Latest Odisha News

BREAKING NEWS

୨୦୨୧ରେ ଦେଶର ଜିଡିପିରେ ୟୁଟ୍ୟୁବର ଯୋଗଦାନ ରହିଛି ୧୦ ହଜାର କୋଟି

ନୂଆଦିଲ୍ଲୀ: ୟୁଟ୍ୟୁବ ଏବେ ଏକପ୍ରକାର ରୋଜଗାର ମାଧ୍ୟମ ସାଜିଛି କହିଲେ ଭୁଲ ହେବନି । ବହୁତ ଲୋକ ଏହା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଏହା ପରୋକ୍ଷରେ ଭାରତର ଜିଡିପି ବୃଦ୍ଧି କରାଇବାରେ ମଧ୍ୟ ସହାୟ ହେଉଛି । ୨୦୨୧ରେ ଭାରରତୀୟ ଜିଡିପିରେ ୟୁଟ୍ୟୁବରଙ୍କ ଯୋଗଦାନ ୧୦ ହଜାର କୋଟି ଟଙ୍କା ରହିଛି । ଗୁଗଲ ଫର ଇଣ୍ଡିଆ ୨୦୨୨ରେ ଏହି ସୂଚନା ଦେଇଛି ୟୁଟ୍ୟୁବ । ୭ଲକ୍ଷ ୫୦ ହଜାର ନିୟମିତ ସରକାରୀ କର୍ମଚାରୀଙ୍କ ରୋଜଗାର ଏହା ସହିତ ସମାନ ।

ଏବେ ଯୁବପିଢ଼ୀଙ୍କୁ ଆହୁରି ରୋଜଗାରକ୍ଷମ କରିବା ପାଇଁ ୨୦୨୩ରେ ୟୁଟ୍ୟୁବ ଏକ କୋର୍ସ ମଧ୍ୟ ବାହାର କରିବାକୁ ଯାଉଛି । ୟୁଟ୍ୟୁବ ଇଣ୍ଡିଆ ନିର୍ଦ୍ଦେଶକ ଜନ ଚାଟାର୍ଜୀ ଦର୍ଶକମାନେ କିପରି ମୂଲ୍ୟବାନ କୌଶଳ, ଜ୍ଞାନ ଏବଂ ମନୋରଞ୍ଜନ ପାଇବେ ସେଥିପ୍ରତି ଉଦ୍ୟମ କରିବୁ । ଆଗକୁ ଏହାର ସଂଖ୍ୟା ବଢ଼ିବାକୁ ଯାଉଛି । ୟୁଟ୍ୟୁବର ଓ ବିଜ୍ଞାପନ ଦାତାଙ୍କ ମଧ୍ୟରେ ଆମେ ଯୋଗସୂତ୍ରର କାର୍ଯ୍ୟ କରିବୁ । ଯାହାର ଫାଇଦା ସମସ୍ତଙ୍କୁ ହେବ ବୋଲି ସେ କହିଛନ୍ତି ।

Comments are closed.