Latest Odisha News

BREAKING NEWS

ପିକଅପ ଓଲଟି ୧୭ ଗୁରୁତର, ଡ୍ରାଇଭର ଫେରାର

ଭବାନୀପାଟଣା (ରଜନୀକାନ୍ତ ମିଶ୍ର): ପିକଅପ ଓଲଟି ୧୭ ଗୁରୁତର। ଜୁନାଗଡ଼ ଥାନା ଅନ୍ତର୍ଗତ ମୁଣ୍ଡରାଗୁଡା ଛକ ନିକଟରେ ଆଜି ସଂଧ୍ୟାରେ ଏକ ପିକଅପ ଗାଡି ଓଲଟି ପଡିବାରୁ ଦୁର୍ଘଟଣା ଘଟିଛି। ପିକଅପରେ ଥିବା ୧୭ ଜଣ ଯାତ୍ରୀ ଗୁରୁତର ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ କିଛି ଶିଶୁ ଓ ମହିଳା ରହିଛନ୍ତି। ଗାଡି ଚାଳକ ଫେରାର ଥିବା ରହିଥିବା ସୂଚନା ମିଳିଛି।

ଜୁନାଗଡ ଥାନା ଅନ୍ତର୍ଗତ ଅନ୍ତରଲାଓ କରଚଲା ଗ୍ରାମର ଲୋକେ ବଣିଜରା ଗ୍ରାମକୁ ଏକ ପିକଅପ ଗାଡ଼ିରେ (ଓଡ଼ି ଓ୮ ଜି୮୦୪୯) ଦଶାହ ଭୋଜି ଖାଇ ଘରକୁ ଫେରୁଥିଲେ।ହେଲେ ମୁଣ୍ଡରାଗୁଡା ଛକ ବୁଲାଣିରେ ପିକ ଅପ୍ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଓଲଟି ପଡ଼ିଥିଲା। ଫଳରେ ସେଥିରେ ଥିବା ଯାତ୍ରୀ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଖବର ଦେବା ପରେ ଆହତଙ୍କୁ ଉଦ୍ଧାର କରି ଜୁନାଗଡ଼ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଆହତ ମାନଙ୍କ ମଧ୍ୟରେ ୭ ଜଣ ଶିଶୁ ରହିଛନ୍ତି। ସମସ୍ତେ ଅନ୍ତର୍ଲା ଓ କରଚଲା ଗ୍ରାମବାସୀ ବୋଲି ଜଣାପଡିଛି। ଜୁନାଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ କରୁଛି।

 

Comments are closed.