Latest Odisha News

BREAKING NEWS

ହଠାତ ଦୃଦଘାତ ହୋଇ ମୃତ୍ୟୁ ହେବା ପଛରେ ଲଙ୍ଗ କୋଭିଡ୍ !

ନୂଆଦିଲ୍ଲୀ: ବଲିଉଡ ସିଙ୍ଗୀର କେକେ ହୁୁଅନ୍ତୁ ଅବେ କମେଡିଆନ ରାଜୁ ଶ୍ରୀବାସ୍ତବ ହଠାତ ଅସୁସ୍ଥ ଅନୁଭବ କରିବା ପରେ ହୃଦଘାତର ଶିକାର ହୋଇଥିଲେ ପରେ ପ୍ରାଣ ହରାଇଛନ୍ତି। ଏହିପରି ଅନେକ ଘଟଣା ଘଟିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ସବୁ ଘଟଣାରେ ସନ୍ଦେହ ଜନକ ହୃଦଘାତ ରହିଛି। ଆଉ ଏପରି ହେବାର ମୂଳ କାରଣ ଦୀର୍ଘ ସମୟ ଧରି କରୋନାରେ ଆକ୍ରାନ୍ତ ହେବା ବୋଲି ସୂଚନା ରହିଛି।

ହଠାତ୍ ହୃଦ୍‌ଘାତର ମୃତ୍ୟୁ ବଢିବାରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ବା ତଥ୍ୟ ଉପଲବ୍ଧ ନାହିଁ। ନୂଆଦିଲ୍ଲୀ ଏମ୍ସର ହୃଦ୍‌ରୋଗ ବିଭାଗର ପ୍ରଫେସର ଡାକ୍ତର ରାକେଶ ଯାଦବ କହିଛନ୍ତି ଯେ ଦୀର୍ଘ ଦିନ ଧରି କୋଭିଡରେ ଆକ୍ରାନ୍ତ ହେବା ପରେ ଏପରି ସମସ୍ୟା ଦେଖାଦେଉଛି!

ଯାଦବ ଏବଂ ତାଙ୍କ ସହକର୍ମୀମାନେ 2020 ମସିହାରେ ଇଣ୍ଡିଆନ୍ ହାର୍ଟ ଜର୍ଣ୍ଣାଲ (IHJ) ରେ ଏକ ସମ୍ପାଦକୀୟ ପ୍ରକାଶ କରିଥିଲେ ଏହାଦ୍ବାରା କୋଭିଡ ଜଣେ ବ୍ୟକ୍ତିଙ୍କୁ ହଠାତ୍ ହୃଦ୍‌ଘାତର କାରଣ ହୋଇପାରେ। ଏଥିରେ ହୃଦସ୍ପନ୍ଦର ବେଗ ଏବଂ ଅନ୍ୟମାନଙ୍କ ମଧ୍ୟରେ ଦୁର୍ବଳ ହୃଦୟ ମାଂସପେଶୀ ଆଦି କାରଣ ରହିଛି। ଟିକା ନେଇଥିଲେ ମଧ୍ୟ ଏହାର ପ୍ରଭାବ ନାହିଁ। ସେହିପରି ଏହା କୌଣସି ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ହୁଏ ବୋଲି କୌଣସି ସୂଚନା ନାହିଁ। ଅର୍ଥାତ ହୃଦଘାତ କୌଣସି ମୁହୂର୍ତ୍ତରେ ଏହା କୌଣସି ବ୍ୟକ୍ତିଙ୍କୁ ହୋଇପାରେ।

ଏମ୍ସ ପ୍ରଫେସର କହିଛନ୍ତି ଲୋକମାନେ ସେମାନଙ୍କର ବୟସ କିମ୍ବା ଫିଟନେସକୁ ଖାତିର ନକରି ହୃଦ୍‌ରୋଗର ଲକ୍ଷଣକୁ ଉପେକ୍ଷା କରିବା ଉଚିତ୍ ନୁହେଁ। ସ୍ୱାସ୍ଥ୍ୟ ବିପର୍ଯ୍ୟୟର ଆଶଙ୍କା ହ୍ରାସ କରିବା ପାଇଁ ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପରାମର୍ଶ ଜରୁରି।

ହୃଦଘାତ କିମ୍ବା ହୃଦ୍‌ଘାତର ଲକ୍ଷଣ ଏବଂ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ଉପରେ ଡାକ୍ତରମାନେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ହୃଦଘାତ ହେଉଛି ଯେତେବେଳେ ହୃଦୟରେ ରକ୍ତ ପ୍ରବାହ ଅବରୋଧ ହୋଇଯାଏ।

 

Comments are closed.