ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭିତର ବେଢା ରେ ଅନେକ ଗଣେଶ ମୂର୍ତ୍ତି ବିଦ୍ୟମାନ। କିନ୍ତୁ ବଟ ଗଣେଶ ସବୁଠାରୁ ପ୍ରଧାନ ଓ ପ୍ରଥମ ଗଣେଶ ହିସାବରେ ପରିଗଣିତ ହୁଏ. ବେଢାବୁଲା ର କ୍ରମ ଅନୁସାରେ ଶ୍ରୀ ସତ୍ୟନାରାୟଣଙ୍କ ଦର୍ଶନ ପରେ ଆମେ ଦକ୍ଷିଣ ଦ୍ୱାର ପାର୍ଶ୍ଵରେ ପହଞ୍ଚି ପ୍ରଥମେ ଦର୍ଶନ କରୁ, “ବଟ ଗଣେଶ ଙ୍କୁ। ଭାରତୀୟ ପରମ୍ପରା ଅନୁସାରେ ପଞ୍ଚ ଦେବତା ଉପାସନାର ପ୍ରଥମ ଦେବତା ହେଲେ ଶ୍ରୀଗଣେଶ। ବୈଦିକ ମନ୍ତ୍ରରେ ଗଣେଶ ଅଗ୍ରପୂଜ୍ୟ, ସର୍ବସିଦ୍ଧି ଦାତା ଓ ସର୍ବମଙ୍ଗଳମୟ ରୂପେ ଉଚ୍ଚାରିତ ହୁଅନ୍ତି। ଉପନିଷଦ ମଧ୍ୟ ଶ୍ରୀଗଣେଶଙ୍କୁ ସର୍ବଶକ୍ତିମାନ, ସର୍ବବିଘ୍ନ ନାଶକ ଭାବରେ ବର୍ଣ୍ଣନା
ମୂଷିକ ବାହନ ଇତ୍ୟାଦି କିନ୍ତୁ ଏହି ବଟ ଗଣେଶ ନାମଟି ତାଙ୍କର ଅବସ୍ଥିତି ଯୋଗୁ ହୋଇଥିବାର ଅନୁମାନ କରାଯାଏ। କଳ୍ପ ବଟ ମୂଳରେ ଅବସ୍ଥିତ ଥିବାରୁ ଏହାଙ୍କୁ କଳ୍ପ ଗଣେଶ, ବଟ ଗଣେଶ, ଚିନ୍ତାମଣି ଗଣେଶ, ଓ ସିଦ୍ଧଗଣେଶ ନାମରେ ନାମିତ କରାଯାଇଛି. ଇତିହାସ କହେ ଶ୍ରୀମନ୍ଦିର ପ୍ରତିଷ୍ଠା ପୂର୍ବରୁ ଏହି ଗଣେଶ କଳ୍ପବଟ ମୂଳରେ ରହି ପୂଜା ପାଉଛନ୍ତି। ଅନୁମାନ କରାଯାଏ ଏହି ମନ୍ଦିର ଟି ପ୍ରାୟ ୭୦୦ (ସାତ ଶହ )ବର୍ଷ ପୁରୁଣା ମନ୍ଦିର। ଏହାର ପ୍ରମାଣ ସ୍ୱରୂପ ଆମେ “ପ୍ରାଚୀନ ଉତ୍କଳ “ପୁସ୍ତକକୁ ନେବା ;ଯେଉଁଥିରେ ଉଲ୍ଲେଖ ଅଛି ରାଜା ଅନଙ୍ଗଭୀମ ଦେବଙ୍କ ରାଜତ୍ୱ ପରେ ପରେ ଶ୍ରୀମନ୍ଦିର ପରିସରରେ ଇନ୍ଦ୍ରଦେବ, ଈଶାନେଶ୍ୱର ମନ୍ଦିର ବଟେଶ୍ୱର, ବଟ ମଙ୍ଗଳା ବଟ ଗଣେଶ, ଅନନ୍ତ ବାସୁଦେବ,କ୍ଷେତ୍ରପାଳଙ୍କ ଛଡା ଦେବସ୍ନାନ ମଣ୍ଡପ, ବଟ ବୃକ୍ଷର ପାଷାଣ ଚଉରା ଇତ୍ୟାଦି ନିର୍ମାଣ ହୋଇଥିଲା। ଶ୍ରୀମନ୍ଦିରର ସିଂହଦ୍ୱାର ଦେଇ ଆସୁଥିବା ଭକ୍ତ ପତିତପାବନ, କାଶୀ ବିଶ୍ୱନାଥ, ସତ୍ୟନାରାୟଣଙ୍କ ଦର୍ଶନ କରିସାରି ଏହି ବଟ ଗଣେଶଙ୍କ ଦର୍ଶନ କରିଥାଏ। କିନ୍ତୁ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରୁଥିବା ଭକ୍ତମାନେ ପ୍ରଥମେ ଏହି ବଟ ଗଣେଶଙ୍କ ଦର୍ଶନ କରନ୍ତି ଓ ଗଜପତି ପୁରୁଷୋତ୍ତମ ଦେବ ରଚିତ “ମୁକ୍ତି ଚିନ୍ତାମଣି “ଗ୍ରନ୍ଥରେ ପ୍ରଦତ୍ତ ଏହି ଗଣେଶଙ୍କ ବନ୍ଦନା ଗାଇ ଶ୍ରୀ ଗଣେଶଙ୍କ ଆରାଧନା କରନ୍ତି ।
“କଳ୍ପଦ୍ରୁମlଧସ୍ଥିତ କାମଧେନୁଂ
ଚିନ୍ତାମଣିଂ ମୋଦକନ୍ୟସ୍ତଶୁଣ୍ଢମ
ପାର୍ଶ୍ଵକ୍ଷମାଳା ଦଶନଂ ବଧାନଂ
ନମାମି ସିଦ୍ଧି ପ୍ରଦାକମ ଦନ୍ତମ୍ “
ଅର୍ଥାତ ହେ ଗଣପତି ତୁମେ କଳ୍ପ ବୃକ୍ଷ ର ନିମ୍ନ ଭାଗରେ ଥାଇ କାମଧେନୁ ତୁଲ୍ୟ ସବୁ କାମନା ପୁରକ, ତୁମେ ଚିନ୍ତାମଣି, ତୁମେ ଶୁଣ୍ଢରେ ଲଡ଼ୁ ଧାରଣ ସହ ଦାନ୍ତରେ ଅକ୍ଷମାଳା ଧାରଣ କରି। ତୁମେ ସିଦ୍ଧିଦାୟକ, ତୁମେ ସର୍ବ କାମନାର ପ୍ରଦାତା, ତୁମ୍ଭଙ୍କୁ ନମସ୍କାର, ଜୟ ଗଣପତି ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.