Latest Odisha News

ଏଣିକି ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିବନି ଜୋରିମାନା

ଭୁବନେଶ୍ୱର: କୋଭିଡ ସଂକ୍ରମଣ ଉଲ୍ଲେଖନୀୟ ଭାବେ ହ୍ରାସ ପାଉଥିବାରୁ ଓଡ଼ିଶା ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ରହିଥିବା ସମସ୍ତ କଟକଣାକୁ ଶନିବାର ପ୍ରତ୍ୟାହାର କରିନେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ଏଭଳି ଘୋଷଣା କରାଯାଇଛି।

ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟ ଓ ପରିବାର ବିଜ୍ଞପ୍ତି ଜାରି କରି କହିଛନ୍ତି, ଗତ କିଛି ମାସ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବାରୁ କୋଭିଡ-19 ନିୟମାବଳୀକୁ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ତେବେ ରାଜ୍ୟ ସରକାର ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ଲୋକମାନେ ସ୍ୱଇଚ୍ଛାରେ ନିଜର ସୁରକ୍ଷା ପାଇଁ ସମସ୍ତ ପ୍ରତିଷ୍ଠିତ କୋଭିଡ ପ୍ରୋଟୋକଲ ପାଳନ କରିବା ଉଚିତ।

କରୋନା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ସ୍ୱେଚ୍ଛାକୃତ ଭାବେ ବାରମ୍ବାର ହାତକୁ ସାନିଟାଇଜ୍ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି। କିନ୍ତୁ ଏଥିରେ କୌଣସି ବାଧ୍ୟବାଧକତା ନାହିଁ। ଅର୍ଥାତ୍ ପୂର୍ବରୁ ଯେଉଁ ନିୟମ ଥିଲା ମାସ୍କ ନପିନ୍ଧିଲେ କିମ୍ବା ସାମାଜିକ ଦୂରତା ନରଖିଲେ ଜୋରିମାନା ହେବ। ତାହା ଏବେ ପ୍ରତ୍ୟାହାର କରିଛନ୍ତି ସରକାର।

Comments are closed.