Latest Odisha News

BREAKING NEWS

ଛେଳି ପିନ୍ଧିବେ ନୋଳି, ଚିହ୍ନଟ ହେବ ପ୍ରଜାତି

ଭୁବନେଶ୍ୱର: ଛେଳି ହେଉଛି ଗ୍ରାମାଞ୍ଚଳ ଲୋକଙ୍କ ଏଟିଏମ । ଜରୁରୀ ଆବଶ୍ୟକତା ସମୟରେ ସେମାନେ ଛେଳି ବିକି ତୁରନ୍ତ ଅର୍ଥ ପାଇଥାନ୍ତି । ଏକଥା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଅର୍ଥନୈତିକ ବିକାଶ ଓ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହ୍ରାସ କରିବାରେ ଛେଳିପାଳନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ ।

ଆଜି ରାଜ୍ୟରେ ଆାରମ୍ଭ ହୋଇଛି ଛେଳିଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ  ।ଏହାର ଉଦ୍ଘାଟନ କରି ଶ୍ରୀ ସ୍ୱାଇଁ କହିଥିଲେ, ବିଂଶତମ ପ୍ରାଣୀଧନ ଗଣନା ଅନୁଯାୟୀ ରାଜ୍ୟରେ ୬୪ ଲକ୍ଷ ଛେଳି ଅଛନ୍ତି  ଏବଂ ଏହା ସାରା ଦେଶର ଛେଳି ସଂଖ୍ୟାର ୪.୩ ପ୍ରତିଶତ । ଖାସି ମାଂସର ଚାହିଦା ଥିବାରୁ ମାଂସ ଉଦ୍ଦେଶ୍ୟରେ ଅଣ୍ଡିରା ଛେଳିଙ୍କ ସଂଖ୍ୟା କମିଯାଉଛି । ଫଳରେ ଗୁଣାତ୍ମକ ପ୍ରଜନନ ମୂଲ୍ୟର ବୋଦା କମ ସଂଖ୍ୟାରେ ଉପଲବ୍ଧ ହେଉଛନ୍ତି । ଗରିବ ଲୋକମାନେ ସାଧାରଣତଃ ଛେଳି ପାଳନ କରୁଥିବାରୁ ସେମାନଙ୍କ ପାଖେ ବୋଦା ରଖିବା ସମ୍ଭବ ନୁହେଁ ।

ଏହି ସମସ୍ୟାକୁ ବିଚାର କରି ଜେନେଟିକ ଉନ୍ନତି ଏବଂ ଉଚ୍ଚ ଉତ୍ପାଦନ ପାଇଁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ଛେଳିଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟରେ ଉପଲବ୍ଦ Black Bengal ଏବଂ ଗଞ୍ଜାମ ପ୍ରଜାତି ଛେଳିର ଶୁକ୍ର ବ୍ୟବହାର କରି କୃତ୍ରିମ ପ୍ରଜନନ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଏହାଦ୍ୱାରା ଉନ୍ନତ ମାନର ଛେଳି ଉତ୍ପାଦନ ହୋଇପାରିବ ।

କୃତ୍ରିମ ପ୍ରଜନନ ପରେ ଛେଳିମାନଙ୍କୁ ନୋଳି ପିନ୍ଧାଯାଇ ପ୍ରଜାତି ଚିହ୍ନଟ କରାଯିବ । ପ୍ରତି ପ୍ରଜନନ ପାଇଁ ଟେକ୍ନିସିଆନମାନଙ୍କୁ ୨୦ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ ।

Leave A Reply

Your email address will not be published.