Latest Odisha News

BREAKING NEWS

ସଠିକ୍‌ ଜାଗାରେ ରଖନ୍ତୁ ଆକ୍ୱାରିୟମ୍‌, ମିଳିବ ଶୁଭଫଳ

ଘରକୁ ଆକର୍ଷଣୀୟ କରି ସଜାଇବାକୁ ସମସ୍ତେ ପସନ୍ଦ କରନ୍ତି । ନିଜନିଜ ରୁଚି ଅନୁସାରେ ଭିନ୍ନଭିନ୍ନ ଜିନିଷରେ ଲୋକେ ଘର ସଜାନ୍ତି । ତେବେ ଘରେ ଆକ୍ୱାରିୟମ ରଖିଲେ ଏହା ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ଖାଲି ସୁନ୍ଦର ଦିଶିବା ପାଇଁ ନୁହେଁ ପେଙ୍ଗସୁଇ ଅନୁସାରେ ଆୱାରିୟମ୍‌ ରଖିବା ଦ୍ୱାରା ଘରେ ସୁଖ, ଶାନ୍ତି ଆସିବା ସହ ଅନେକ ବିପତ୍ତିରୁ ଏହା ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି।

ଆକ୍ୱାରିୟମ ରଖିଲାବେଳେ କେତେକ କଥା ପ୍ରତି ଧ୍ୟାନ ଦେଲେ ଆପଣଙ୍କୁ ଏହାର ଶୁଭ ଫଳ ମିଳିଥାଏ । ଯଥା:

– ଘରେ ରଙ୍ଗିନ୍‌ ମାଛ ରଖିବା ଦ୍ୱାରା ଘରକୁ ଆସିବାକୁ ଥିବା ବିପଦ ଟଳି ଯାଇଥାଏ। ଫେଙ୍ଗସୁଇ ମଧ୍ୟ ଏହି କଥା କହିଯାଏ ଯେ ଘରେ ମାଛ ରଖିବା ଫଳରେ ଧନ ବଢ଼ିଥାଏ ଏବଂ ଏହା ସବୁ ବିପଦକୁ ଦୂରେଇ ଦେଇଥାଏ।

– ପେଙ୍ଗସୁଇ ଅନୁସାରେ ଘରେ ବା ଅଫିସ୍‌ରେ ଆକ୍ୱାରିୟମ୍‌ ପୂର୍ବ, ଉତ୍ତର, ଉତ୍ତର-ପୂର୍ବ ଦିଗରେ ରଖିବା ଶୁଭ ବୋଲି ଧରାଯାଏ।

– ଏହା ସହ ଆପଣଙ୍କ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଅତିବାହିତ କରିବାକୁ ଏହାକୁ ମୁଖ୍ୟ ଦ୍ୱାରର ବାମ ପାଖରେ ରଖିବା ଆବଶ୍ୟକ।

– ଆକ୍ୱାରିୟମ୍‌କୁ ରୋଷେଇଘର ବା ବାଥ୍‌ରୁମ୍‌ରେ ରଖିବା ଉଚିତ୍‌ ନୁହେଁ। ଘରେ ସକରାତ୍ମକ ଚିନ୍ତାଧାରା ବଜାୟ ରଖିବାକୁ ଚାହିଁଲେ ମଝିରେ ମଝିରେ ତାହାର ପାଣି ବଦଳେଇବା ଦରକାର।

– ପେଙ୍ଗସୁଇ ଅନୁସାରେ କଳା ରଙ୍ଗର ମାଛ ରଖିଲେ ଏହା ଘର ଉପରେ କୌଣସି ବିପଦକୁ ଆସିବାକୁ ଦିଏନାହିଁ।

– ଆକ୍ୱାରିୟମ୍‌ରେ ଯଦି କୌଣସି ମାଛ ମରିଯାଏ, ତେବେ ତୁରନ୍ତ ଉକ୍ତ ମାଛକୁ ବାହାର କରି କୌଣସି ପୋଖରୀ ବା ନଦୀରେ ଭସାଇ ଦିଅନ୍ତୁ। ପେଙ୍ଗସୁଇ ଅନୁସାରେ ଯେତେବେଳେ କୌଣସି ମାଛ ମରିଯାଏ, ସେତେବେଳେ ତାହା କୌଣସି ନା କୌଣସି ନକରାତ୍ମକ ଶକ୍ତିକୁ ନେଇ ଚାଲିଯାଇଥାଏ ବୋଲି ବିଶ୍ୱାସ ରହିଛି।

Leave A Reply

Your email address will not be published.