ଗଞ୍ଜାମ: ରବିବାର ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷ ହେବାରୁ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଓ ଗୋଳନ୍ଥରା ଥାନା ଅଧୀନ ପିତାତଲି ଗ୍ରାମ ଅଶାନ୍ତ ହୋଇପଡ଼ିଛି । ଫଳରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନେ ହେଲେ କେ. ଲୋକନାଥ ଓ କେ.ରାବଣା । ସେମାନଙ୍କୁ ଚିକିଟି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ବାଇକକୁ ଭାଙ୍ଗିରୁଜି ଦେଇଛନ୍ତି । ଗୋଟିଏ ଗୋଷ୍ଠୀ ଗ୍ରାମରେ ଆତଙ୍କ ଖେଳାଇବା ସହ ବୋମା ଓ ପଥରମାଡ଼ କରିଥିଲେ । ଖବରପାଇ ସଦର ଏସଡିପିଓ ଶିବଶଙ୍କର ମହାପାତ୍ର ଓ ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି । ପୂର୍ବ ଶତ୍ରୁତା ଏବଂ ରାଜନୈତିକ ବିବାଦକୁ କେନ୍ଦ୍ର କରି ଏପରିି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି । ଆଜି ସନ୍ଧ୍ୟାରେ ଲୋକନାଥ ଓ ରାବଣା ଚିକିଟିରୁ ବାଇକ୍ ଯୋଗେ ଗାଁକୁ ଫେରୁଥିଲେ । ଏହି ସମୟରେ ପ୍ରତିପକ୍ଷ ଗୋଷ୍ଠୀର ୨୦ରୁ ଅଧିକ ସମର୍ଥକ ସେମାନଙ୍କୁ ଘେରି ଯାଇଥିଲେ । ଖଣ୍ଡା ଓ କାତି ସମେତ ବିଭିନ୍ନ ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିବା ସହ ବୋମା ପକାଇଥିଲେ । ସୂଚନାଯୋଗ୍ୟ , ପ୍ରାୟ ଏକ ମାସ ହେଲା ଗାଁରେ ଦୁଇଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗି ରହିଛି । ପୂର୍ବରୁ ଉଭୟ ଗୋଷ୍ଠୀର ଏତଲା କ୍ରମେ ଗୋଳନ୍ଥରା ଥାନାରେ ୪ଟି ମାମଲା ରୁଜୁ ହୋଇସାରିଛି । ସେହିପରି ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛି । ବର୍ତ୍ତମାନ ସୁଦ୍ଧା ୩ ଜଣ ଗିରଫ ହୋଇଛନ୍ତି । ଗତ ରବିବାର ପ୍ରତିପକ୍ଷ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ କେ.ପୋଲେୟା ଆହତ ହୋଇଥିଲେ ।
BREAKING NEWS
- ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦୁଝର ଲୋକସଭା ପ୍ରାର୍ଥୀ ବିନୋଦ ବିହାରୀ ନାୟକ
- ରୋହିତ ଶର୍ମା ଆଘାତପ୍ରାପ୍ତ !
- ଓଡ଼ିଶା ଭଳି ରାଜ୍ୟର ନେତା, ତା ନିଜ ମାଟିର ପୁଅ ହୁଅନ୍ତୁ; ଜୟଶଙ୍କର
- ନାମାଙ୍କନ ଦାଖଲ କଲେ କଂଗ୍ରେସ ପାର୍ଥୀ ସୁଜିତ ମହାପାତ୍ର
- ନାମାଙ୍କନ ଭରିଲେ ଉପାସନା; କହିଲେ, ବ୍ରହ୍ମଗିରି ଲୋକଙ୍କ ସ୍ୱର ହେବି
- ରାଣୀଙ୍କ ଆଖିରେ ଲୁହ !
- ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲୀ
- ‘ରାହୁଲ ଗାନ୍ଧୀ ପାକିସ୍ତାନରୁ ନିର୍ବାଚନ ଲଢିବା ଉଚିତ୍’
- ରାଜ୍ୟପାଳଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ; ରାଜଭବନର ସିସିଟିଭ ଫୁଟେଜ୍ ମାଗିଲେ କଲିକତା ପୋଲିସ୍
- ଆମ୍ରି ହସ୍ପିଟାଲ ପକ୍ଷରୁ ମାଗଣା ଯକୃତ ପରାମର୍ଶ ଶିବିର ଆୟୋଜିତ