ବ୍ରହ୍ମପୁର:ଗଞ୍ଜାମ ଜିଲା ବଡ଼ଗଡ଼଼ ଥାନା ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଯୁବକଙ୍କୁ ହ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ପୋଡ଼ି ଦେଇଥିଲେ। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଓ ପାଉଁଶ ଜବତ କରିଛି। ଏହି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୋରଡ଼ାର ସନ୍ତୋଷ ବେହେରା(୩୦) ଗତ କିଛି ଦିନ ପୂର୍ବେ କନ୍ଧମାଳ ଜିଲା କଟିଙ୍ଗା ଗ୍ରାମର ନିଜ ମାମୁଁଙ୍କ ଘରକୁ ଯାଇଥିଲେ। ଗତ ୨୮ ତାରିଖରେ ମାମୁଁଙ୍କ ସହ ଘର ସମ୍ମୁଖରେ ବସିଥିବା ବେଳେ ସାନସାଲିମାଗୋଚ୍ଛାର ସମୀର ପଦର ନାମକ ଜଣେ ଯୁବକ ତାଙ୍କୁ ଡାକି ନେଇଥିଲେ। ତା’ ପରେ ସେ ଆଉ ଘରକୁ ଫେରି ନଥିଲେ। ପରଦିନ ସନ୍ତୋଷ ଓ ସମୀର ଅନ୍ୟ କେତେକ ସାଙ୍ଗ ଯଥା ପ୍ରକାଶ ଗୌଡ଼, ହରି ନାୟକ ପ୍ରମୁଖ ବଡ଼ଗଡ଼଼ ଥଶନା ଅଧିନ ସାନଗୋଚ୍ଛା ଗ୍ରାମ ନିକଟ ମୁକିଡାନ୍ ଘାଟିକୁ ଯାଇଥିଲେ। ସେଠାରେ ଗୋଟିଏ କୁଡ଼ିଆରେ ସମସ୍ତେ ସଲପ ପିଇଥିଲେ।
ତେବେ ନିଶା ବଢ଼଼ିବା ପରେ କୌଣସି ଏକ କାରଣକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼଼ା ହୋଇଥିଲା। ହରି ଓ ସମୀର ମିଶି ସନ୍ତୋଷଙ୍କୁ କାଠ ଫାଳିଆରେ ପିଟିଥିଲେ। ଘଟଣାସ୍ଥଳରେ ହିଁ ସନ୍ତୋଷଙ୍କ ମୃତ୍ୟୁ ହୋଇଥିଲା। ପ୍ରମାଣ ନଷ୍ଟ ପାଇଁ ତାଙ୍କ ଶବକୁ ପୋଡ଼ି ଦେଇଥିଲେ। ଏନେଇ ସନ୍ତୋଷଙ୍କ ବାପା ପ୍ରଦ୍ୟୁମ୍ନ ବୁଧବାର ବଡ଼ଗଡ଼଼ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳକୁ ଯାଇ କଙ୍କାଳ ଓ ହାଡ଼ ପାଉଁଶ ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ଉ ଚାଲିଥିବା ଆଇଆଇସି ସୁରଜ କୁମାର ଝଙ୍କାର କହିଛନ୍ତି।
BREAKING NEWS
- Senior Citizens To Visit Puri: ବରିଷ୍ଠ ନାଗରିକ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ସରକାର
- Turkey Offer To Iran: ଆମେରିକାକୁ ତେଲ ଦେଇ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଚୁକ୍ତି କର…ଇରାନକୁ ବଡ଼ ପ୍ରସ୍ତାବ ଦେଲା ତୁର୍କୀ…
- ଟି୨୦ ବିଶ୍ୱକପ: ଦ୍ରୁତ ଶତକ ହାସଲ କରିଥିବା ୫ ବ୍ୟାଟ୍ସମ୍ୟାନ
- ରଣବୀରଙ୍କୁ ଅନଫଲୋ କଲେ ଫରହାନ
- Pan Masala Not Banned In Odisha: ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
- ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ, ଅଭିନେତାଙ୍କ ବିରୋଧରେ ଚାଲିବ ମାମଲା
- କିସ୍ତୱାଡ଼ରେ ସେନା-ଜୈସ୍ ଆତଙ୍କବାଦୀ ଏନକାଉଣ୍ଟର, ଇଣ୍ଟରନେଟ୍ ସେବା ବନ୍ଦ
- Delhi Summit: କି ପ୍ଲାନ୍ କରୁଛନ୍ତି ପିଏମ୍ ମୋଦି?, ଦିଲ୍ଲୀକୁ ଛୁଟିଛି ଇସଲାମିକ ରାଷ୍ଟ୍ରନେତାଙ୍କ ସୁଅ
- ବସକୁ ଧକ୍କା ଦେଇ ଫେରାର ହେଲା ଟ୍ରକ୍, ୨୮ ଯବାନ ଗୁରୁତର
- ED Summons Sand Mafia: ବାଲି ମାଫିଆଙ୍କୁ ଇଡି ସମନ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ
Comments are closed.