କରାଚୀ: ଭାରତର ଟେନିସ ତାରକା ସାନିଆ ମିର୍ଜାଙ୍କ ଦାମ୍ପତ୍ୟ ଜୀବନରେ ଦେଖାଦେଇଥିବା ଝଡକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବଡ ଘୋଷଣା କରିଛନ୍ତି ସାନିଆ-ଶୋଏବ । ଏହି ଘୋଷଣା ପରେ ସାନିଆ-ଶୋଏବ ଏକାଠି ରହିବା ନେଇ ଫ୍ୟାନ୍ସମାନେ ଆଶାବାଦୀ ହୋଇଛନ୍ତି । ଉଭୟ ଏକ ଟକ୍ ଶୋରେ ଏକାଠି ଦେଖା ଦେବେ ବୋଲି ଘୋଷଣା କରିଛନ୍ତି ।
ପାକିସ୍ତାନୀ ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ଏଇ ଟକ୍ ସୋ’ର ନାଁ ରହଛିଛି ‘ମିର୍ଜା ମଲିକ ସୋ’ । ଏହାର ଟକ ସେବିବା ପୋଷ୍ଟର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାରକା ଦମ୍ପତି ଏହି ଟକ ସୋ ବିଷୟରେ ଘୋଷଣା କରିବା ପରେ ସେମାନେ ଏକାଠି ରହି ପାରନ୍ତି ଅନୁମାନ କରାଯାଉଛି ।
ସୂଚନାଥାଉ କି, ୨୦୧୦ ଏପ୍ରିଲ ୧୨ ତାରିଖରେ ସାନିଆ-ଶୋଏବଙ୍କର ବିବାହ ହୋଇଥିଲା । ହେଲେ ଉଭୟେ ଅଲଗା ହେବା ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ଶୋଏବଙ୍କ ନିକଟତମ ବନ୍ଧୁ ଉଭୟଙ୍କ ତଲାକ ହୋଇ ଯାଇଥିବା କହିଥିଲେ । ପାକିସ୍ତାନୀ ମଡେଲ ଆୟଶାଙ୍କ ସହ ଶୋଏବଙ୍କ ସମ୍ପର୍କ ଏହି ବିବାହ ବିଚ୍ଛେଦର କାରଣ ବୋଲି ଅନୁମାନ କରାଯାଉଥିଲା ।
୨୦୨୧ ପରଠାରୁ ଶୋଏବ ଏବଂ ଆୟଶାଙ୍କ ସମ୍ପର୍କ ନିବିଡ ହେବାକୁ ଲାଗିଥିଲା । ଉଭୟଙ୍କୁ ଏକତ୍ର ଅନେକଗୁଡିଏ ବିଜ୍ଞାପନରେ ମଧ୍ୟ ଦେଖିବାକୁ ମିଳିଥିଲା । ନିକଟରେ ସାନିଆ ଇନଷ୍ଟାଗ୍ରାମରେ ଟୁଟେ ଦିଲ କାହାଁ ଯାତା ହେ ଲେଖିବା ପରେ ଶୋଏବଙ୍କ ସହ ସମ୍ପର୍କ ଭଲ ନ ଥିବା ଆଶଙ୍କା କରାଯାଉଥିଲା । ସାନିଆଙ୍କ ସହ ଶୋଏବ ବିଶ୍ୱାସଘାତ କରିଛନ୍ତି ବୋଲି କେତେକ ପାକିସ୍ତାନୀ ମିଡିଆରେ ମଧ୍ୟ ଖବର ପ୍ରକାଶ ପାଇଥିଲା।