ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଅଧ୍ୟାପକ କ୍ବାର୍ଟର ପରିସରରୁ ଏକ ଅଜଗର ସାପକୁ ମଙ୍ଗଳବାର ବିଳମ୍ବିତ ରାତିରେ ସ୍ନେକ୍ ହେଲପ ଲାଇନର ସଦସ୍ୟ ଉଦ୍ଧାର କରିଛନ୍ତି। ସୂଚନା ମୁତାବକ କ୍ବାର୍ଟର ନମ୍ବର ବି-୬ ପରିସରରେ ଏକ ବିରାଟକାୟ ସାପକୁ ଦେଖି ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରାଯାଇଥିଲା। ଖବରପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେଠାରେ ପହଞ୍ଚି ଦେଖିବା ବେଳକୁ ସାପଟି କ୍ୱାଟର ମଧ୍ୟରେ ଥିବା ଏକ ଗଛ ଉପରକୁ ଚଢିଯାଇଥିଲା। ଏହାପରେ ସଦସ୍ୟ ସ୍ୱାଧିନ କୁମାର ସାହୁ କୌଶଳ କ୍ରମେ ସାପଟିକୁ ଗଛ ଉପରୁ ତଳକୁ ଆଣି କାବୁ କରିଥିଲେ। ସାପଟି ଅଜଗର ପ୍ରଜାତିର ହୋଇଥିବା ବେଳେ ତାହାର ଲମ୍ବ ୬ ଫୁଟ ରହିଥିବା ସ୍ନେକ ହେଲପ ଲାଇନ ସଦସ୍ୟ ସ୍ବାଧୀନ ପ୍ରକାଶ କରିଛନ୍ତି। ସେହିପରି ଉଦ୍ଧାର ସାପଟିକୁ ବୁଧବାର ବନ ବିଭାଗର ପରାମର୍ଶକ୍ରମେ ସଂରକ୍ଷିତ ଜଙ୍ଗଳରେ ଛଡା ଯାଇଛି।
BREAKING NEWS
- ମୁଣ୍ଡଳୀରେ ବନ୍ୟା ସ୍ଥିତିର ସମୀକ୍ଷା: ‘ଆଗକୁ ନାହିଁ ବନ୍ୟା ବିପଦ’
- Hunger Strike: ଭୁଲ ପାଠ୍ୟପୁସ୍ତକ ପ୍ରସଙ୍ଗ; ଅନଶନରେ ବସିଲା ଅଭିଭାବକ ମହାସଂଘ, ସମସ୍ତ ସଦସ୍ୟଙ୍କୁ ଯୋଗ ଦେବାକୁ ଆହ୍ୱାନ
- ମହିଳା ଓ ନାବାଳିକା ଚାଲାଣ ରୋକିବ ‘ନୂତନ ସକାଳ’ ନୀତି
- ଖଣିରେ ବିସ୍ଫୋରଣ, ୩୪ ମୃତ, ଫସିରହିଛନ୍ତି ଅନେକ..
- Rahul Gandhi To Press: ‘ଆପଣ ବିଜେପିର କି?’ ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ରାଗିଗଲେ ରାହୁଲ…ମୁହଁ ଫେରାଇ ଚାଲିଗଲେ….
- ମହାନଦୀରେ ବୃଦ୍ଧି ପାଉଛି ଜଳସ୍ତର; ଧବଳେଶ୍ବର ପୀଠକୁ ଯିବା ନେଇ ଲାଗିଲା କଟକଣା
- ପୁଣି ଫେରୁଛି ବର୍ଷା! ୯ ରେ ଲଘୁଚାପ ସମ୍ଭାବନା
- ଉପର ମୁଣ୍ଡରେ ପ୍ରବଳ ବର୍ଷା; ଖୋଲିଲା ହୀରାକୁଦ ଡ୍ୟାମର ଆଉ ୧୦ ଗେଟ୍
- Rahul Gandhi Speech: ବଢିପାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ! ଲୋକସଭାରେ ବାଚସ୍ପତି ନେଇପାରନ୍ତି ବଡ ନିଷ୍ପତ୍ତି…
- ଆହୁରି ଶକ୍ତିଶାଳୀ ହେବ ସାମୁଦ୍ରିକ ସୁରକ୍ଷା, ଭାରତୀୟ ନୌସେନା ପାଇଲା ଡାଇଭିଂ ସପୋର୍ଟ ଜାହାଜ ‘ନିପୁଣ’
Comments are closed.