Latest Odisha News

BREAKING NEWS

କଟକ ସାବତ ମା’-ପୁଅ ମୃତ୍ୟୁ ଘଟଣା: ‘ମୋତେ ମିଛ କହି ସନ୍ତୋଷ ବିବାହ କରିଛନ୍ତି’

କଟକ: ମଧୁପାଟଣା ଥାନା ଶ୍ରୀରାମନଗରରେ ସାବତ ମା’ ଓ ପୁଅର ମୃତ୍ୟୁ ରହସ୍ୟ ଘେରରେ ରହିଛି। ଏହି ଘଟଣାରେ ମୃତ ମହିଳା ଶିଳ୍ପୀ ଦାସଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ପୋଲିସ ଅଟକ ରଖି ଜେରା କରୁଛି। ଅନ୍ୟପଟେ ସନ୍ତୋଷଙ୍କ ପ୍ରଥମ ପତ୍ନୀର ପୁଅର ମୃତ୍ୟୁକୁ ନେଇ ସନ୍ତୋଷଙ୍କ ପରିବାର ଲୋକେ ବୋହୂ ଶିଳ୍ପୀଙ୍କ ନାଁରେ ଥାନାରେ ଏତଲା ଦେଇଥିବା ବେଳେ ଶିଳ୍ପୀଙ୍କ ବାପଘର ଲୋକେ ଜ୍ବାଇଁ ନାଁରେ ଏତଲା ଦେଇଛନ୍ତି।

ହେଲେ  ମୃତ୍ୟୁ ପୂର୍ବରୁ ଶିଳ୍ପୀ ତାଙ୍କ ଭଉଣୀକୁ ପଠାଇଥିବା ହ୍ୱଟାସଆପ ମେସେଜ ଏବଂ ସ୍ତ୍ରୀର ମୃତ୍ୟୁ ପରେ ସନ୍ତୋଷ ଗଣମାଧ୍ୟମରେ ଦେଇଥିବା ମନ୍ତବ୍ୟ ମାମଲାତୁ ବିବାଦୀୟ କରିଛି। ହେଲେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଥିଲା ଏହା ଏକ ପ୍ରକାର ସ୍ଟଷ୍ଟ ହୋଇଛି। ଆତ୍ମହତ୍ୟା କରିବେ ବୋଲି ଶିଳ୍ପୀ ନିଜ ଫେସବୁକରେ ସୂଚନା ଦେଇଥିଲେ। ଏଥିପାଇଁ ଆଇ କୁଇଟ୍ ଇଂରାଜୀରେ ଲେଖିଥିଲେ।

ମୃତ୍ୟୁ ପୂର୍ବରୁ ଶିଳ୍ପୀ ତାଙ୍କ ଭଉଣୀକୁ ଏକ ମେସେଜ ମଧ୍ୟ ପଠାଇଥିଲେ ଯେଉଁଥିରେ ସେ ଲେଖିଥିଲେ, “ମୁଁ ଦୁଃଖିତ, ମୁଁ ତୁମ ସମସ୍ତଙ୍କୁ ଭଲ ପାଏ। ମମି ଏବଂ ପାପାର ଯତ୍ନ ନେବୁ। ସେ (ସନ୍ତୋଷ ଖୁଣ୍ଟିଆ) ତାଙ୍କର ପ୍ରଥମ ବିବାହ ବିଷୟରେ ମିଛ କହି ମୋତେ ବିବାହ କରିଛନ୍ତି। ସେ ମୋତେ ପ୍ରତିଦିନ ପିଟନ୍ତି, ମୋ ସହ ଝଗଡା କରନ୍ତି ଏବଂ ମୋତେ ଗାଳି ଦିଅନ୍ତି। ମୁଁ ଏହି ଶାରୀରିକ ଏବଂ ମାନସିକ ନିର୍ଯାତନା, ବ୍ଲାକମେଲ ଏବଂ ଖରାପ ବ୍ୟବହାର ଆଉ ସହି ପାରିବି ନାହିଁ। ମୋର ଅନ୍ୟ ବିକଳ୍ପ ନାହିଁ। ”

