ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛି। ହେଲେ ବିଜେପି ପ୍ରମାଣ ସହିତ ଆସି ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି। ପୁଣି ଆଉ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଏସଏଚଜି ମହିଳା ଟଙ୍କା ବାଣ୍ଟୁଥିବାର ପ୍ରମାଣ ମିଳିଛି। ତିହିଡି ବ୍ଲକର ପାଳିଆବିନ୍ଧା ପଞ୍ଚାୟତ ପାଳିଆବିନ୍ଧା ଗାଁର ସନ୍ଧ୍ୟାରାଣୀ ସାହୁ ସେ ରାମାନୁଜ ଏସଏଚଜି ଗ୍ରୁପର ଅଧ୍ୟକ୍ଷା। ଭାଇରାଲ ଭିଡିଓରେ ସେ କହୁଛନ୍ତି ଯେ ତାଙ୍କୁ ୪ ହଜାର ଟଙ୍କା ଦିଆଯାଇଛି। ଏବଂ କୁହାଯାଇଛି ଯେ ନବୀନ ବାବୁ ପଠାଇଛନ୍ତି । ଗ୍ରୁପରେ ଥିବା ୧୨ ଜଣ ସଦସ୍ୟଙ୍କ ଭିତରେ ବାଣ୍ଟି ଦେବ।

ସେପଟେ ବିଜୁ ଜନତା ଦଳ ମଧ୍ୟ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି। ଧାମନଗରରେ ପ୍ରଚାର ବେଳେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଭୋଟରଙ୍କୁ ପ୍ରୋଲଭିତ କରିବାକୁ ଯାଇ ମିଛ ପ୍ରତିଶ୍ରୁତି ଦେଇଛନ୍ତି। ସେ ଏପରି କରି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି ବିଜେଡି। ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛ ଶାସକ ଦଳ।

ତିନି ତାରିଖରେ ଏହି ଆସନ ପାଇଁ ଭୋଟ୍ ପଡିବ। ହେଲେ ଏହା ପୂର୍ବରୁ ଦୁଇ ଦଳ ପରସ୍ପର ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣି ଫେରାଦ ହେଉଛନ୍ତି।

Comments are closed.