କଟକ : ଆଜି ରାଜ୍ୟରେ ଉଦ୍ଘାଟିତ ହେବ ଭର୍ଚୁଆଲ ହାଇକୋର୍ଟ । ରାଜ୍ୟର ପ୍ରାୟ ୧୦ଟି ଜଜ୍ସିପରେ ଏହି ଭର୍ଚୁଆଲ ହାଇକୋର୍ଟ ଶୁକ୍ରବାର କାର୍ଯ୍ୟା ଆରମ୍ଭ କରିବ ।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ୧୦ଟି ଜଜ୍ସିପରେ ଭର୍ଚୁଆଲ ହାଇକୋର୍ଟକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କ୍ରମରେ ଆଜି ବାଲେଶ୍ବର, ବଲାଙ୍ଗୀର, ଭଦ୍ରକ, ଗଞ୍ଜାମ (ବ୍ରହ୍ମପୁୁର), କଳାହାଣ୍ଡି (ଭବାନୀପାଟଣା), ଖୋର୍ଦ୍ଧା (ଭୁବନେଶ୍ବର), କୋରାପୁଟ (ଜୟପୁର), ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ (ରାଉରକେଲା) ଜଜସିପରେ ଭର୍ଚୁଆଲ ହାଇକୋର୍ଟକୁ ପ୍ରଧାନ ବିଚାରପତି ଉଦଘାଟନ କରିବେ ।
ଏଠି କହି ରଖିବୁ, ଡିସେମ୍ବର ୧୪ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟର ସମସ୍ତ ୩୦ଟି ଜଜ୍ସିପରେ ଭିସି କ୍ୟାବିନ ପ୍ରତିଷ୍ଠା ପାଇଁ ହାଇକୋର୍ଟ ନିଷ୍ପତ୍ତି ନେଇଥିଲେ । ଏହା ଫେବ୍ରୁଆରି ୩ରୁ କାର୍ଯ୍ୟକାରୀ ହେବ ବୋଲି ହାଇକୋର୍ଟଙ୍କ ପକ୍ଷ୍ୟରୁ କୁହାଯାଇଥିଲା ।
ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ କାର୍ଯ୍ୟ କରିବା ପାଇଁ ପୂର୍ବରୁ ଘୋଷଣା କରାଯାଇଥିଲା । ଏହି କୋର୍ଟରେ ଇ-ଫାଇଲିଂ ଠାରୁ ଆରମ୍ଭ କରି ଭର୍ଚୁଆଲ ଶୁଣାଣି ପର୍ଯ୍ୟନ୍ତ ସବୁ ସୁବିଧା ଉପଲବ୍ଧ ହେବ ।
BREAKING NEWS
- ଶିଶୁ କର୍କଟ ଚିକିତ୍ସା ନିମନ୍ତେ ଏମଓୟୁ ସ୍ୱାକ୍ଷର…
- ୬୦ ବର୍ଷ ପୂର୍ବେ CIA ହିମାଳୟରେ ଏମିତି ଜନିଷ ହଜାଇ ଦେଇଥିଲା, ଏହା ପରମାଣୁଠୁ ବି ଭୟଙ୍କର ! ଆଜି ବି ରହିଛି ସେଠି
- ପ୍ରଭାତ ଓ ବିରଞ୍ଚିଙ୍କୁ ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ଭାବେ ସମ୍ମାନିତ
- ଗୋଟିଏ ଘଣ୍ଟା ସଂସଦ ଚାଲିଲେ କେତେ ଟଙ୍କା ଖର୍ଚ୍ଚ ହୁଏ ? ଶୀତକାଳିନ ଅଧିବେଶନରେ ବର୍ତ୍ତମାନ ଯାଏ କେତେ ହୋଇଛି ଖର୍ଚ୍ଚ…
- ଓଡ଼ିଶା ପୋଲିସର ନୂଆ ୱେବସାଇଟ୍ ଲଞ୍ଚ କଲେ ଡିଜିପି
- ଗୋଟିଏ ଫଳର ଦାମ ୩୦ ଲକ୍ଷ ଟଙ୍କା, ଜାଣନ୍ତୁ କାହିଁକି ଏତେ ମହଙ୍ଗା
- ବଢ଼ିଲା କୃଷି ବିଦ୍ୟାନିଧି ଯୋଜନାରେ ଆବେଦନ ଅବଧି, ଜାଣନ୍ତୁ କେବେ ରହିଛି ଆବେଦନର ଶେଷ ତାରିଖ
- ଦିଲ୍ଲୀ ବାୟୁ ପ୍ରଦୂଷଣ: ସ୍କୁଲରେ ଅନଲାଇନ କ୍ଲାସ କରିବାକୁ ସରକାରଙ୍କ ନିର୍ଦ୍ଦେଶ
- ବାଜିଲା ବିଏମସି ନିର୍ବାଚନ ବିଗୁଲ, କେଉଁଦିନ ହେବ ଭୋଟିଂ ଓ କାଉଣ୍ଟିଂ ଜାଣନ୍ତୁ…
- ଦୁର୍ନୀତି ମାମଲାରେ ପୂର୍ବତନ ସରପଞ୍ଚ ଓ ଗ୍ରାମ ସଂଯୋଜକ ଦୋଷୀ ସାବ୍ୟସ୍ତ
Comments are closed.