“ଦୟାକରି ମୋର ଭଡା କୋଠରୀରୁ ମୋର ଆଲମିରା, ଫ୍ୟାନ୍, ଟ୍ରଙ୍କ, ଡ୍ରେସିଂ ଟେବୁଲ୍ ଏବଂ ଅନ୍ୟାନ୍ୟ ଆସବାବପତ୍ର ସହିତ ମୋର ସମସ୍ତ ଜିନିଷ ନେଇଯିବୁ। ସନ୍ତୋଷଙ୍କ ଘରର ଜିନିଷ ନରଖିବାକୁ ମେସେଜରେ ଲେଖିଛନ୍ତି ଶିଳ୍ପୀ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସନ୍ତୋଷ ଖୁଣ୍ଟିଆ ମଧ୍ୟ ସମାନ ଅଭିଯୋେଗ ଆଣିଛନ୍ତି । ନିଜ ଦ୍ବିତୀୟ ବିବାହ ବାବଦରେ ସନ୍ତୋଷ କହିଛନ୍ତି, ଶିଳ୍ପୀଙ୍କ ସହ ତାଙ୍କର ମେଟ୍ରିମନିଆଲ ସାଇଟରୁ ଦେଖାସାକ୍ଷାତ ହୋଇଥିଲା। ପରେ ଉଭୟ ସହମତିରେ ବିବାହ କରିଥିଲେ। ଶିଳ୍ପୀ ଜଣେ ଉଚ୍ଚି ଶିକ୍ଷିତ। ସେ ଚାକିରି କରିଥିଲେ। ତାଙ୍କ ଘରେ ଶିଳ୍ପ ରହୁନଥିଲେ ବୋଲି ସେ କହିଛନ୍ତି। ଏମିତିକି ବିଭିନ୍ନ ସମୟରେ ଦୁଇ ଜଣଙ୍କ ମଧ୍ୟରେ କଳି ଝଗଡା ହୁଏ। ପଡୋଶୀ ମଧ୍ୟ ଉଭୟଙ୍କ ମଧ୍ୟରେ କଳି ଝଗଡା କଥା ଜାଣିଥିବା ସେ କହିଛନ୍ତି। ଏମିତିକି ବିବାଦ ଭୁଲି ସେ ଶିଳ୍ପୀ ରହୁଥିବା ଘରେ ଏବଂ ତାଙ୍କ ବାପ ଘରେ ଯାଇ ରୁହନ୍ତି ବୋଲି କହିଛନ୍ତି ସନ୍ତୋଷ। ସେ ଏକ କମ୍ପାନୀରେ ସେଲସରେ କାମ କରନ୍ତି। ତାଙ୍କର ମାସିକ ରୋଜଗାର ୫୦ରୁ ୬୦ ହଜାର ବୋଲି ଗଣମାଧ୍ୟମକୁ କହିଛନ୍ତି।

ମୃତ ଶିଳ୍ପୀ ଦାସଙ୍କ ମାମୁଁ ଦେବଦତ୍ତ ନାୟକ କହିଛନ୍ତି, ତାଙ୍କ ଭାଣିଜିକୁ ସନ୍ତୋଷ ମିଛ କହି ବିବାହ କରିଥିଲେ। ଆର୍ଥିକ ରୋଜଗାର ବାବଦରେ ବିବାହ ପୂର୍ବରୁ ମିଛ କହିଥିଲେ। ତେଣୁ ଶିଳ୍ପୀ ବାପ ଘର ବାବଦରେ ଅଧିକ ନିର୍ଭରଶୀଳ।

ଯେହେତୁ ଶିଳ୍ପୀଙ୍କର ମୃତ୍ୟୁ ହୋଇ ସାରିଛି ତେଣୁ ପୋଲିସ ତଦନ୍ତ କରିବା ବେଳେ ଶେଷ ମେସେଜ ଆଧାରରେ ତଦନ୍ତ କରିବ। ହେଲେ ସନ୍ତୋଷ ମଧ୍ୟ ଶିଳ୍ପୀଙ୍କ ନାଁରେ ସମାନ ଅଭିଯୋଗ ଆଣିଥିବାରୁ ପୋଲିସକୁ ସାହି ପଡିଶାଙ୍କ ବୟାନ ଏବଂ ସଂପର୍କୀୟଙ୍କ ବୟାନ ଓ ଦମ୍ପତିଙ୍କ ମୋବାଇଲ ଓ ଫୋନ୍ କଲ ରେକର୍ଡକୁ ତଦନ୍ତ ପରିସରଭୁକ୍ତ କରିପାରେ ।

ପିଲାଟି ମୃତ ମହିଳାଙ୍କ ସାବତ ପୁଅ ଥିଲା। ରବିବାର ରାତିରେ ତାଙ୍କ ସାବତ ପୁଅକୁ ହତ୍ୟା କରିବା ପରେ ଶିଳ୍ପୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ତେବେ ମୃତ ତଥା ତାଙ୍କ ସ୍ୱାମୀ ସାନ୍ତୋଶ ଖୁଣ୍ଟିଆଙ୍କ ମଧ୍ୟରେ ଚାଲିଥିବା ପାରିବାରିକ କଳହର କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି।

ସନ୍ତୋଷ ଖୁଣ୍ଟିଆ ସାଲେପୁରର ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଏହି ଦମ୍ପତି ପ୍ରାୟ ୧୨ ରୁ ୧୩ ମାସ ପୂର୍ବରୁ ବିବାହ କରିଥିଲେ। ନିଜ ସନ୍ତାନକୁ ଜନ୍ମ ଦେବା ପରେ ଖୁଣ୍ଟିଆଙ୍କ ପ୍ରଥମ ପତ୍ନୀଙ୍କର ଦେହାନ୍ତ ହୋଇଥିଲା।

 

Comments are closed.