ବ୍ରହ୍ମପୁର: କେନ୍ଦୁଝର ଜିଲା ଯୋଡା ଅର୍ବାନ ହସପିଟାଲରେ କାର୍ଯ୍ୟରତ ଡା. ଶୁଭଶ୍ରୀ କରଙ୍କ ବିୟୋଗରେ ଏମକେସିଜି ମେଡ଼ିକାଲ କଲେଜ ତରଫରୁ ଶୋକ ପ୍ରକାଶ ପାଇଛି। ଦୁଇ ଦିନ ତଳେ ଡା. ଶୁଭଶ୍ରୀଙ୍କ ମୃତଦେହ ତାଙ୍କ କୋଠରୀରୁ ଠାବ ହୋଇଥିଲା। ବିଷକ୍ରିୟାରୁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ପଛର କାରଣକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି। ଡାକ୍ତର ଶୁଭଶ୍ରୀ ଏମକେସିଜିରେ ଏମବିବିଏସ ପାଠପଢା ଶେଷ କରିବା ସହ ହାଉସ ସର୍ଜନ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ଏମକେସିଜିର ଡାକ୍ତର ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ସନ୍ଧ୍ୟାରେ କଲେଜର ପ୍ରଶାସନିକ କୋଠା ଠାରେ ଥିବା ବିବେକାନ୍ଦଙ୍କ ମୂର୍ତ୍ତି ସମ୍ମୁଖରେ ଡା. ଶୁଭଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ତାଙ୍କ ଅମର ଆତ୍ମାର ସଦଗତି ନିମେନ୍ତ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା। ଶ୍ରଦ୍ଧାଞ୍ଜଳି ସଭାରେ ଏମକେସିଜି ଅଧ୍ୟକ୍ଷ ତଥା ଡିନ ପ୍ରଫେସର ଅବନୀକାନ୍ତ ମିଶ୍ର, ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର, ଉପାଧ୍ୟକ୍ଷ ପ୍ରଫେସର ଦୁର୍ଗାମାଧବ ଶତପଥି, ଉପାଧ୍ୟକ୍ଷ ପ୍ରଫେସର ନରେନ୍ଦ୍ର ବେହେରା, ପ୍ରଫେସର ଜେ. ସାଗର ପୃଷ୍ଟି, ରେଜିଷ୍ଟ୍ରାର ରାଜେନ୍ଦ୍ର ମିଞ୍ଜଙ୍କ ସମେତ ବହୁ ଡାକ୍ତର ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
BREAKING NEWS
- ନୈଶ୍ୟ ଭୋଜିରେ ରାହୁଲଙ୍କୁ କୁଣ୍ଢେଇ ପକାଇଲେ ସଞ୍ଜୀବ ଗୋୟନକା
- ମୋଦିଙ୍କୁ ନିର୍ବାଚନ ଲଢ଼ିବା ନେଇ ବାରଣ ହୋଇଥିବା ଅଭିଯୋଗକୁ ଖାରଜ କଲେ ସୁପ୍ରିମକୋର୍ଟ
- ରାଜଧାନୀରେ ଠିକାଦାରଙ୍କ ଗାଡ଼ି ଉପରେ ଚଢ଼ାଉ, ୫ କୋଟି ଜବତ
- ମୁଁ ବିଜେଡି ବିରୋଧରେ ନୁହେଁ , ବିଜେପି କାମର ହିସାବ ଦେଇ ଭୋଟ ମାଗୁଛି:ହିମନ୍ତ ବିଶ୍ୱଶର୍ମା
- ଆସନ୍ତା ୧୬ରେ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରି ଶକ୍ତି ଦେଖାଇବେ ନବୀନ
- ପାଟଣାଗଡ଼ ଗାଦିକୁ ଫେରିବେ ମହାରାଜ !
- ରାଉରକେଲାରେ ‘ଦିଲ୍ଲୀପ’ ଫ୍ୟାକ୍ଟର
- ବାମଗଡ଼ରେ ବଦଳିବ ବାଜି !
- କାହାର ହେବ ବଲାଙ୍ଗୀର ?
- ଖଣ୍ଡପଡାରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର; କହିଲେ, ଦିନରେ ଲଣ୍ଠନ ଦେଖାଉଛି ବିଜେପି