ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାଇଶି ପାହାଚରେ ପୂଜା ପାଉଛନ୍ତି ଶ୍ରୀ କାଶୀ ବିଶ୍ୱନାଥ। ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧlଳୁ, ପତିତପାବନଙ୍କ ଦର୍ଶନ ପରେ ପରେ, ସର୍ବ ପ୍ରଥମେ ଦର୍ଶନ କରନ୍ତି ଶ୍ରୀ କାଶୀ ବିଶ୍ୱନାଥଙ୍କୁ ଏହିଠାରେ ମୁଣ୍ଡିଆଟିଏ ମାରି ଆରମ୍ଭ କରନ୍ତି ବେଢାବୁଲା। କାରଣ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବେଢା ରେ ଥିବା ପାର୍ଶ୍ଵ ଦେବା ଦେବୀଙ୍କ ଦର୍ଶନ ପରେ ହିଁ ହୁଏ ଶ୍ରୀଜଗନ୍ନାଥଙ୍କ ଦର୍ଶନ। ଆମେ ବି ବେଢା ବୁଲିବା, ଏବେ କିନ୍ତୁ ଜାଣିବା ଶ୍ରୀକାଶୀ ବିଶ୍ୱନାଥଙ୍କ ସମ୍ପର୍କରେ ଆଉ କିଛି ତଥ୍ୟ ଓ ତତ୍ତ୍ୱ । ପୁର୍ଣଚନ୍ଦ୍ର ମିଶ୍ରଙ୍କ ରଚିତ ଶ୍ରୀକ୍ଷେତ୍ର ଦର୍ଶନ ପୁସ୍ତକରେ ଉଲ୍ଲେଖ ଅଛି ହରିହର ଖୁଣ୍ଟିଆ ନାମକ ଜଣେ ସେବାୟତ ଶ୍ରୀ କାଶୀ ବିଶ୍ୱନାଥଙ୍କ ଦର୍ଶନ ଅଭିଳାଷ ନେଇ ବାଇଶି ପାହାଚରେ ବସି ଆକୁଳ ପାର୍ଥନା କରୁଥାନ୍ତି। କାରଣ ତାଙ୍କ ପାଖରେ କାଶୀ ଯିବା ପାଇଁ ନଥାଏ ସମ୍ବଳ ଅବା ଶାରୀରିକ ସାମର୍ଥ୍ୟ। ଦିନେ ବିଶ୍ବନାଥ ପ୍ରସନ ହୋଇ ତାଙ୍କୁ ଦର୍ଶନ ଦେଲେ ଓ ସବୁଦିନ ପାଇଁ ଲିଙ୍ଗ ସ୍ୱରୂପରେ ସେହି ବାଇଶି ପାହାଚରେ ଅବସ୍ଥାନ କଲେ। ଏହି ଦୁଇ ତଥ୍ୟ ମଧ୍ୟରେ ପ୍ରଥମ ତଥ୍ୟ ଯଥା ଚକ୍ରପାଣି ଖୁଣ୍ଟିଆ ଙ୍କ ବିଷୟ, ବିଶେଷ ଭାବେ ଗ୍ରହଣୀୟ ହୋଇଛି। ତେବେ ଏହି କ୍ଷୁଦ୍ର ମନ୍ଦିରଟି ଶ୍ରୀଜଗନ୍ନାଥ ମନ୍ଦିର ସତ୍ୱଲିପି ଅନୁସାରେ ଶ୍ରୀମନ୍ଦିର ବାହାର ବେଢା ପ୍ଲଟନମ୍ବର ୧୬୪ ରେ ଅବସ୍ଥିତ। ସେହି ସତ୍ୱଲିପି ମୁତାବକ ପୂର୍ବେ ଶ୍ରୀ କାଶୀନାଥ ଖୁଣ୍ଟିଆ ଏହି ମନ୍ଦିରରେ ପୂଜା ଅର୍ଚ୍ଚନା ଭାର ଗ୍ରହଣ କରିଥିଲେ। ଏବେ ତାଙ୍କରି ବଂଶଧର ଦୋଳମଣ୍ଡପ ସାହିର ସର୍ବଶ୍ରୀ ଦାଶରଥି ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଓ ଚନ୍ତାମଣି ଖୁଣ୍ଟିଆ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରର ସେବାକାର୍ଯ୍ୟ କରୁଛନ୍ତି। ଶ୍ରୀମନ୍ଦିରର ଦ୍ୱାର ଫିଟା ନୀତି ପରେ ପରେ ଏହି ମନ୍ଦିରରେ ସକାଳ ଆଳତି, ଅଭିଷେକ ହୋଇ ପରେ ଯଜମାନମାନଙ୍କ ଜଳ ଲାଗି କରାଯାଏ। ଏହାପରେ ଫଳ ଭୋଗ ଲାଗି ହୁଏ। ସେହିପରି ଅପରାହ୍ନରେ ପୁନଶ୍ଚ ଅଭିଷେକ ହୋଇ ଚନ୍ଦନ ଲାଗି ହୁଅନ୍ତି। ରାତ୍ରରେ କ୍ଷୀର ଭୋଗ ହୋଇ, ପହୁଡ଼ ପଡେ। ଶ୍ରୀମନ୍ଦିର ତରଫରୁ ଏ ମନ୍ଦିର ପାଇଁ କୌଣସି ଖଞ୍ଜା ଭୋଗ ନାହିଁ.କିନ୍ତୁ ତତ୍କାଳୀନ କଲେକ୍ଟର ଗ୍ରୋମ ସାହେବ ତା ୧୦.୬ .୧୮୦ ରିଖରେ କଟକ ପ୍ରଦେଶର କମିଶନରଙ୍କୁ ଦେଇଥିବା ପତ୍ରରେ କାଶୀ ବିଶ୍ୱନାଥଙ୍କ ସେବକ ବିଷୟରେ ଉଲ୍ଲେଖ କରିଛନ୍ତି ଓ ତାହାଙ୍କୁ ବାହାର ଦେଉଳି ସେବକ ତାଲିକାରେ ଏହାକୁ ଲିପିବଦ୍ଧ କରିଛନ୍ତି। ଆଗାମୀ ଅଧ୍ୟlୟରେ ମନ୍ଦିରର ସମ୍ପୂର୍ଣ୍ଣ ବିବରଣୀ ସହ ଏହାର ବିଶେଷ ଯାନିଯାତ୍ରା ବିଷୟରେ ଆଲୋଚନା କରିବା। ବର୍ତ୍ତମାନ ଆରାଧନାର ସମୟ, ତେଣୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କୋଟି ବ୍ରହ୍ମlଣ୍ଡ ସୁନ୍ଦରୀ “ରେ ଲିଖିତ ପଦ ମନେ ପକାଇବା। ଯାହା ଏହିପରି “ଆସି କାଶୀଶ୍ୱର ବାସ କଲେ ଏହା ଜାଣି, ଅନ୍ୟ କ୍ଷେତ୍ର ସମସ୍ତଙ୍କ ଏ ମସ୍ତକ ମଣି ହେ “ସେହି କାଶୀଶ୍ୱର ଙ୍କୁ ପ୍ରଣିପାତ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.