ନୂଆଦିଲ୍ଲୀ: ଶିକ୍ଷା ଲାଭ କରିଥିଲେ । ହେଲେ ଶିକ୍ଷା ଭୁଲିଗଲେ କି ପାକ ପ୍ରଧାନମନ୍ତ୍ରୀ ? ପ୍ରଥମେ ନେହୁରା ହେଲେ କିନ୍ତୁ ପରେ ପଲଟି ଗଲେ କାହିଁକି ? ୨୪ ଘଣ୍ଟା ପରେ କାହିଁକି ବଦଳିଗଲା ସ୍:ର ? ଯୁଦ୍ଧ ବରବାଦି ଆଣି ଦେଇଛି ବୋଲି କହୁଥିଲେ । ଶାନ୍ତିପୂର୍ଣ୍ଣ ଆଲୋଚନା ଚାହୁଁଥିଲେ । ହେଲେ ପୁଣି କ’ଣ ହେଲା ଯେ ସେଇ ମୁହଁରୁ ବାହାରୁଛି ଏବେ ଯୁଦ୍ଧର କଥା ?
ଦୁବଇର ଏକ ନ୍ୟୁଜ ଚାନେଲକୁ ସାକ୍ଷାତ ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଥିଲେ, ଦେଶ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ପାକିସ୍ତାନ ଭାରତ ସହ ଶାନ୍ତି ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛି । ସେ ଆହୁରି କହିଥିଲେ, ତିନିଟି ଯୁଦ୍ଧ ଲଢି ଆମେ କେବଳ ଦୁଃଖ, ଦାରିଦ୍ର୍ୟ ଏବଂ ବେକାରୀ ପାଇଛୁ । ଆମେ ଯୁଦ୍ଧରୁ ଉଚିତ ଶିକ୍ଷା ପାଇସାରିଛୁ । ତେଣୁ ଏବେ ଭାରତ ସହ ଶାନ୍ତିର ସହ ରହିବାକୁ ଚାହୁଛୁ ।
୍ଣହଲେ ଏହାର ମାତ୍ର ୨୪ ଘଣ୍ଟା ପୁରିନି, କେମିତି ବଦଳିଗଲା ପାକ ପ୍ରଧାନମନ୍ତ୍ରୀଙ୍କ ସ୍:ର ? ପ୍ରଧାନମନ୍ତ୍ରୀଙ୍କ ଅଫସରୁ ବିବୃତ୍ତି ଜାରି କରାଗଲା, କାଶ୍ମୀର ହେଉଛି ମୁଖ୍ୟ ପ୍ରସଙ୍ଗ । କାଶ୍ମୀରରୁ ୩୭୦ ଧାରା ପୁନର୍ବାର ଲାଗୁ ନ ହେବା ପର୍ଯ୍ୟନ୍ତ ଶାନ୍ତି ଆଲୋଚନା ନାହିଁ ।
ପାକ ପ୍ରଧାନମନ୍ତ୍ରୀ ଯେ କାହା ଚାପରେ ଏପରି ସ୍:ର ବଦଳାଇଛନ୍ତି ଏହା ସ୍ପଷ୍ଟ । ତେବେ କାହାର ଏ ଚାପ ? କଠୋରପନ୍ଥୀ ସଂଗଠନର ଚାପ ନା ସେନାର ଚାପ ? ଚାପ ଯାହାର ହେଉନା କାହିଁକି ପାକିସ୍ତାନର ସୁପ୍ରିମ ପ:ାର ଯେ ଏହି ଚାପ ସାମ୍ନାରେ କେତେ ଅସହାୟ ତାହା ସ୍ପଷ୍ଟ ହୋଇଛି ।
BREAKING NEWS
- କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡିଶା ଗସ୍ତ, ପୁଣି ଆସୁଛନ୍ତି ମୋଦୀ, ଅମିତ୍ ଶାହା ଓ ଜେ.ପି ନଡ୍ଡା
- ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ସୁରକ୍ଷା କଡାକଡି, ୧୭ ହଜାର ପୋଲିସ୍ ମୁତୟନ
- ୨୩୦ ରୁ ଅଧିକ ଆସନ ପାଇବ ନାହିଁ ବିଜେପି:ଅରବିନ୍ଦ କେଜ୍ରିୱାଲ
- ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଏମ.ଏସ୍ ଭିପୁଲ୍ ଲିମିଟେଡର ସମ୍ପତ୍ତି ସଂଲଗ୍ନ କର
- ପୋଲିସ ପାଟ୍ରୋଲିଂ ବେଳେ ୧୭ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ, ୨ ଗିରଫ
- ପୁଷ୍ପା ରାଜ୍ଙ୍କ ବିରୋଧରେ ରୁଜୁ ହେଲା ମାମଲା
- କଂଗ୍ରେସର ଶ୍ରୀରାମ ମନ୍ଦିର ଶୁଦ୍ଧିକରଣ ବୟାନର କଡା ଜବାବ ଦେଲେ ହିମନ୍ତ ବିଶ୍ୱ ଶର୍ମା
- ମୋଦୀଙ୍କ ଦୁଇ ଦିବସୀୟ ବାରଣାସୀ ଗସ୍ତ, ୧୪ ରେ ଭରିବେ ନାମାଙ୍କନ
- ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ; ‘ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି’
- ମହୁମାଛି ଆକ୍ରମଣରେ ପରିବାରର ୪ ସଦସ୍ୟ ଓ ଦୁଇ ପଥଚାରୀ ଆହତ