Latest Odisha News

BREAKING NEWS

୨୦୨୩କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ୨୦୨୩ରେ କଣ ହେବ ? ଆସିବ କି ପ୍ରଳୟଙ୍କାରୀ ଝଡ଼ ? ମଣିଷ ପାଇଁ କେମିତି ରହିବ ନୂତନ ବର୍ଷ ? କଣ କହୁଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ? ପୂରା ଦୁନିଆରେ ପ୍ରସିଦ୍ଧ ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟ ବାଣୀ ସତ ହୋଇଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧରୁ ନେଇ ୧୯୯୬ରେ ବାବା ଭେଙ୍ଗା ନିଜ ମୃତ୍ୟୁକୁ ନେଇ କରିଥିବା ଆକଳନକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ ।

ବୁଲଗେରିଆର ରହସ୍ୟବାଦୀ ବାବା ଭେଙ୍ଗା ତାଙ୍କ ଭବିଷ୍ୟବାଣୀକୁ ନେଇ ଏବେ ବି ବେଶ ଜଣାଶୁଣା । କୁହାଯାଏ ବାବା ତାଙ୍କ ଜୀବନକାଳ ମଧ୍ୟରେ ପ୍ରାୟ ୫୦୭୯ଟି ଭବିଷ୍ୟବାଣୀ କରିଥିଲେ । କୁହାଯାଏ ୯/୧୧ ଆକ୍ରମଣରୁ ନେଇ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ଏସବୁ ଭବିଷ୍ୟବାଣୀ କରିଥିଲେ ବାବା ଭେଙ୍ଗା ।

୨୦୨୩ ମସିହାକୁ ନେଇ ବାବା ଭେଙ୍ଗା ମଧ୍ୟ କିଛି ଭବିଷ୍ୟବାଣୀ କରିଥିଲେ । ଆସନ୍ତୁ ଜାଣିବା ନୂତନ ବର୍ଷ ପାଇଁ ବାବା ଭେଙ୍ଗା କଣ ଭବିଷ୍ୟବାଣୀ କରିଛନ୍ତି । ବାବା ଭେଙ୍ଗାଙ୍କ ଅନୁସାରେ, ବର୍ଷ ୨୦୨୩ରେ ପୃଥିବୀରେ ଏକ ସୌରଝଡ଼ ମାଡ଼ ହେବ, ଯାହାକି ହେବ ବିନାଶକାରୀ ।

ସେହିଭଳି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୨୩ରେ ପୃଥିବୀକୁ ଆସି ପାରନ୍ତି ଏଲିୟନ୍ସ । ଫଳରେ ଦୁନିଆ ଅନ୍ଧକାରମୟ ହୋଇଯିବା ସହ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ ବୋଲି ବାବା ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି ।

ଖାଲି ବିନାଶ ନୁହେଁ ବିଜ୍ଞାନର ଅଗ୍ରଗତିକୁ ନେଇ ବାବା ଭେଙ୍ଗା କରିଛନ୍ତି ଭବିଷ୍ୟବାଣୀ । ବାବା ଭେଙ୍ଗାଙ୍କ ଅନୁସାରେ, ୨୦୨୩ରେ ମଣିଷ ଛୁଆ ବିଜ୍ଞାନଗାରାରେ ବିକଶିତ ହେବ । ଲ୍ୟାବରେ ଜନ୍ମ ହେବ ଛୁଆ । ସେହିଭଳି ବାବାଙ୍କ ଆଉ ଏକ ଭବିଷ୍ୟବାଣୀ ହେଉଛି ସୂର୍ଯ୍ୟ ଚାରିପଟେ ଘୁରୁଥିବା ପୃଥିବୀ ୨୦୨୩ରେ ଗତିପଥ ବଦଳାଇବ ।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୨୩ରେ ଦୁନିଆର ଏକ ଶକ୍ତିଶାଳୀ ରାଷ୍ଟ୍ର ମଣିଷ ଉପରେ ବାୟୋୱିପନ୍ ପରୀକ୍ଷଣ କରିବ । ଫଳରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବ ବୋଲି ବାବା ଭେଙ୍ଗା ଆକଳନ କରିଛନ୍ତି ।

ବାବା ଭେଙ୍ଗା କିଏ ?

କୁହାଯାଏ ବୁଲଗେରିଆର ବାବା ଭେଙ୍ଗା ଜଣେ ଫକୀର ଥିଲେ । ଯାହାଙ୍କ ଆଖିକୁ ଦେଖା ଯାଉ ନଥିଲା । ତେବେ ତାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି । ୧୯୧୧ରେ ଜନ୍ମ ହୋଇଥିବା ବାବା ଭେଙ୍ଗାଙ୍କ ଦୃଷ୍ଟି ଶକ୍ତି ମାତ୍ର ୧୨ ବର୍ଷ ବୟସରେ ଚାଲି ଯାଇଥିଲା । ସୂଚନା ଅନୁସାରେ, ବାବା ଭେଙ୍ଗାଙ୍କ ୮୫ ପ୍ରତିଶତ ଭବିଷ୍ୟବାଣୀ ସତ ହୋଇଥିବା ବେଳେ ଅନେକ ଆକଳନ ଭୁଲ୍ ହୋଇଛି ।

Leave A Reply

Your email address will not be published.