Latest Odisha News

BREAKING NEWS

ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ କରି ଗିରଫ ହେଲେ ଯୁବକ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ନେଇ ବ୍ଲାକମେଲ୍ କରୁଥିବା ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗିରଫ କରିଛି ।

ଗିରଫ ଯୁବକ ଜଣକ ହେଲେ ସୌମ୍ୟ ରଞ୍ଜନ ସାହୁ ।

ମିଳିଥିବା ସୂଚନାନୁଯାୟୀ ଅଭିଯୁକ୍ତ ଜଣକ ଉକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ସେହି ଅନ୍ତରଙ୍ଗ ମୁହୂର୍ତ୍ତ ଗୁଡିକୁ କୌଶଳକ୍ରମେ ରେକର୍ଡିଂ କରିନେଇଥିଲେ । ପରେ ତାଙ୍କ କଥାନମାନିଲେ ସୌମ୍ୟ ଉକ୍ତ ଭିଡିଓକୁ ଭାଇରାଲ କରିଦେବେ ବୋଲି ଧମକ ଦେଉଥିଲେ ବୋଲି ଅଭିଯୋଗ ହୋଇଛି ।

ତେବେ ଏନେଇ ଯୁବତୀଙ୍କ ପରିବାର ବର୍ଗ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଉକ୍ତ ଯୁବକଙ୍କୁ ଗିରଫ କରିଛି ।

Leave A Reply

Your email address will not be published.