Latest Odisha News

BREAKING NEWS

ଆଦାନୀ ଗ୍ରୁପକୁ କେଉଁ ବ୍ୟାଙ୍କ ସର୍ବାଧିକ ଋଣ ଦେଇଛି?

ନୂଆଦିଲ୍ଲୀ: ଆମେରିକାର ହିଣ୍ଡେନବର୍ଗର ରିପୋର୍ଟକୁ ନେଇ ବଡ଼ ଅଡୁଆରେ ଆଦାନୀ ଗ୍ରୁପ।। ଅନ୍ତର୍ଜାତୀୟ ସ୍ତରରେ ଆଦାନୀଙ୍କ କମ୍ପାନୀର ସେୟାର ମୂଲ୍ୟ କମୁଥିବା ଦେଖି ଆରବିଆଇ ବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଭିନ୍ନ ବ୍ୟାଙ୍କକୁ ହିସାବ ମାଗିଛି। କେଉଁ ବ୍ୟାଙ୍କ କେତେ ଟଙ୍କା ଋଣ ପ୍ରଦାନ କରିଛନ୍ତି ତାର ଏକ ହିସାବ ମାଗିଛି।

ଏହାରି ଭିତରେ ବ୍ଲୁମବର୍ଗର ଏକ ରିପୋର୍ଟ ଆସିଛି, ଯେଉଁଥିରେ କୁହାଯାଇଛି ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଆଦାନୀ ଗ୍ରୁପକୁ ପ୍ରାୟ ୨.୬ ବିଲିୟନ ଡ଼ଲାର୍ ଅର୍ଥାତ୍ ୨୧ ହଜାର କୋଟି ଟଙ୍କା ଋଣ ଦେଇଛି। ଗୋଟିଏ ବ୍ୟାଙ୍କ ନିୟମ ଅନୁଯାୟୀ ସର୍ବାଧିକ ଦେଇପାରିବାକୁ ଥିବା ମୋଟ୍ ଋଣର ଅଧା ବୋଲି ଜଣାପଡିଛି। ସେହିପରି ଏସବିଆଇ ଆଦାନୀ କମ୍ପାନୀର ବିଦେଶୀ ୟୁନିଟ୍ ଠାରୁ ପ୍ରାୟ ୨୦୦ ମିଲିୟନ୍ ଡଲାର୍ ପାଇଛି।

ସେହିପରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆଦାନୀ ଗ୍ରୁପକୁ ୭୦ ବିଲିୟନ ଟଙ୍କା ଋଣ ଦେଇଛି। ଗତ ମାସରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅତୁଲ ଗୋୟଲ ଏହି ସୂଚନା ଦେଇଥିଲେ। ଏହାର ପ୍ରାୟ ଏକ ତୃତୀୟାଂଶ ଆଦାନୀଙ୍କ ବିମାନବନ୍ଦର ବ୍ୟବସାୟକୁ ଦିଆଯାଇଛି।

ବ୍ଲୁମବର୍ଗ ପ୍ରକାଶ କରିଥିବା ରିପୋର୍ଟରେ ନାମ ଗୋପନ ରଖାଯାଇ ଏସବିଆଇ ସର୍ବାଧିକ ଋଣ ପ୍ରଦାନ କରିଥିବା କଥା କୁହାଯାଇଛି। ଏସବିଆଇ ଅଧ୍ୟକ୍ଷ ଦୀନେଶ କୁମାର ଖଡା ଏହା ପୂର୍ବରୁ କହିଥିଲେ ଯେ ଆଦାନୀ ଗ୍ରୁପ୍ କମ୍ପାନୀମାନେ ଋଣ ନେଇ ନିୟମିତ ଭାବେ ସୁଧ ଦେଉଛନ୍ତି। ଏବଂ ଏପର୍ଯ୍ୟନ୍ତ ଆଦାନୀ କମ୍ପାନୀଠୁ ଋଣ ନେବାରେ କୌଣସି ଗଡବଡ ହୋଇନି କି ଅଡୁଆ ହୋଇନାହିଁ।

ହିଣ୍ଡେନବର୍ଗ ୨୪ ଜାନୁଆରୀରେ ଆଦାନୀ ଗ୍ରୁପ ନାଁରେ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେଉଁ ରିପୋର୍ଟରେ କୁହାଯାଇଛି ଆଦାନୀ ଗ୍ରୁପ୍ ଏହାର ଅଂଶଧନ ମୂଲ୍ୟ ବୃଦ୍ଧି ପଛରେ ଆକାଉଣ୍ଟିଂ ଠକେଇ କରିଛି। ଏହି ରିପୋର୍ଟର ଜବାବ ଦେବାକୁ ଯାଇ ଆଦାନୀ ଗ୍ରୁପ ମଧ୍ୟ ହିଣ୍ଡେନବର୍ଗ ରିପୋର୍ଟକୁ ୪୦୦ରୁ ଅଧିକ ପୃଷ୍ଠାର ଏକ ଜବାବ ଦେଇଛି। ଏହାପୂର୍ବରୁ, ଆଦାନୀ ଗ୍ରୁପ ହିଣ୍ଡେନବର୍ଗର ରିପୋର୍ଟକୁ ଅସତ୍ୟ ଏବଂ ଏଫପିଓକୁ ବଦନାମ କରିବାକୁ ଏକ ଷଡଯନ୍ତ୍ରର ଅଂଶ ବୋଲି କହିଥିଲା।

ଗତକାଲି ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ଗ୍ରୁପ ଏହାର ଫ୍ଲାଗସିପ୍ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ ଏଫିଓ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ଏଥିସହ ନିବେଶକଙ୍କ ଟଙ୍କା ଫେରସ୍ତ କରିବ ବୋଲି ଘୋଷଣା କରିଛି । ୨୦,୦୦୦ କୋଟି ଟଙ୍କାର ଫଲୋ-ଅନ୍ ପବ୍ଲିକ୍ ଅଫର୍ (ଏଫପିଓ) ଓଭର ସବସସ୍କ୍ରାଇବଡ ହୋଇ ବନ୍ଦ ହେବାର ଗୋଟିଏ ଦିନ ପୂର୍ବରୁ ବନ୍ଦ ହୋଇଯାଇଥିଲା।

 

 

Comments are closed.