Latest Odisha News

BREAKING NEWS

ଚୀନରେ ଗୋଟିଏ ଦିନରେ ୩୬ ହଜାର ପ୍ରାଣ ହରାଇବେ!

ନୂଆଦିଲ୍ଲୀ: ଚୀନ ଅପେକ୍ଷା କରିଛି କରୋନାର ଏକ ଘାତକ ଲହରକୁ। ଯେଉଁଥିରେ ଗୋଟିଏ ଦିନରେ ୩୬ ହଜାର ଜଣ ପ୍ରାଣ ହରାଇବାର ଆଶଙ୍କା ରହିଛି। ଏକ ଆକଳନରୁ ଜଣାପଡିଛି ଯେ ଚୀନରେ କୋଭିଡ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାକୁ ଯାଉଛି । ଏବଂ ୨୬ ଜାନୁଆରୀରେ ଗୋଟିଏ ଦିନରେ ପ୍ରାୟ ୩୬,୦୦୦ ମୃତ୍ୟୁ ହେବାର ସମ୍ଭାବନା ରହିଛି।

ଜାନୁଆରୀ ୭ରୁ ଚୀନର ଚନ୍ଦ୍ର ନୂଆ ବର୍ଷ ଆରମ୍ଭ ହୋଇଛି। ୨୨ ତାରିଖରେ ଛୁଟି ପଡିବାକୁ ଯାଉଛି। ଛୁଟି ପାଇଁ  ଲକ୍ଷ ଲକ୍ଷ ଲୋକ ଏବେ ଘର ମୁହାଁ ହେଉଛନ୍ତି। ନିକଟରେ ଚୀନ୍ କରୋନା ପାଇଁ ଲଗାଇଥିବା ଜିରୋ କୋଭିଡ୍ ନୀତି ପ୍ରତିବନ୍ଧକକୁ କୋହଳ କରିଛି। ତେଣୁ ଏପରି ସ୍ଥିତିରେ କରୋନାର ଆଉ ଏକ ଲହର ଆସିିବାର ସମ୍ଭାବନା ରହିଛି।

ଆନାଲିଟିକ୍ସ କମ୍ପାନୀ ଏୟାରଫିନିଟି ପୂର୍ବରୁ ଚୀନରେ କରୋନାର ୨ଟି ଲହର ଆକଳନ କରିଥିଲା। ଯେଉଁଥିରେ ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ୨୫,୦୦୦ ଥିଲା। କିନ୍ତୁ ବର୍ତ୍ତମାନ ଏହା ବଦଳିଛି। ଯଦି ଦୈନିକ ମୃତ୍ୟୁ ସଂଖ୍ଯା ୩୬ ହଜାର ହୁଏ ତାହେଲେ ଚୀନକୁ ବଡ ଚ୍ୟାଲେଞ୍ଜ ସାମ୍ନା କରିବାକୁ ହେବ।

ଏୟାରଫିନିଟିର ଆନାଲିଟିକ୍ସ ନିର୍ଦ୍ଦେଶକ ଡକ୍ଚରଙ୍କ ମ୍ୟାଟ ଲିନଲି କହିଛନ୍ତି ଯେ ଏବେ କରୋନା ସଂକ୍ରମଣର ଏକ ବଡ଼ ଏବଂ ଲମ୍ବା ଲହର ଦେଖିବାର ସମ୍ଭାବନା ରହିଛି। ଏହା ସ୍ୱାସ୍ଥ୍ୟ ସୁବିଧା ଉପରେ ଅଧିକ ବୋଝ ପକାଇବ। ପୂର୍ବାନୁମାନ କରିଛୁ ଯେ ଆସନ୍ତା ୧୫ ଦିନ ମଧ୍ୟରେ ଚୀନ୍‌ର ସ୍ୱାସ୍ଥ୍ୟସେବା ଅଧିକ ପ୍ରଭାବିତ ହେବ ଏବଂ ଡାକ୍ତରଖାନାରେ ଅଧିକ ମାତ୍ରାରେ ଭିଡ଼ ଏବଂ ଚିକିତ୍ସା ଅଭାବରୁ ଅନେକ ରୋଗୀ ମୃତ୍ୟୁ ବରଣ କରିପାରନ୍ତି।

ଚୀନ୍ ନିକଟରେ ସ୍ୱୀକାର କରିଛି ଯେ ମାସକ ମଧ୍ୟରେ କୋଭିଡରୁ ୬୦ ହଜାର ମୃତ୍ୟୁ ଘଟିଛି। ଏୟାରଫିନିଟିର ସଂଶୋଧିତ ଆକଳନ ଅନୁଯାୟୀ, ଜାନୁଆରୀ ୧୩ ରୁ ୨୭ ମଧ୍ୟରେ ପ୍ରାୟ ୬୨ ନିୟୁତ ମାମଲା ଆସିପାରେ। ଗୋଟିଏ ଦିନରେ ୪.୮ ନିୟୁତ କୋଭିଡ ମାମଲା ରିପୋର୍ଟ ହେବାର ସମ୍ଭାବନା ରହିଛି।

Comments are closed.