ମୁମ୍ବାଇ : ବଲିଓଡ ତାରକା ସଲଖାନ୍ଙ୍କ ପରେ ଅମିତାଭ ବଚ୍ଚନଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୋଲିସ। ବିଗ୍ ବିଙ୍କୁ ମିଳିଲା ଏକ୍ସ ଶ୍ରେଣୀର ସୁରକ୍ଷା । ବଡ଼ ବଡ଼ ସେଲିବ୍ରିଟିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁମ୍ବାଇ ସରକାର ଏବଂ ରାଜ୍ୟ ସରକାର ସୁରକ୍ଷା ବଢ଼ାଉଛନ୍ତି । ସଲମାନ ଖାନଙ୍କୁ ଓ୍ଵାଇ ପ୍ଲାସ୍ କାଟେଗୋରୀର ସୁରକ୍ଷା ଦିଆଯାଇଥିବା ବେଳେ ଏବେ ବଲିଉଡ୍ର ଶେହନଶାହ ଅମିତାଭ ବଚ୍ଚନଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ବଡ଼ ବଡ଼ ଅଭିନେତାଙ୍କୁ କୌଣସି ନା କୌଣସି ପ୍ରକାରର ଧମକ ମିଳୁଛି। ଏହି କାରଣରୁ ସେମାନଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଉଛି। ଏହାପୂର୍ବରୁ ମୁମ୍ବାଇ ପୁଲିସ ଅମିତାଭ ବଚ୍ଚନଙ୍କୁ ସୁରକ୍ଷା ଦେଉଥିଲା। ବର୍ତ୍ତମାନ ଅମିତାଭ ବଚ୍ଚନଙ୍କ ସୁରକ୍ଷା ଦାୟିତ୍ବରେ ତିନିଜଣ ପୁଲିସ ଭିନ୍ନ ଭିନ୍ନ ସିଫ୍ଟରେ ରହିବେ। ଅକ୍ଷୟ କୁମାର ଏବଂ ଅନୁପମ ଖେରଙ୍କ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏହା କରାଯାଇଛି। ଅନୁପମ ଖେର ଏବଂ ଅକ୍ଷୟ କୁମାରଙ୍କୁ ଏକ୍ସ ବର୍ଗର ସୁରକ୍ଷା ଦିଆଯାଇଛି।
BREAKING NEWS
- ଦର୍ଶକଙ୍କ ଉଡ଼ାଇବ ହୋସ୍ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ
- ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର: ବିଜେଡି
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
Comments are closed.