Latest Odisha News

BREAKING NEWS

ସ୍ୱାମୀ ହ୍ୟୁମାନ ସାଗରଙ୍କ ପରକୀୟା ପ୍ରୀତିର ପ୍ରମାଣ ରଖିଛି: ଶ୍ରେୟା

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। କେବଳ ସେଲିବ୍ରିଟି ସ୍ୱାମୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଚାହୁଁ ନ ଥିବାରୁ ଦୀର୍ଘ ଦିନ ଧରି ନିର୍ଯାତନା ବାବଦରେ କିଛି ନକହି ଚୁପ୍ ରହୁଥିଲେ ବୋଲି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଆଜି ଅଭିଯୋଗ କରିଛନ୍ତି। ଯଦିଓ ରବିବାର ସ୍ବାମୀ ହ୍ୟୁମାନ ସାଗରଙ୍କ ସହ ଥିବା ତିକ୍ତତାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି। ଏହାବାଦ ସ୍ବାମୀ ହ୍ୟୁମାନ ସାଗରଙ୍କ ପରକୀୟା ପ୍ରୀତିର ପ୍ରମାଣ ରଖିଛନ୍ତି ବୋଲି କହିଛନ୍ତି।

ଶ୍ରେୟା କହିଛନ୍ତି, ହ୍ୟୁମାନ ଜଣେ ସେଲିବ୍ରିଟି। ଭାବମୂର୍ତ୍ତିକୁ ଖରାପ କରିବାକୁ ସେ ଚାହାଁନ୍ତି ନାହିଁ। ତେଣୁ ବର୍ଷ ବର୍ଷ ଧରି ଉଭୟଙ୍କ ମଧ୍ୟରେ ହେଉଥିବା ବିବାଦକୁ ମୁହଁ ନଖୋଲି ବନ୍ତ କରି ରଖୁଥିଲେ ବୋଲି ସେ କହିଛନ୍ତି। ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ବ୍ୟତୀତ ସେ ଖ୍ରୀଷ୍ଟିଆମ ଧର୍ମ ଗ୍ରହଣ କରିବାକୁ ପ୍ରବର୍ତ୍ତାଉଥିଲେ ବୋଲି ଶ୍ରେୟା ଅଭିଯୋଗ କରିଛନ୍ତି।

ଉଭୟଙ୍କର ଶିଶୁ କନ୍ୟା ହେବା ପରେ ହ୍ୟୁମାନଙ୍କ ନିର୍ଯାତନା ବାରମ୍ବାର ବଢ଼ିବାରେ ଲାଗିଥିଲା ବୋଲି କହିଛନ୍ତି। ଗତ ଛଅ ମାସ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିବାରୁ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି ବୋଲି କହିଛନ୍ତି।

ଶ୍ରେୟା କହିଛନ୍ତି, ହ୍ୟୁମାନ ପ୍ରାୟ ସମୟ ନିଶାରେ ରୁହନ୍ତି। ନିଶାରେ ରହୁଥିବାରୁ ଅନେକ ସମୟରେ ଗୀତ ରେକର୍ଡିଂ ଓ ବିଭିନ୍ନ ଶୋ’ ବାତିଲ ହୋଇଥାଏ। ଏପରି ନକରିବାକୁ ହ୍ୟୁମାନଙ୍କୁ ସେ କହିଥିଲେ ବୋଲି କହିଛନ୍ତି। କିନ୍ତୁ ଏପରି କରିବା ପରେ ହ୍ୟୁମାନ କୁଆଡେ ବିରକ୍ତ ହୋଇଯାଉଥିଲେ। ଏବଂ ଉତ୍ୟକ୍ତ ହୋଇ ତାଙ୍କୁ ମାଡ ମାରୁଥିଲେ।

ଧର୍ମ ପରିବର୍ତ୍ତନ ନେଇ ସେ କହିଛନ୍ତି, ସୋଶିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଓ ଭିଡିଓ ରହିିଛିଷ। ଯେଉଁଥିରେ ସେ ମୁଣ୍ଡରେ ସିନ୍ଦୂର କିମ୍ବା ପାଦରେ ଅଳତା ଲଗାଇନାହାନ୍ତି ବୋଲି କହିଛନ୍ତି। ଏପରି କରିବାକୁ ଖ୍ରୀଷ୍ଟିଆନ ଧର୍ମରେ ନିୟମ ରହିଛି। ତେଣୁ ସେ ଜଣେ ହିନ୍ଦୁ ହୋଇଥିଲେ ମଧ୍ୟ ଅଳତା କି ସିନ୍ଦୁର ଲଗାଇପାରନ୍ତି ନାହିଁ ବୋଲି କହିଛନ୍ତି। ହ୍ୟୁମାନଙ୍କ ଧର୍ମରେ ‘ପ୍ରସାଦ’ ଖାଇବା ପାପ ବୋଲି ବିବେଚନା କରାଯାଉଥିବାରୁ ସେ ମଧ୍ୟ ପ୍ରସାଦ ଖାଇପାରନ୍ତି ନାହିଁ ବୋଲି କହିଛନ୍ତି। ହ୍ୟୁମାନଙ୍କ ମା’ ଏହା ଉପରେ ବିଶେଷ ଧ୍ୟାନ ଦିଅନ୍ତି ବୋଲି ଶ୍ରେୟା କହିଛନ୍ତି।

ସେ କହିଛନ୍ତି,  ଦୁହିଁଙ୍କ ମଧ୍ୟରେ ଜଣେ ତୃତୀୟ ବ୍ୟକ୍ତି ଅଛନ୍ତି, ଯେଉଁଥିପାଇଁ ସେ ଘର ଛାଡ଼ି ଚାଲିଯିବାକୁ ଉଚିତ ମନେ କଲେ। ବାପା ମାଆ ଯେତେବେଳେ ହ୍ୟୁମାନଙ୍କୁ ବୁଝାମଣା ପାଇଁ ଯାଇଥିଲେ, ସେତେବେଳେ ସେମାନଙ୍କ ସହ ଖରାପ ବ୍ୟବହାର କରିଥିଲେ। ତେବେ ଆପୋଷ ସମାଧାନର ପାଇଁ ଶ୍ରେୟା ରାଜି ବୋଲି କହିଛନ୍ତି।

କିନ୍ତୁ ଏହା ବଳପୂର୍ବକ, ବାଧ୍ୟବାଧକତା ଅପେକ୍ଷା ହୃଦୟରୁ ଆସିବା ଦରକାର ବୋଲି ସେ କହିଛନ୍ତି। ତାଙ୍କ ଘରେ ସେ ସୁରକ୍ଷିତ ନୁହନ୍ତି ବୋଲି କହିଛନ୍ତି।

 

Comments are closed.