Latest Odisha News

BREAKING NEWS

ଆଜି ପାଟକୁରାରେ ନବୀନଙ୍କ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୩ ଦିନ ବାକି ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ଲାଗି ନିର୍ବାଚନୀ ପ୍ରଚାର କରିବା ପାଇଁ ମଇଦାନକୁ ଓହ୍ଲାଇବେ ।

ଗସ୍ତକାର୍ଯ୍ୟ ସୂଚୀ ଅନୁଯାୟୀ ମୁଖ୍ୟମନ୍ତ୍ରୀ ସକାଳ ପ୍ରାୟ ୧୧ଟା ବେଳକୁ ଏକ ହେଲିକାପ୍ଟର ଯୋଗେ ବାରିମୂଳରେ ଓହ୍ଲାଇବେ । ସେଠାରୁ ସ୍ୱତନ୍ତ୍ର ହାଇଟେକ୍ ବସରେ ନବୀନ ବେଣିପୁର,ଏଣ୍ଡରା, ଡେରାବିଶ, ଲକ୍ଷ୍ମୀନାରାୟଣପୁର, ପଲେଇ, ଚାନ୍ଦୋଲ ଓ ଖାମୋଲା ପଞ୍ଚାୟତରେ ଏକ ରୋଡ୍ ଶୋ’ କରିବେ ।

ଆହୁରି ମଧ୍ୟ ମଧ୍ୟାହ୍ନ ଭୋଜନ ତଥା ବିଶ୍ରାମ ପରେ ନବୀନ ଗରଦପୁର ଯାଇ ପାଖାପାଖି ୧୦ଟି ପଞ୍ଚାୟତ ଏବଂ ପରେ ମାର୍ଶାଘାଇ ବ୍ଲକର ବିଭିନ୍ନ ସ୍ଥାନରେ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି ।

ସେଠାରେ ରୋଡ ଶୋ’ ପରେ ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.