ଥାନାକୁ ସମ୍ପୂର୍ଣ୍ଣ ଭାବେ ଫୁଲ ଓ ବେଲୁନ୍ରେ ସଜ୍ଜା ଯାଇଥିଲା । କିଛି ଥାନା କର୍ମଚାରୀ ଡ଼୍ୟୁଟି କରୁଥିବା ବେଳେ ଆଉ କିଛି ସାଜ୍ଜସଜ୍ଜାରେ ଲାଗି ପଡ଼ିଥିଲେ । ସେଠାରେ ଉତ୍ସବର ଆୟୋଜନ କରାଯାଇଥିଲା । ତାହା ପୁଣି ଗୋଦ୍ ଭରାଇ କାର୍ଯ୍ୟକ୍ରମ । ଏହା ଶୁଣିବା ପରେ ଟିକେ ଖଟକା ଲାଗିପାରେ । ହେଲେ ଏମିତି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ ।
ମଧ୍ୟପ୍ରଦେଶର ସେହୋର ଜିଲ୍ଲାର ବୁଦ୍ଧନି ତହସିଲ ଅଧୀନରେ ରହିଛି ଶାହାଗଞ୍ଜ ଥାନା । ଥାନାର ଆସିଷ୍ଟାଣ୍ଡ ସବ୍ ଇନ୍ସପେକ୍ଟର ପୁନମ୍ ରାୟ ଗର୍ଭବତୀ ହୋଇଥିଲେ । ଗର୍ଭବତୀ ହୋଇ ମଧ୍ୟ ସେ ଡ଼୍ୟୁଟି କରୁଥିଲେ । ତେଣୁ ଥାନାରେ ଏଏସଆଇଙ୍କ ଗୋଦ୍ ଭରାଇ କାର୍ଯ୍ୟକ୍ରମ ଥାନା କର୍ମଚାରୀଙ୍କ ସହ ପାଳନ କରିବାକୁ ଥାନା ଅଧିକାରୀ ନିଷ୍ପତ୍ତି ନେଲେ । ଏଥିରେ ଥାନାର ସମସ୍ତ କର୍ମଚାରୀ ସହମତି କଲେ । ପରେ ସମସ୍ତେ ଏହି ଉତ୍ସବ ପାଳନ କରିବାକୁ ପ୍ରସ୍ତୁତି କରିବାରେ ଲାଗିପଡ଼ିଲେ । ହିନ୍ଦୁ ରୀତିନୀତି ଅନୁଯାୟୀ ଏଏସଆଇ ପୁନମଙ୍କ ଗୋଦ୍ ଭରାଇ କାର୍ଯ୍ୟକ୍ରମ ଥାନା ପରିସରରେ ଧୁମ୍ଧାମ୍ରେ ପାଳନ କରାଗଲା । ଏହି ଖୁସିର ମୁହୁର୍ତ୍ତର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ ହୋଇଛି । ମଧ୍ୟପ୍ରଦେଶ ପୋଲିସର ଏପରି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।
BREAKING NEWS
- କୋଲକାତାରେ ପ୍ରତିବାଦ ବେଳେ ଜୁନିୟର ଡାକ୍ତରଙ୍କ ବଡ ନିଷ୍ପତି
- ଏସବିଆଇ ଶାଖାରେ ଭୟାବହ ଅଗ୍ନିକାଣ୍ଡ
- ବାରମ୍ବାର ମୁଣ୍ଡବିନ୍ଧା ହେଉଛି କି? ଜାଣନ୍ତୁ ଏହାର କାରଣ ଓ କିଛି ଉପଚାର
- ମୋଦିଙ୍କ ମିଶନ କଶ୍ମୀର: ଟାର୍ଗେଟରେ କଂଗ୍ରେସ-ଏନସି ମେଣ୍ଟ
- ପେଜର ଆଟାକ୍: ଇସ୍ରାଏଲର ‘ସାଇକୋଲୋଜିକାଲ ୱାର୍’
- ଡୁନ୍ ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ଷଡଯନ୍ତ୍ର, ଟ୍ରାକରେ ଥିଲା ଲୁହା ରଡ୍
- ଓଡିଶା ଆଥଲେଟିକ୍ସ ଚାମ୍ପିୟନଶିପ: ୪ ନୂଆ ମିଟ ରେକର୍ଡ
- ରାଜ୍ୟରେ ବିଜେପି ସରକାରଙ୍କ ୧୦୦ ଦିନ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
- ନାଇଡୁଙ୍କ ଅଭିଯୋଗ କ’ଣ ସତ?
- ରାଜ୍ୟଗୋଷ୍ଠୀ ୱେଟଲିଫ୍ଟିଂ: ହୃଦାନନ୍ଦଙ୍କୁ ଡବଲ ପଦକ
Comments are closed.