ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଟିଏ ସିଂହଦ୍ୱାର ଗୁମୁଟ ଡେଉଁ ଡେଉଁ କିଛି ପାବଛ ଶ୍ରେଣୀକୁ ଅତି ଶ୍ରଦ୍ଧାର ସହ ପ୍ରଣିପାତ ହୁଏ। ଅତି ଆନନ୍ଦରେ କାଶୀବିଶ୍ଵନାଥଙ୍କୁ ଦର୍ଶନ କରି ଶୀଘ୍ର ଶୀଘ୍ର ପାଦ ପକାଇ ପହଞ୍ଚେ କୂର୍ମ ବେଢା ଗୁମୁଟ ପାଖରେ । ତେଣୁ ଅଧିକାଂଶ ଭକ୍ତ ପାହାଚଗୁଡିକ ଅତିକ୍ରମ କରୁଥିଲେ ମଧ୍ୟ ତାହାକୁ ଗଣି ପାରନ୍ତିନାହିଁ । କାରଣ ନିଜର ଆରାଧ୍ୟ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଭିଳାଷର ଆନନ୍ଦ ଭକ୍ତ ମନକୁ ଆଚ୍ଛାଦିତ କରି ରଖିଥାଏ। ସେଥିପାଇଁ ଗଜପତି ବୀର କିଶୋର ଦେବ ଭକ୍ତିରେ କହନ୍ତି : – “ଶ୍ରୀକ୍ଷେତ୍ର ନବରେ ମହା ଐଶର୍ଯ୍ୟରେ ଥିଲେ ହେଁ କମଳା ସାଇଁ ବାଇଶି ପାବଛ ନ ଉଠିବା ଯାଏଁ
ଆନନ୍ଦ ନପାଏ କାହିଁ । ” କାରଣ ଏହି ବାଇଶି ପାବଛ ହେଉଛି ଚଉଦ ଭୁବନ ଓ ଅଷ୍ଟ ବୈକୁଣ୍ଠର ସମାହାର, ଚଉଦ ଭୁବନ କଥା ସମସ୍ତେ ଜାଣନ୍ତି ମର୍ତ୍ତ୍ୟର ଉପରେ ସାତ ଓ ତଳେ ସାତ ଭୁବନ। କିନ୍ତୁ ଅଷ୍ଟ ବୈକୁଣ୍ଠ ହେଲା, ଶ୍ରୀବୈକୁଣ୍ଠ, କୈବଲ୍ୟ ବୈକୁଣ୍ଠ, କାରଣlର୍ଣ୍ଣବ ବୈକୁଣ୍ଠ, ଶ୍ୱେତ ଦ୍ବୀପ ବୈକୁଣ୍ଠ, ପରବ୍ୟୋମ ବୈକୁଣ୍ଠ,ଗର୍ଭ ଉଦକଶାୟୀ ବୈକୁଣ୍ଠ, ଓ କୈଳାସ ବୈକୁଣ୍ଠ।
ସେହିପରି ଯଦି ବାଇଶି ପାହାଚକୁ ଭାଗବତ ର ଦ୍ୱାଦଶ ସ୍କନ୍ଦ ଓ ଦଶ ତତ୍ତ୍ୱର ସମାହାର ମଣିବା, ତେବେ ଦଶ ତତ୍ତ୍ୱ ହେଲେ, ବାସୁଦେବ ନୃସିଂହ, ରାମକୃଷ୍ଣ, ଶ୍ରୀଦେବୀ, ଭୁଦେବୀ, ଗୋବିନ୍ଦ, ନାରାୟଣ, ମଦନମୋହନ, ବିମଳା ଓ ଭୁବନେଶ୍ୱରୀ । ଏଥର ବୁଝି ପାରୁଛନ୍ତି ତ ଏହି ବାଇଶି ପାବଛ ସ୍ପର୍ଶର ମାଦକତା କଣ। ବାଇଶି ପାବଛ ସ୍ପର୍ଶରେ ସମସ୍ତ ପାପ ରାଶି ବିନିଷ୍ଟ ହୁଏ ଏବଂ ଶ୍ରୀଜୀଉମାନଙ୍କ ଦର୍ଶନ ସୁଲଭ ଓ ସୁଗମ ହୋଇଥାଏ। ନିଜ ସନ୍ତାନମାନଙ୍କୁ ବିପଦମୁକ୍ତ କରିବା ପାଇଁ କିଛି ପିତାମାତା ନିଜ ସନ୍ତାନମାନଙ୍କୁ ଏହି ବାଇଶି ପାହାଚରେ ଗଡେଇ ଦିଅନ୍ତି। ଜନଶ୍ରୁତି କହେ ରାଜା ଭାନୁଦେବ ନିଜ ପୁତ୍ରଙ୍କୁ ବିପଦ ମୁକ୍ତ କରିବା ପାଇଁ ବାଇଶି ପାହାଚ ନିର୍ମାଣ କରିଥିଲେ । ବାଇଶି ପାହାଚର ଅନ୍ୟାନ୍ୟ ତତ୍ତ୍ୱ ଅନୁଶୀଳନ ଗୁଡିକ ଧିରେ ଧିରେ ଆଗାମୀ ଅଧ୍ୟୟ ଗୁଡିକରେ ଆଲୋଚନା କରିବା । ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।
ଏ ମନୋରଥମୟ ଦେହ
ଯେ ଉଚ୍ଚ ନୀଚ ଗୁଣମୟ ।
ଅବସ୍ଥା ଭେଦେ ଜନ୍ମ ମୃତ୍ୟୁ
ବିବେକ ଜ୍ଞାନେ ଜାଣି ହେତୁ ।
ଛାଡିଲେ ଦେହେ ଆତ୍ମlଭାବ
ମଣଇ ଆତ୍ମାକୁ ବିଲଗ ।
ଦେହରୁ ଦେହ ହୋଇ ଜାତ
ହୁଅଇ ପିତାପୁତ୍ର ମତ ।
ଆତ୍ମା ର ଜନ୍ମ ମୃତ୍ୟୁ ନାହିଁ
ଦେହରୁ ବିଲକ୍ଷଣ ସେହି ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.