କଟକ : ଆଜି ରାଜ୍ୟରେ ଉଦ୍ଘାଟିତ ହେବ ଭର୍ଚୁଆଲ ହାଇକୋର୍ଟ । ରାଜ୍ୟର ପ୍ରାୟ ୧୦ଟି ଜଜ୍ସିପରେ ଏହି ଭର୍ଚୁଆଲ ହାଇକୋର୍ଟ ଶୁକ୍ରବାର କାର୍ଯ୍ୟା ଆରମ୍ଭ କରିବ ।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ୧୦ଟି ଜଜ୍ସିପରେ ଭର୍ଚୁଆଲ ହାଇକୋର୍ଟକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କ୍ରମରେ ଆଜି ବାଲେଶ୍ବର, ବଲାଙ୍ଗୀର, ଭଦ୍ରକ, ଗଞ୍ଜାମ (ବ୍ରହ୍ମପୁୁର), କଳାହାଣ୍ଡି (ଭବାନୀପାଟଣା), ଖୋର୍ଦ୍ଧା (ଭୁବନେଶ୍ବର), କୋରାପୁଟ (ଜୟପୁର), ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ (ରାଉରକେଲା) ଜଜସିପରେ ଭର୍ଚୁଆଲ ହାଇକୋର୍ଟକୁ ପ୍ରଧାନ ବିଚାରପତି ଉଦଘାଟନ କରିବେ ।
ଏଠି କହି ରଖିବୁ, ଡିସେମ୍ବର ୧୪ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟର ସମସ୍ତ ୩୦ଟି ଜଜ୍ସିପରେ ଭିସି କ୍ୟାବିନ ପ୍ରତିଷ୍ଠା ପାଇଁ ହାଇକୋର୍ଟ ନିଷ୍ପତ୍ତି ନେଇଥିଲେ । ଏହା ଫେବ୍ରୁଆରି ୩ରୁ କାର୍ଯ୍ୟକାରୀ ହେବ ବୋଲି ହାଇକୋର୍ଟଙ୍କ ପକ୍ଷ୍ୟରୁ କୁହାଯାଇଥିଲା ।
ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ କାର୍ଯ୍ୟ କରିବା ପାଇଁ ପୂର୍ବରୁ ଘୋଷଣା କରାଯାଇଥିଲା । ଏହି କୋର୍ଟରେ ଇ-ଫାଇଲିଂ ଠାରୁ ଆରମ୍ଭ କରି ଭର୍ଚୁଆଲ ଶୁଣାଣି ପର୍ଯ୍ୟନ୍ତ ସବୁ ସୁବିଧା ଉପଲବ୍ଧ ହେବ ।
BREAKING NEWS
- ପୁରୀ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୭୫ ଲୁଟେରା ଗିରଫ, ୩୦୪ ମୋବାଇଲ୍ ଜବତ
- ଓଡ୍ରାଫ୍ର ହେବ ନବୀକରଣ: ଏନଡିଆରଏଫ୍ ଢାଞ୍ଚାରେ ‘ଏସଡିଆରଏଫ୍’ ଗଠନ କରିବେ ରାଜ୍ୟ ସରକାର
- ସିନେମା ଜଗତ ପାଇଁ ଦୁଃଖଦ ଖବର: ଆଉ ନାହାନ୍ତି ‘ଗଜନୀ’ର ଭିଲେନ୍
- ବନ୍ୟା ମୁକାବିଲା ଓ କ୍ଷତିପୂରଣ ପ୍ରଦାନରେ ସରକାର ସମ୍ପୂର୍ଣ୍ଣ ବିଫଳ: ଓଡ଼ିଶା ଜନତା କଂଗ୍ରେସ
- ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ଫାଇଲ୍ ଗାଏବ ପ୍ରସଙ୍ଗ: ଦଳକୁ ବଦନାମୀରୁ ବଞ୍ଚାଇବା ପାଇଁ ବୟାନବାଜୀ କରୁଛନ୍ତି ବିଜେଡି ନେତା
- ଓଡ଼ିଶାରେ ଅନୁଷ୍ଠିତ ହେବ ‘ବ୍ରିକ୍ସ ଶିକ୍ଷା ମନ୍ତ୍ରୀ ସମ୍ମିଳନୀ’; ଯୋଗ ଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
- ଟେଷ୍ଟ କ୍ରିକେଟରେ ଅଲୋଡ଼ା ବିଶ୍ୱ ରେକର୍ଡ: ନୋ ବଲ୍’ ଯୋଗୁଁ ୧୩ଟି ୱିକେଟ ହରାଇଥିଲେ ଭାରତର ବୋଲିଂ କୋଚ
- ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ
- ୱାର୍ଲ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍: ସିନ୍ଧୁଙ୍କୁ ୯ମ ଏବଂ ସାତ୍ତ୍ୱିକ୍-ଚିରାଗ ଯୋଡ଼ିଙ୍କୁ ମିଳିଲା ୫ମ ସୀଡିଂ
- ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ, ସରକାରଙ୍କ ଉପରେ ବର୍ଷିଲା ବିଜେଡି
Comments are closed.