Latest Odisha News

ଫିଫା ବିଶ୍ୱକପ ସେମିଫାଇନାଲରେ ପ୍ରଥମ ଥର ପ୍ରବେଶ କଲା ମରକ୍କୋ

୪ ସେମିଫାଇନାଲିଷ୍ଟ ଆର୍ଜେଣ୍ଟିନା, କ୍ରୋଏସିଆ, ମରକ୍କୋ ଓ ଫ୍ରାନ୍ସ

କତାର : ଫିଫା ବିଶ୍ୱକପ୍ ୨୦୨୨ ରେ ଇଚିହାସ ଲେଖିଲା ମରକ୍କୋ । କ୍ରିଷ୍ଟିଆନା ରୋନାଲ୍ଡୋଙ୍କ ଟିମ୍ ପର୍ତ୍ତୁଗାଲକୁ ହରାଇ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିଛି ଏହି ଆଫ୍ରୀକୀୟ ଦେଶ ।

ଏହା ସହିତ କ୍ୱାର୍ଟର ଫାଇନାଲ ରାଉଣ୍ଡ ଶେଷ । ଅଲ୍ ବ୍ୟାଟ୍ ଷ୍ଟାଡିଅମରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡକୁ ୨-୧ ଗୋଲରେ ଫ୍ରାନ୍ସ ପରାସ୍ତ କରିଛି । ସନ୍ଧ୍ୟାରେ ଆଉ ଏକ ମ୍ୟାଚରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲକୁ ସିଙ୍ଗଲ ଗୋଲ ମାର୍ଜିନରେ ପରାସ୍ତ କରି ମରକ୍କୋ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲକୁ ଉନ୍ନୀତ ହୋଇଛି । ଏହା ସହିତ ସେମିଫାଇନାଲକୁ ପ୍ରବେଶ କରିବାରେ ଆଫ୍ରିକାର ପ୍ରଥମ ଦେଶ ପାଲଟିଛି ମରକ୍କୋ । ଏଥରର ୪ ସେମିଫାଇନାଲିଷ୍ଟ ହେଉଛନ୍ତି ଆର୍ଜେଣ୍ଟିନା, କ୍ରୋଏସିଆ, ମରକ୍କୋ ଓ ଫ୍ରାନ୍ସ ।

ଫିଫା ବିଶ୍ୱକପରେ ସେମିଫାଇନାଲକୁ ୟୁରୋପର ୨ଟି ଦେଶ ଫ୍ରାନ୍ସ ଓ କ୍ରୋଏସିଆ ପ୍ରବେଶ କରିପାରିଛନ୍ତି । ୨୦୧୮ ଫିଫା ବିଶ୍ୱକପର  ଏମାନେ ଯଥାକ୍ରମେ ବିଜୟୀ ଦଳ ଓ ରନର୍-ଅପ୍ସ । ସାଉଥ ଆମେରିକାର ପ୍ରତିନିଧିତ୍ୱ କରିବା ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା, ଆଫ୍ରିକାରୁ ପ୍ରତିନିଧିତ୍ୱ କରିବ ମରକ୍କୋ । କ୍ରୋଏସିଆ-ବ୍ରାଜିଲ, ଆର୍ଜେଣ୍ଟିନା-ନେଦରଲାଣ୍ଡସ୍  ମ୍ୟାଚ୍ ପେନାଲ୍ଟିକୁ ଯାଇ କ୍ୱାର୍ଟର ଫାଇନାଲରେ ସବୁଯାକ ମ୍ୟାଚ୍ ବେଶ୍ ଦମଦାର ଥିଲା । ମରକ୍କୋ-ପର୍ତ୍ତୁଗାଲ ରେଜଲ୍ଟ ୧-୦ରେ ସମାପ୍ତ ହୋଇଥିବାବେଳେ ଇଂଲଣକୁ ଫ୍ରାନ୍ସ ୨-୧ ରେ ପଛକୁ ହଟାଇଛି ।

ସେମିଫାଇନାଲରେ କ୍ରୋଏସିଆ ବିପକ୍ଷରେ ଆର୍ଜେଣ୍ଟିନା ଓ ପ୍ରଥମଥର ସେମିଫାଇନାଲିଷ୍ଟ ମରକ୍କୋକୁ ଭେଟିବ ଫ୍ରାନ୍ସ । ଫିଫା ବିଶ୍ୱକପର ୨ ସୁପରପାଓ୍ୱାର ବ୍ରାଜିଲ ଓ ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ବ୍ରାଜିଲ୍ ଖେଳାଳି ପରାଜୟକୁ ନେଇ ସ୍ତବ୍ଧ ଅଛନ୍ତି । ହେରି କେନ୍ ଦ୍ୱିତୀୟାର୍ଦ୍ଧ ପେନାଲ୍ଟି କରିନପାରିବାର ମୂଲ୍ୟ ଇଂଲଣ୍ଡକୁ ଦେବାକୁ ପଡିଛି ।

ତେବେ ରେଫରିଂ ମାନଦଣ୍ଡକୁ ନେଇ ପ୍ରଶ୍ନ ଉଠିଛି । କ୍ୱାର୍ଟର ଫାଇନାଲରେ ରେଫରି ବାରମ୍ବାର କାର୍ଡ ଦେଖାଇବା ଦ୍ୱାରା ଅସନ୍ତୁଷ୍ଟ ଅଛି ଆର୍ଜେଣ୍ଟିନା । ଏଥରର ୪ ସେମିଫାଇନାଲିଷ୍ଟ ହେଉଛନ୍ତି ଆର୍ଜେଣ୍ଟିନା, କ୍ରୋଏସିଆ, ମରକ୍କୋ ଓ ଫ୍ରାନ୍ସ । ଆସନ୍ତା ୧୪ ଓ ୧୫ ତାରିଖ ଅପରାହ୍ନ ସାଢେ ୧୨ଟାରେ ସେମିଫାଇନାଲ ଖେଳାଯିବ ।

Comments are closed.