Latest Odisha News

BREAKING NEWS

ଲକ୍ଷେ ଟଙ୍କାରେ ଲକ୍ଷ ସ୍ଥଳରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ରୋଜଗାର ମାଧ୍ୟମ ପାଲଟିଛି ମହୁଚାଷ

କାମାକ୍ଷାନଗର : ନାରୀ ସଶକ୍ତିକରଣରେ ଆଉ ପାଦେ ଆଗେଇଛି ଓଡିଶାର ଜୀବିକା ମିଶନ । ସ୍ୱାବଲମ୍ବୀ ହେବାକୁ କରିଛି ଅଭିନବ ପ୍ରୟାସ । ୨୦୦୬ ମସିହାରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଗଠନ ହୋଇଥିବା ଜୀବିକା ମିଶନ ମହିଳାଙ୍କ ବିକାଶ କ୍ଷେତ୍ରରେ ପାରଦର୍ଶିତା ହାସଲ କରିପାରିଛି । ଯାହାର ଜ୍ୱଳନ୍ତ ଉଦାହରଣ ମା ସୁଭଦ୍ରା ସ୍ୱୟଂ ସହାୟକ ଗୋଷ୍ଠୀ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ଼ ପଞ୍ଚାୟତ ଅନ୍ତର୍ଗତ ନୂଆ ରୋଡ଼ ଗାଁରେ ରହିଛି ମାଆ ସୁଭଦ୍ରା ସ୍ୱୟଂ ସହାୟକ ଗୋଷ୍ଠୀ ।

ମହୁଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ସୁଭଦ୍ରା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା । ୮ଟି ବ୍ଲକର ୧୮ ହଜାର ୧୧୬ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଏହା ଏକ ବଡ଼ ନିଦର୍ଶନ । ଯାହା ରାଜ୍ୟରେ ଥିବା ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ଓଡିଶା ଜୀବିକା ମିଶନ ଜରିଆରେ ପ୍ରଥମେ ତାଲିମ ପାଇବା ପରେ ଲକ୍ଷେ ଟଙ୍କା ଋଣରେ ମହୁଚାଷ ଆରମ୍ଭ କରିଥିଲା ମା ସୁଭଦ୍ରା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ।

୧୫ ଗୋଟି ବାକ୍ସରେ ରାଣୀ ମହୁଚାଷ ସହିତ ହଜାର ହଜାର ସଂଖ୍ୟକ ମହୁମାଛିକୁ ନେଇ ମହୁଚାଷ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ମହୁ କିଲୋ ପ୍ରତି ୭ଶହ ଟଙ୍କା ଲେଖାଏଁ ବିକ୍ରୟ କରିଥିବା ସଂଘର ସଦସ୍ୟା ପ୍ରକାଶ କରିଛନ୍ତି । ଉଚିତ ମାର୍କେଟ ମିଳିଲେ ବେଶ ଦୁଇ ପଇସା ରୋଜଗାର କରି ପାରିବେ ବୋଲି ଆଶା ରଖିଛନ୍ତି ମା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ।

ମହୁଚାଷ ପାଇଁ ପାଖରେ ଥିବା ପରିବେଶକୁ ଭିତ୍ତି କରି ମହୁଚାଷ ହୋଇଥାଏ । ସଜନା ,ଆମ୍ବ ,ନିମ୍ବ ଆଦି ଗଛରୁ ମହୁମାଛି ମାନେ ମହୁ ସଂଗ୍ରହ କରିବା ସହ ନିକଟସ୍ଥ ଫୁଲ ଗଛ ହେଉ ବିଭିନ୍ନ ପ୍ରକାରର ସପୁଷ୍ପ ଗଛରୁ ମହୁମାଛି ମହୁ ସଂଗ୍ରହ କରିଥାନ୍ତି । ମହୁଫେଣାକୁ ସଠିକ ଭାବେ ଛୁରୀ ସାହାଯ୍ୟରେ କାଟି ଏକ୍ସଷ୍ଟାଟ ମେସିନ ମାଧ୍ୟମରେ ମହୁ ବାହାର କରାଯାଇଥାଏ ।

ତେବେ ମହୁଚାଷ ପାଇଁ ସରକାର ଆଉ ଅଧିକ ସହାୟତା ପ୍ରଦାନ କଲେ ବେଶ ଅଧିକ ଦୁଇ ପଇସା ମହିଳା ମାନେ ରୋଜଗାର କରିବେ ବୋଲି ଆଶା ରଖିଛନ୍ତି ।

Leave A Reply

Your email address will not be published.