Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର କ୍ଷେତ୍ରେଶ୍ୱରୀ ମା ବିମଳାଙ୍କ ମନ୍ଦିର ପାଖରେ ଆମେ ପହଞ୍ଚି ତାର ଇତିହାସ, ପୁରାଣ ବିବରଣୀ, ଓ ଗବେଷକ ମାନଙ୍କ ମତ କିଛି କିଛି ଜାଣିଲେ। ଆହୁରି ଆଗକୁ କିଛି ବିଶେଷ ଉପସ୍ଥାପନା ମଧ୍ୟ ଜାଣିବା, ବର୍ତ୍ତମାନ ମାଙ୍କ ମନ୍ଦିର ବିଷୟରେ କିଛି ଜାଣିନେବା। ଶ୍ରୀମନ୍ଦିର ଭିତର ବେଢାର ଠିକ ରୋହଣି କୁଣ୍ଡ ସମ୍ମୁଖ ଦକ୍ଷିଣ କୋଣ ବା ନୈଋତ କୋଣରେ ଏହି ମନ୍ଦିର ଅବସ୍ଥିତ। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ପ୍ଲଟ ନମ୍ବର ୭୨ ରେ ଏହାରି ସ୍ଥିତି ସ୍ଥିର ହୋଇଛି। ଭିତର ବେଢା ପତନ ଠାରୁ ପ୍ରାୟ ୬୦ ଫୁଟ ଉଚ୍ଚତା ବିଶିଷ୍ଟ ମୂଖ୍ୟ ମନ୍ଦିର ସହ ଜଗମୋହନ ଓ ମୁଖଶାଳା ଜଡିତ ହୋଇଛି। ସମୁଦାୟ ମନ୍ଦିରଟି ରେଖ ଶୈଳୀରେ ନିର୍ମିତ୍ତ। ମାଦଳା ପାଞ୍ଜିରୁ ଜଣାଯାଏ ଯେ ମହାରାଜ ଯଯାତି କେଶରୀଙ୍କ ଦ୍ୱାରା ପ୍ରଥମେ ତାଙ୍କର ୫୯ ଅଙ୍କ ମେଷ ୨୫ ଦିନ ଏହି ମନ୍ଦିର ନିର୍ମାଣ ହୋଇ ପ୍ରତିଷ୍ଠା ଲାଭ କରିଥିଲା । କିନ୍ତୁ ବର୍ତ୍ତମାନ ଦୃଷ୍ଟିଗୋଚର ହେଉଥିବା ମନ୍ଦିରଟି ଗବେଷକମାନଙ୍କ ମତରେ ପ୍ରସିଦ୍ଧ ମହାରାଜ ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ନିର୍ମିତ୍ତ ହୋଇଛି ଓ ଏହା ପ୍ରାୟ ମା ଲଷ୍ମୀଙ୍କ ମନ୍ଦିର ସମସାମୟିକ ବୋଲି ଧରାଯାଏ । ଆଗରୁ ଆମେ ଆଲୋଚନା କରିଥିଲେ ଯେ ଏହି ମା ବିମଳାଙ୍କ ମନ୍ଦିର ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ମନ୍ଦିର ନିର୍ମାଣର ବହୁ ଆଗରୁ ନିର୍ମିତ ହୋଇଥିଲା। ଏହି ତଥ୍ୟକୁ ଆଧାର କରି କେତେକ ଗବେଷକ ମତ ଦିଅନ୍ତି ବର୍ତ୍ତମାନ ଦୃଶ୍ୟମାନ ମନ୍ଦିର ରାଜା ଶ୍ରୀ ଅନଙ୍ଗଭୀମ ଦେବଙ୍କ ଦ୍ୱାରା ପୁନଃ ନିର୍ମିତ୍ତ ହୋଇଛି। ଐତିହାସିକ ଚକ୍ରଧର ମହାପାତ୍ର ତାଙ୍କ ରଚିତ ପୁସ୍ତକ “ଉତ୍କଳ ଇତିହାସର ଏକ ଅଜ୍ଞାତ ଅଧ୍ୟlୟ “ରେ ଉଲ୍ଲେଖ କରିଛନ୍ତି ଯେ ଷଷ୍ଠ ଶତାବ୍ଦୀରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ମା ବିମଳାଙ୍କ ମନ୍ଦିର ପ୍ରତିଷ୍ଠିତ ହୋଇଛି ।

ସେ ଯାହାବି ହେଉ ମା ବିମଳାଙ୍କ ପ୍ରାଚୀନତା ଓ ପ୍ରାଧାନ୍ୟ ଶ୍ରୀମନ୍ଦିର ମଧ୍ୟରେ ଯୁଗେ ଯୁଗେ ରହିଛି ଓ ରହିଥିବ। ଆମେ ଜାଣିଲେ ମୁଖ୍ୟ ମନ୍ଦିର ପ୍ରାୟ ୬୦ ଫୁଟ ଉଚ୍ଚା ତାହାରି ସଂଲଗ୍ନ ହୋଇ ରହିଛି ୧୫ ଫୁଟ ଲମ୍ବ ଓ ୧୦ ଫୁଟ ଓସାର ବିଶିଷ୍ଟ ଜଗମୋହନ ଓ ଜଗମୋହନ ସମ୍ମୁଖ ଭାଗରେ ନାଟ ମଣ୍ଡପ ରହିଛି। କିନ୍ତୁ ଏହି ନାଟ ମଣ୍ଡପ ସମ୍ମୁଖ ଭାଗରେ ଏକ କ୍ଷୁଦ୍ର ମଣ୍ଡପ ରହିଛି ଯାହା ଦର୍ଶନୀ ମଣ୍ଡପ ଭାବରେ ପରିଚିତ। ତେଣୁ ପଣ୍ଡିତ ହରିହର ମହାପାତ୍ରଙ୍କ ମତରେ ମା ବିମଳାଙ୍କ ମନ୍ଦିର ୫ ଭାଗରେ ବିଭାଜିତ, ବିମାନ, ମୁଖଶାଳା, ପୂଜା ମଣ୍ଡପ, ନାଟ ମଣ୍ଡପ ଓ ଦର୍ଶନୀ ମଣ୍ଡପ। ସାଧାରଣ ଭାବରେ କିନ୍ତୁ ପୂର୍ବରୁ ବର୍ଣ୍ଣିତ 3ଟି ଭାଗ ଦୃଷ୍ଟିଗୋଚର ହୁଏ। ତେବେ ଆଗକୁ ଆହୁରି ପ୍ରାଞ୍ଜଳ ଭାବରେ ଏହାରି ଆଲୋଚନା କରିବା ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ସଂସାରେ ଦେଖୁ ଯେତେ ଅଂଶ ଲ

ସେ ସର୍ବ ମନର ବିଳାସ
ଏବେ ତୁ ବୁଝି ମୋ ବଚନ ।
ସାଧ ତୁ ଏ ମନ ପବନ
ସର୍ବ ସଂକଳ୍ପ ଛାଡ଼ ତୁହି ।
ସକଳ କର୍ମ ମୋତେ ଦେଇ ।
ଏକାନ୍ତେ ବୀର ଭଜ ମୋତେ
ସଂସାର ଚିନ୍ତା ଛାଡି ଚିତ୍ତେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉଵାଚ )

Leave A Reply

Your email address will not be published.