Latest Odisha News

BREAKING NEWS

FPO ରଦ୍ଦ କଲେ ଅଦାନୀ; ନିବେଶକଙ୍କୁ ଫେରାଇବେ ଟଙ୍କା

ନୂଆଦିଲ୍ଲୀ: ଅଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟରେ ହ୍ରାସ ପାଇବା କାରଣରୁ ଗତକାଲି ବିଳମ୍ବିତ ରାତିରେ ଅଦାନୀଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଛି। କମ୍ପାନୀ ୨୦ ହଜାର କୋଟିର ଫୁଲ୍ଲି ସବ୍ସକ୍ରାଇବ୍ଡ FPOକୁ ରଦ୍ଦ କରିଦେଇଛି। ଅଡାନୀ ଗ୍ରୁପର ମାଲିକ ଗୌଡମ ଅଦାନୀ ଖୋଦ୍ ଏହି ଘୋଷଣା କରିଛନ୍ତି। ଏଫ୍‌ଫିଓରେ ନିବେଶ କରିଥିବା ଗ୍ରାହକଙ୍କୁ ସେମାନଙ୍କର ଟଙ୍କା ଫେରସ୍ତ ମିଳିବ ବୋଲି ଅଦାନୀ କହିଛନ୍ତି।

ତେବେ ଲଗାତର ଅଦାନୀ ଏଣ୍ଟରପ୍ରାଇଜେଜ୍‌ରେ ଶେୟାର ମୂଲ୍ୟ ହ୍ରାସ ହେବାରେ ଲାଗିଛି। ବୁଧବାର ଶେୟାର ମୂଲ୍ୟରେ ୨୬.୭୦ ପ୍ରତିଶତ ହ୍ରାସ ହୋଇ ୨,୧୭,.୭୫ରେ ବନ୍ଦ ହୋଇଥିଲା। ଆଜି ବି ଏଥିରେ ପାଖାପାଖି ୧୦ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି।

ବାରମ୍ବାର ଶେୟାର ମୂଲ୍ୟରେ ହ୍ରାସ ଯୋଗୁ ବର୍ତ୍ତମାନ ଭଳି ଅସ୍ଥିର ପରିସ୍ଥିତିରେ ଏଫ୍‌ପିଓକୁ ଧରି ଆଗକୁ ବଢ଼ି  ହେବନି ବୋଲି ଅଦାନୀ କହିଛନ୍ତି। ଏନେଇ ସେ ଜାରି କରିଥିବା ଭିଡିଓରେ କହିଛନ୍ତି “ ଗତ ସପ୍ତାହରେ ଷ୍ଟକ୍‌ ମାର୍କେଟ୍‌ରେ ଦେଖାଦେଇଥିବା ଅସ୍ଥିର ପରିସ୍ଥିତି ସତ୍ତ୍ୱେ ବି କମ୍ପାନୀର ବ୍ୟବସାୟ ଓ ଏହାର ପରିଚାଳନାରେ ଆପଣମାନଙ୍କର ଭରସା ଆମ ପାଇଁ ଆଶ୍ୱାସନା କାରଣ। ମୋ ପାଇଁ ମୋ ନିବେଶକମାନଙ୍କ ହିତ ସର୍ବାଗ୍ରେ। ବାକି ସବୁ ପଛକୁ। ଏଥିପାଇଁ ନିବେଶକଙ୍କୁ ଆଶଙ୍କାୟିତ କ୍ଷତିରୁ ବଞ୍ଚାଇବା ପାଇଁ ଆମେ FPOକୁ ଫେରାଇ ନେଇଛୁ। କାରଣ ବୋର୍ଡ ଅନୁଭବ କଲେ ଯେ FPO ସହ ଆଗକୁ ବଢବା ନୈତିକତା ଦୃଷ୍ଟିରୁ ଠିକ୍ ହେବ ନାହିଁ।”

FPO ରଦ୍ଦ କରିବା ପରେ ଅଦାନୀ ଗ୍ରୁପ୍ କହିଛି ଯେ ଆମ ନିବେଶକଙ୍କୁ ସେମାନଙ୍କର ଅର୍ଥ ଫେରାଇବା ପାଇଁ କାମ ଜାରି ରଖିଛୁ। ଏଥିପାଇଁ ବୁକ୍ ରନିଂ ଲିଡ୍ ମ୍ୟାନେଜର୍ସ(BRLM) କାମ କରୁଛୁ। ବର୍ତ୍ତମାନ ସ୍ଥିତିରେ ଆମର ବାଲାନ୍ସ ଶିଟ୍ ମଜଭୁତ ସ୍ଥିତିରେ ରହିଛି। ଆମର କ୍ୟାସ୍‌ ଫୋଲ ଓ ଏଶେଟ୍ ସ୍କୋୟର ଅଛି। ତା ସହ ଋଣ ପରିଷୋଧ କରିବାରେ ବି ଆମ ରେକର୍ଡ ଭଲ ରହିଛି।

