Latest Odisha News

ଲକ୍ଷଦ୍ୱୀପ ପ୍ରଶାସନ ରାଷ୍ଟ୍ରୀୟ ସୁରକ୍ଷା ନେଇ ୧୭ ଦ୍ୱୀପର ପ୍ରବେଶ ଉପରେ ଲଗାଇଲେ କଟକଣା

ନୂଆଦିଲ୍ଲୀ: ଲକ୍ଷଦ୍ୱୀପ ପ୍ରଶାସନ ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ୩୬ରୁ ୧୭ ଦ୍ୱୀପରେ ପ୍ରବେଶ ନେଇ କଟକଣା ଲଗାଇଛନ୍ତି । ଏଠାକୁ ଯିବା ପାଇଁ ସବ ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ଅନୁମତି ଆବଶ୍ୟକ ହେଉଥିଲା । ଏବେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଦଣ୍ଡ ପ୍ରକ୍ରିୟା ସଂହିତା ଧାରା ୧୪୪ ଲାଗୁ ହେବ । ଆତଙ୍କବାଦୀ ଓ ଚୋରା କାରୋବାର ପାଇଁ ଏହି ଦ୍ୱୀପକୁ ବ୍ୟବହାର କରିବା ନିମନ୍ତେ ଉଦ୍ୟମ କରାଯାଉଛି ବୋଲି ଗୋଇନ୍ଦା ବିଭାଗ ଆଲର୍ଟ କରିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏଠାରେ କେତେକ ଶ୍ରମିକ ଅସ୍ଥାୟୀ ଘର କରି ବାସ କରୁଛନ୍ତି । ଏମାନଙ୍କୁ ଡରେଇ ଧମକେଇ କିମ୍ବା ତାଙ୍କ ବେଶରେ ଆତଙ୍କବାଦୀ ପ୍ରବେଶ କରିବା ଆଶଙ୍କା କରାଯାଉଛି ।

ଏବେ ସେହି ଦ୍ୱୀପକୁ ଖାଲି କରିବା ପାଇଁ ସେମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି ସ୍ଥାନଗୁଡିକ ସମ୍ପୂର୍ଣ୍ଣ ନିରୋଳା ରହୁଥିବାରୁ ଲୁଚି ଛପି ରହିବା କିଛି ବଡ କଥା ନୁହେଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସମସ୍ତ ଦ୍ୱୀପଗୁଡିକୁ ଭଲ ଭାବେ ଯାଂଚ କରିବା ପରେ ଏହାର ପ୍ରବେଶ ଉପରେ କଟକଣା ଲଗାଯିବ ।

Comments are closed.