ତେବେ ଆମର ଏହି ନିଷ୍ପତ୍ତିରେ ବର୍ତ୍ତମାନର ଓ ଭବିଷ୍ୟତରେ ଆମର ଯୌଜନା ଉପରେ କୌଣସି ଫରକ ପଡ଼ିବ ନାହିଁ। ଆମେ ଲୋନ୍ସ ଟର୍ମ ଭେଲ୍ୟୁ କ୍ରିଏସନ ଉପରେ ଫୋକସ କରିବା ଜାରି ରଖିବୁ। ଆମର ଅଭିବୃଦ୍ଧିକୁ ଆମ ପାଖରେ ଥିବା ସମ୍ବଳରେ ପରିଚଳନା କରାଯିବ। ବଜାର ସ୍ଥିର ହେବା ମାତ୍ରେ ଆମର କ୍ୟାପିଟାଲ୍ ମାର୍କେଟ୍ ଷ୍ଟ୍ରାଟେଜିକୁ ପୁନର୍ବିଚାର କରିବୁ। ତେବେ ଏସବୁ ପାଇଁ ଆମକୁ ଆପଣଙ୍କର ସହଯୋଗ ମିଳିବ ବୋଲି ଆମର ପୂରା ବିଶ୍ୱାସ ରହିଥିବା ଅଦାନୀ ଗ୍ରୁପ୍ କହିଛି।

କେତେ ଥିଲା ଅଦାନୀ ଗ୍ରୁପର FPO ମୂଲ୍ୟ ?

ସବ୍ସକ୍ରିପସନ ପାଇଁ ଜାନୁଆରୀ ୨୭ ତାରିଖରେ ଅଦାନୀ  ଗ୍ରୁପ ୨୦ ହଜାର କୋଟିର FPO ଖୋଲିଥିଲା। ଯାହା ଜାନୁଆରୀ ୩୧ରେ ବନ୍ଦ ହୋଇଥିଲା। ଏହା ପ୍ରାଇସ୍ ବେଣ୍ଡ ଶେୟାର ପ୍ରତି ୩,୧୧୨ରୁ ୩,୨୨୭ ଟଙ୍କା ରଖାଯାଇଥିଲା। FPO ଜାରି କରି କମ୍ପାନୀ ଯେଉଁ ଟଙ୍କା ଜୁଟାଇ ଥାନ୍ତା ସେଥିରେ କମ୍ପାନୀର ବ୍ୟବାସାୟିକ ଶାଖାକୁ ବୃଦ୍ଧି କରିବା ସହ ଋଣ ସୁଝିବା କାମରେ ଲଗାଇବାକୁ ଚାହୁଁଥିଲା।

ଏବେ ବୁଝନ୍ତୁ FPO କଣ?

FPOର ଫୁଲ୍ ଫର୍ମ ହେଲା- ଫଲୋ ଅନ୍ ପବ୍ଲିକ୍ ଅଫର। କମ୍ପାନୀ ପାଇଁ ଅର୍ଥ ଯୋଗାଡ଼ କରିବାର IPO  ଭଳି FPO ମଧ୍ୟକ ଏକ ପ୍ରକ୍ରିୟା। ଶେୟାର ମାର୍କେଟ୍‌ରେ ପୂର୍ବରୁ ତାଲିକାଭୁକ୍ତ ହୋଇଥିବା କମ୍ପାନୀ ନିବେଶକଙ୍କ ପାଇଁ ନୂଆ ଶେୟାର ଅଫର୍ କରିଥାଏ। ଏହା ବଜାରରେ ଥିବା ଶେୟାର ଠାରୁ ଅଲଗା ହୋଇଥାଏ। ଅଧିକାଂସ କ୍ଷେତ୍ରରେ ଏଭଳି ଶେୟାର ପ୍ରମୋଟର୍ସମାନେ ଜାରି କରିଥାନ୍ତି। FPO ବ୍ୟବହାର କରି କମ୍ପାନୀର ଇକ୍ୱିଟି ବେସ୍‌ରେ ପରିବର୍ତ୍ତନ କରିବା ପାଇଁ କରାଯାଇଥାଏ।

IPO ଓ FPO ମଧ୍ୟରେ ଫରକ କଣ ?

ଉଭୟ ବ୍ୟବସ୍ଥା ଦ୍ୱାରା କମ୍ପାନୀ ପବ୍ଲିକ୍‌ ଠାରୁ ଅର୍ଥ ଯୋଗାଡ଼ କରି ବ୍ୟବସାୟର ବିସ୍ତାର କରିଥାଏ।  IPO(ଇନିଶିଆଲ ପବ୍ଲିକ ଅଫର୍) ଦ୍ୱାରା କମ୍ପାନୀ ପ୍ରଥମ ଶେୟାର ମାର୍କେଟ୍‌ରେ ତାଲିକାଭୁକ୍ତ ହେବା ପରେ ନିଜ ଶେୟାର ମାର୍କେଟ୍‌ରେ ବିକ୍ରି କରିଥାଏ। ହେଲେ FPO କ୍ଷେତ୍ରରେ କମ୍ପାନୀ ପୂର୍ବରୁ ହିଁ ଷ୍ଟକ୍‌ ମାର୍କେଟ୍‌ରେ ତାଲିକାଭୁକ୍ତ ହୋଇଥାଏ। ନିଜର ଅତିରିକ୍ତ ଶେୟାର ବଜାରରେ ବିକ୍ରି କରି ଲୋକଙ୍କ ଠାରୁ ଟଙ୍କା ଯୋଗାଡ଼ କରିଥାଏ।

 

Leave A Reply

Your email address will not be published.